Posted inଖେଳ

ଏସିଆ କପ୍‌ କ୍ରିକେଟ୍‌: ରଶିଦଙ୍କ ନେତୃତ୍ୱାଧୀନ ଆଫଗାନିସ୍ତାନ ଦଳରେ ୫ ସ୍ପିନର

କାବୁଲ, ୨୪ା୮: ସେପ୍ଟେମ୍ବର ୯ରୁ ୟୁଏଇରେ ଖେଳାଯିବାକୁଥିବା ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଲାଗି ଘୋଷଣା କରାଯାଇଥିବା ଆଫଗାନିସ୍ତାନ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି ରଶିଦ ଖାନ୍‌। ଦଳରେ ୫ଜଣ ସ୍ପିନର ସ୍ଥାନ ପାଇଛନ୍ତି। ଅଧିନାୟକ ରଶିଦଙ୍କ ବ୍ୟତୀତ ଅନ୍ୟ ସ୍ପିପରମାନେ ହେଲେ ନୁର ଅହମଦ, ମୁଜିବୁର ରହମନ, ଏଏମ୍‌ ଘଜନଫାର ଓ ଭେଟେରାନ ଅଲରାଉଣ୍ଡର ମହମ୍ମଦ ନବି। ଆଫଗାନିସ୍ତାନ ଗତବର୍ଷ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଜିମ୍ବାଓ୍ବେ ବିପକ୍ଷରେ ଖେଳିଥିବା ଦଳର ଦୁଇ ଖେଳାଳି ହଜରତୁଲ୍ଲା ଜାଜାଇ ଓ ଜୁବେଦ ଆକବରୀଙ୍କୁ ଏସିଆ କପ୍‌ ଦଳରେ ସ୍ଥାନ ମିଳି ନାହିଁ। ଦଳରେ ଦୁଇ ଉଇକେଟକିପର ବ୍ୟାଟର ରହମାନୁଲ୍ଲା ଗୁର୍‌ବାଜ ଓ ମହମ୍ମଦ ଇଶାକ୍‌ଙ୍କୁ ନିଆଯାଇଛି। ପେସ୍‌ ଆଟାକ୍‌ରେ ନବୀନ ଉଲ୍‌ହକ୍‌, ଫଜଲହକ୍‌ ଫାରୁକି ଓ ଫରିଦ ମଲିକଙ୍କୁ ସାମିଲ କରାଯାଇଛି। ଆଫଗାନିସ୍ତାନ ଗ୍ରୁପ୍‌ ‘ବି’ରେ ଶ୍ରୀଲଙ୍କା, ହଂକଂ ଓ ବାଂଲାଦେଶ ସହିତ ସ୍ଥାନ ପାଇଥିବାବେଳେ ଗ୍ରୁପ୍‌ ‘ଏ’ରେ ଭାରତ, ଓମାନ, ପାକିସ୍ତାନ ଓ ୟୁଏଇ ରହିଛନ୍ତି। ରଶିଦଙ୍କ ନେତୃତ୍ୱାଧୀନ ଦଳ ସେପ୍ଟେମ୍ବର ୯ରେ ହଂକଂ ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ।

ଆଫଗାନିସ୍ତାନ କ୍ରିକେଟ ଦଳ: ରଶିଦ ଖାନ୍‌ (ଅଧିନାୟକ), ରହମାନୁଲ୍ଲା ଗୁର୍‌ବାଜ, ଇବ୍ରାହିମ୍‌ ଜାଦ୍ରାନ, ଡାରଓ୍ବିସ ରସୁଲି ସିଦ୍ଦିକୁଲ୍ଲା ଅଟଲ, ଅଜମାତୁଲ୍ଲା ଓମାରଜାଇ, କରିମ ଜନତ, ମହମ୍ମଦ ନବି, ଗୁଲବଦନ ନାଇବ, ଶାରାଫୁଦ୍ଦିନ ଅଶ୍ରଫ, ମହମ୍ମଦ ଇଶାକ, ନୁର୍‌ ଅହମ୍ମଦ, ମୁଜିବୁର ରହମନ, ଏଏମ୍‌ ଘଜନଫାର, ଫରିଦ ଅହମଦ ମଲିକ, ଫଜଲହକ୍‌ ଫାରୁକି, ନବୀନ ଉଲ୍‌ ହକ୍‌। ରିଜର୍ଭ ଖେଳାଳି: ଓ୍ବାଫିଉଲ୍ଲା ତାରାଖିଲ, ନାଙ୍ଗେୟାଲିଆ ଖାରୋଟ୍‌, ଅବଦୁଲ୍ଲା ଅହମଦଜାଇ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri