ଛେଳି ଚୋରି ଘଟଣାରେ ଏଏସ୍‌ଆଇ ନିଲମ୍ବିତ

ବଲାଙ୍ଗୀର ଅଫିସ,୧।୧: ଛେଳି ଚୋରି ଘଟଣାରେ ପୋଲିସ ଏଏସ୍‌ଆଇ ନିଲମ୍ବିତ ହୋଇଛନ୍ତି। ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଏଏସ୍‌ଆଇ ସୁମନ ମଲ୍ଲିକଙ୍କୁ ବଲାଙ୍ଗୀର ଏସ୍‌ପି ନିଲମ୍ବନ କରିଛନ୍ତି।
ଖବର ଅନୁଯାୟୀ, ପୋଲିସ ଏଏସ୍‌ଆଇ ସୁମନ ମଲ୍ଲିକଙ୍କ ନିର୍ଦ୍ଦେଶରେ ପୋଲିସ କର୍ମଚାରୀମାନେ ଏକ ଛେଳି ଚୋରି କରି ଭୋଜି କରୁଥିବା ଅଭିଯୋଗ ହୋଇଥିଲା। ଜୋର ଜବରଦସ୍ତ ଛେଳି ମାଲିକକୁ ନ ଜଣାଇ ଛେଳି ମାରିଦେଇଥିବା ଅଭିଯୋଗ ହୋଇଥିଲା । ୨ଟି ଛେଳିକୁ ପୋଲିସର କିଛି କର୍ମଚାରୀ ମାରି ଦେଇଥିବା ଗାଁ ଲୋକେ ଅଭିଯୋଗ କରିଥିଲେ । ଥାନାକୁ ଆସି ଛେଳି ମାଂସ ଖାଇଥିବା ଅଭିଯୋଗ ହୋଇଛି । ତେଣୁ ଏହାର ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସଂକୀର୍ତ୍ତନ ଗୁରୁ ଦାବି କରିଥିଲେ ।