Posted inଖେଳ

ଏସିଆ କପ୍‌ ମହିଳା ହକି: ଭାରତ-ଚାଇନା ଫାଇନାଲ

ହାଙ୍ଗ୍‌ଝୋ,୧୩ା୯: ଏସିଆକପ୍‌ ମହିଳା ହକିର ଫାଇନାଲ ରବିବାର ଭାରତ ଓ ଚାଇନା ମଧ୍ୟରେ ଖେଳାଯିବ। ଟୁର୍ନାମେଣ୍ଟର ସୁପର-୪ ପର୍ଯ୍ୟାୟରେ ଶନିବାର ଭାରତ ଓ ଜାପାନ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ ୧-୧ରେ ଡ୍ର ରହିଥିଲା। ଭାରତର ଫାଇନାଲରେ ପ୍ରବେଶ ଚାଇନା-କୋରିଆ ମ୍ୟାଚର ଫଳାଫଳ ଉପରେ ନିର୍ଭର କରୁଥିଲା।

ସୌଭାଗ୍ୟ ବଶତଃ ଏହି ମ୍ୟାଚରେ ଚାଇନା ୧-୦ ଗୋଲ୍‌ରେ କୋରିଆକୁ ହରାଇ ଦେଇଥିଲା। ଜାପାନ ବିପକ୍ଷ ମ୍ୟାଚରେ ଭାରତର ଆରମ୍ଭ ଉତ୍ସାହଜନକ ଥିଲା। ୭ମ ମିନିଟରେ ବିୟୁଟି ଡୁଙ୍ଗ୍‌ ଡୁଙ୍ଗ୍‌ ପ୍ରଥମ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ଜାପାନ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିଥିଲା। ଖେଳ ଶେଷ ହେବାକୁ ଆଉ ୨ ମିନିଟ ସମୟ ବାକିଥିବା ବେଳେ କୋବାୟାକାୟା ଶିହୋ ଏକ ଗୋଲ୍‌ ସ୍କୋର କରି ମ୍ୟାଚକୁ ୧-୧ ବରାବର ସ୍ଥିତିକୁ ନେଇ ଆସିଥିଲେ।

ଟୁର୍ନାମେଣ୍ଟରେ ଦୁଇ ଦଳ ମଧ୍ୟରେ ଏହା ଦ୍ୱିତୀୟ ଡ୍ର’। ପୁଲ୍‌ ପର୍ଯ୍ୟାୟରେ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨-୨ରେ ଅମୀମାଂସିତ ରହିଥିଲା। ଭାରତ ଯଦି ପୂର୍ବରୁ କୋରିଆ ବିପକ୍ଷରେ ବିଜୟ ହାସଲ କରିପାରିଥାନ୍ତା ତେବେ ଆୟୋଜକ ଚାଇନା ବିପକ୍ଷରେ ଫାଇନାଲ ଖେଳିବା ଲାଗି ସିଧାସଳଖ ଯୋଗ୍ୟତା ହାସଲ କରିପାରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୪ରୁ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା: ଅନୁମତି ପାଇଁ କମିଟି ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୨୦ା୩(ଦିଲ୍ଲୀପ ସାମଲ): ଚଳିତ ବର୍ଷ ଗଞ୍ଜାମ ଜିଲା ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଯାତ୍ରା କମିଟି ପକ୍ଷରୁ…

ହର୍ମୁଜ ଷ୍ଟ୍ରେଟ ଆକ୍ରମଣକୁ ନେଇ କଡ଼ା ଚେତାବନୀ ଦେଲାଣି ଭାରତ! କହିଲା ବେକାର ଯିବନାହିଁ ନିର୍ଦ୍ଦୋଶ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୩: ଯୁକ୍ତରାଜ୍ୟରେ ଭାରତର ହାଇକମିଶନର ବିକ୍ରମ ଡୋରାଇସ୍ବାମୀ, ହର୍ମୁଜ ଷ୍ଟ୍ରେଟରେ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ବିକ୍ରମ ଡୋରାଇସ୍ବାମୀ ସମସ୍ତ ନାବିକଙ୍କ ସୁରକ୍ଷା, ନୌଚାଳନା…

ଆଶଙ୍କାରେ ପେନ୍‌ସନ୍‌ଭୋଗୀଙ୍କ ଭବିଷ୍ୟତ, ସମସ୍ତେ ଏକାଠି ହୋଇ…

କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ବୈଠକ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଭବନ କେନ୍ଦୁଝରଠାରେ…

ଶ୍ୱଶୁରଙ୍କୁ ନେଇ ଏମିତି କହିଦେଲେ ଧୋନୀଙ୍କ ସ୍ତ୍ରୀ: ଚାରିଆଡ଼େ ହେଉଛି ଚର୍ଚ୍ଚା

ରାଞ୍ଚି,୨୦।୩: ଭରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ପରିବାର ସମ୍ପର୍କରେ ଏକ ଭାବପ୍ରବଣ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ…

ଇରାନକୁ ଆଉ ଏକ ବଡ଼ ଝଟକା, ଇସ୍ରାଏଲୀ ଆକ୍ରମଣରେ IRGC ମୁଖପାତ୍ର ଅଲି ମହମ୍ମଦଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦ା୩: ଇସ୍ରାଏଲ ଏବଂ ଆମେରିକା ସହିତ ଇରାନର ବିବାଦ ଜାରି ରହିଛି । ଏହି ବିବାଦ ମଧ୍ୟରେ ଇରାନକୁ ଆଉ ଏକ ବଡ଼ ଧକ୍କା ଲାଗିଛି ।…

ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା’ କନକ ଦୁର୍ଗା

ଦେବଗଡ,୨୦।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ଦ୍ୱିତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶୁକ୍ରବାର ମା’ କନକ…

ଲିଭ୍‌ ଇନ୍‌ରେ ରହୁଥିଲେ; ବାହାରେ ଜଗିଥିଲା ପୋଲିସ, ଭିତରେ ଘଟିଲା…

ପୁରୁଣା ଭୁବନେଶ୍ୱର/ପିପିଲି, ୨୦ା୩ (ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର):ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ କରିବା ପାଇଁ ଘର ବାହାରେ ପୋଲିସ ଜଗିଥିଲା, ହେଲେ…

ମାଓବାଦୀ ନେତା ଶୁକ୍ରୁ ବିପଦରେ

ଭୁବନେଶ୍ୱର,୨୦।୩: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri