Posted inଜାତୀୟ

ଏସିଆର ୧୦ଟି ପ୍ରଦୂଷିତ ସହର ତାଲିକାରୁ ବାଦ୍‌ ପଡ଼ିଲା ଦିଲ୍ଲୀ: କେଜ୍‌ରିଓ୍ବାଲଙ୍କ ଦାବି

ନୂଆଦିଲ୍ଲୀ,୨୪।୧୦: ଦୀପାବଳି ଦିନ ଦିଲ୍ଲୀରେ ଅତ୍ୟଧିକ ଖରାପ ବାୟୁ ସତ୍ତ୍ୱେ ଏସିଆର ପ୍ରଦୂଷିତ ୧୦ଟି ସହର ତାଲିକାରେ ରାଜଧାନୀବାଦ୍‌ ପଡ଼ିଛି। କୁହାଯାଉଛି, ଦୀପାବଳି ରାତିରେ ବାୟୁର ଗୁଣବତ୍ତା ଆହୁରି ଖରାପ ହୋଇପାରେ। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦାବି କରି କହିଛନ୍ତି, ଏସିଆର ପ୍ରଦୂଷିତ ୧୦ଟି ସହର ମଧ୍ୟରେ ଦିଲ୍ଲୀର ନାମ ନାହିଁ। ଏହି ତାଲିକାରେ ଭାରତର ୮ଟି ସହର ରହିଛି। ସୋମବାର କେଜ୍‌ରିଓ୍ବାଲ ଟୁଇଟରେ ଏକ ଗଣମାଧ୍ୟମ ରିପୋର୍ଟକୁ ଶେୟାର କରି କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ଦିଲ୍ଲୀ ଦୁନିଆର ସବୁଠାରୁ ପ୍ରଦୂଷିତ ସହର ଥିଲା। କିନ୍ତୁ ଏବେ ଆଉ ନାହିଁ। ଏଥିପାଇଁ ଦିଲ୍ଲୀର ଲୋକମାନେ କଠିନ ପରିଶ୍ରମ କରିଛନ୍ତି। ଆଗକୁ ବି ଆହୁରି କଠିନ ପରିଶ୍ରମ ଜାରି ରଖିବୁ, ଯାହା ଦ୍ୱାରା ଦେଶର ରାଜଧାନୀ ଦିଲ୍ଲୀ ଦୁନିଆର ସର୍ବୋତ୍ତମ ସହର ମଧ୍ୟରେ ସ୍ଥାନିତ ହୋଇପାରିବ। ଦିଲ୍ଲୀକୁ ବିଶ୍ୱର ସର୍ବୋତ୍ତମ ସହର କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କେଜ୍‌ରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!

ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ…

ରାହାଣେଙ୍କ ଅବସର ପରେ କୋହଲିଙ୍କ ଭାବବିହ୍ବଳ ବାର୍ତ୍ତା, ପଢ଼ନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୩୧।୭: କ୍ରିକେଟର ଅନୁଭବୀ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ କ୍ରମାଗତ ଭାବେ ଦିଗ୍ଗଜ ଖେଳାଳିମାନଙ୍କର ଶୁଭେଚ୍ଛା ମିଳୁଛି। ଏହି…

ନିଶା କାରବାରୀଙ୍କୁ ଝଟକା: ୨୭ କେଜି ଗଞ୍ଜେଇ ସହ ଜଣଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର, ୩୧୭(ବାବୁଲା ପ୍ରଧାନ):ନିଶା କାରବାର ବିରୋଧରେ ଗଞ୍ଜାମ ପୋଲିସର କଡ଼ା ଅଭିଯାନ ଜାରି ରହିଥିବାବେଳେ ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ଗଞ୍ଜେଇ ଚାଲାଣ…

ମୋଦିଙ୍କ ତ୍ୱଚା ଦେଶର ଭବିଷ୍ୟତ ଅପେକ୍ଷା ଅଧିକ ଉଜ୍ଜ୍ୱଳ: ଏମିତି କାହିଁକି କହିଲେ ଅଭିଜିତ୍‌ ଦୀପକେ

ନୂଆଦିଲ୍ଲୀ,୩୧।୭: ଲୋକ ସଭା ପରେ, ରାଜ୍ୟ ସଭା ଏବେ ପେପର ଲିକ ବିରୋଧୀ ସଂଶୋଧନ ବିଲ,୨୦୨୬କୁ ମଧ୍ୟ ଅନୁମୋଦନ କରିଛି। ରାଷ୍ଟ୍ରପତିଙ୍କ ସମ୍ମତି ପାଇବା ପରେ ଏହି…

ଅଭିଜିତ ଦୀପକେଙ୍କୁ ଭାଜପାରୁ ମିଳୁଛି ଧମକ, ଦଳରେ ଯୋଗ ନଦେଲେ….

ନୂଆଦିଲ୍ଲୀ,୩୧।୭: ସିଜେପି ନେତା ଅଭିଜିତ୍‌ ଦୀପକେ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ…

ପୁଣି ବିଳମ୍ବିତ ରାତିରେ Video ଜାରି କଲେ ମୋଦି, ପେପର୍‌ ଲିକ୍‌ ମାଫିଆ…

ନୂଆଦିଲ୍ଲୀ,୩୧।୭: ସଂସଦରେ ‘ପେପର ଲିକ୍‌ ନିରୋଧୀ ବିଲ୍‌’ ବା ସାଧାରଣ ପରୀକ୍ଷା(ଅସାଧୁ ଉପାୟ ପ୍ରତିରୋଧ)ସଂଶୋଧନ ବିଲ୍‌ ୨୦୨୬ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ…

ସରକାରଙ୍କ ଏହି ପଦକ୍ଷେପରେ CJP ଅସନ୍ତୁଷ୍ଟ: ପୁଣି ରାଜରାସ୍ତାକୁ ଓହ୍ଲାଇବାକୁ ଦେଲା ଧମକ

ନୂଆଦିଲ୍ଲୀ,୩୧।୭: କକ୍ରୋଚ ଜନତା ପାର୍ଟି (CJP) ଦିଲ୍ଲୀ ସରକାରଙ୍କ ବିଜ୍ଞପ୍ତିକୁ ସ୍ବାଗତ କରିଛି। ୩୬ ଦିନ ଧରି ଚାଲିଥିବା ଛାତ୍ର ପ୍ରତିବାଦ ସହିତ ପଞ୍ଜିକୃତ FIR ସମ୍ପର୍କରେ…

ଟ୍ରମ୍ପଙ୍କ ନୂଆ ପ୍ଲାନ୍! ଆମେରିକାରେ ପଢ଼ି ଚାକିରି କଲେ ଦେବାକୁ ହେବ ଏତେ କୋଟି ଟଙ୍କା

ଓ୍ବାଶିଂଟନ,୩୧ା୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଏକ ନୂଆ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ, ଆମେରିକାର ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri