ଏଏସ୍‌ଆଇ ଗୋପାଳଙ୍କ ଘର ବ୍ରହ୍ମପୁର

ଝାରସୁଗୁଡ଼ା ଅଫିସ୍‌,୩୦।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ନିଜ ରିଭଲଭର୍‌ରୁ ଗୁଳିମାରିଥିବା ପୋଲିସ୍‌ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କ ଘର ବ୍ରହ୍ମପୁର ହୋଇଥିବାବେଳେ ସେ କନଷ୍ଟେବଳ ଭାବେ ପ୍ରଥମେ ନିଯୁକ୍ତି ପାଇଥିଲେ। ତା’ ପରେ ପଦୋନ୍ନତି ପାଇ ସେ ଏଏସ୍‌ଆଇ ହୋଇଥିଲେ। ଏହି ପଦୋନ୍ନତି ପରେ ସେ ଝାରସୁଗୁଡ଼ା ଜିଲାରେ ଯୋଗଦାନ କରିଥିଲେ। ସେ ଏବେ ବ୍ରଜରାଜନଗର ଥାନା ଅଧିନ ଗାନ୍ଧୀଛକ ଫାଣ୍ଡିରେ କାର୍ଯ୍ୟରତ ଥିଲେ। ଏହା ପୂର୍ବରୁ ସେ ବନହରପାଲି ଥାନା, ବେଲ୍‌ପାହାଡ ଥାନା ଆଦିରେ କାର୍ଯ୍ୟ କରିଥିବା ଜଣାପଡିଛି। ସେ ଜଣେ ପୋଲିସ୍‌ ଏଏସ୍‌ଆଇ ହୋଇ ଜଣେ ମନ୍ତ୍ରୀଙ୍କ ଉପରକୁ କାହିଁକି ଅତର୍କିତ ଗୁଳିଚଳାଇଲେ ତାହା ସ୍ପଷ୍ଟ ହୋଇନାହିଁ। ଅଭିଯୁକ୍ତ ଦାସଙ୍କୁ ଅଟକରଖି ପୋଲିସ୍‌ ପଚରାଉଚରା ଚଳାଇଛି।
ଅଭିଯୁକ୍ତ ସ୍ବାଭାବିକ ଭାବେ କାର୍ଯ୍ୟ କରୁଥିଲେ: ଫାଣ୍ଡି ଅଧିକାରୀ
ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଗାନ୍ଧୀଛକ ଫାଣ୍ଡିରେ କାର୍ଯ୍ୟରତ ଥିଲେ। ତାଙ୍କର କାର୍ଯ୍ୟ ସମ୍ପର୍କରେ ଫାଣ୍ଡି ଅଧିକାରୀ ଶଶୀଭୂଷଣ ପୋଢ କହିଛନ୍ତି, ସେ ଗତ ୨୦୨୦ରୁ ଏଠାରେ କାର୍ଯ୍ୟରତ ଅଛନ୍ତି। ସେ ତାଙ୍କର ଡ୍ୟୁଟି ସ୍ବଭାବିକ ଭାବେ କରୁଥିଲେ। କୌଣସି ଅସ୍ବାଭାବିକ ପରିସ୍ଥିତି କେବେ ଦେଖିବାକୁ ମିଳିନାହିଁ ବୋଲି ସେ କହିଛନ୍ତି।
୪ ମାସ ହେଲା ଚିକିତ୍ସା ପାଇଁ ଛୁଟି ମିଳୁ ନ ଥିଲା: ସ୍ତ୍ରୀ
ବ୍ରହ୍ମପୁର ଅଫିସ,୨୯ା୧: ଅଭିଯୁକ୍ତ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଦୀର୍ଘବର୍ଷ ହେଲା ମାନସିକ ରୋଗ ଔଷଧ ଖାଉଥିଲେ ବୋଲି ସ୍ତ୍ରୀ ଜୟନ୍ତୀ ଦାସ କହିଛନ୍ତି। ଔଷଧ ଖାଇଲେ ଭଲ ରହୁଥିଲେ। କିଛିଦିନ ପରେ ପୁଣି ଅସୁସ୍ଥ ହୋଇପଡୁଥିଲେ। କିଛିମାସ ତଳେ ଅସୁସ୍ଥ ଥିବା ଜାଣି ଆମେ ଛୁଟି ପାଇଁ ଆବେଦନ କରିଥିଲୁ, କିନ୍ତୁ ଉପରିସ୍ଥ ଅଧିକାରୀମାନେ ୪ମାସ ହେଲା ଛୁଟି ଦେଇ ନ ଥିଲେ। ଯେତେବେଳେ ମାନସିକ ରୋଗ ବାହାରୁଥିଲା ସେତେବେଳେ ତାଙ୍କ କଥାବାର୍ତ୍ତା ଅସ୍ବାଭାବିକ ରହୁଥିଲା। ଗୋପାଳ ବ୍ରହ୍ମପୁର ତହସିଲ ଅଫିସ ସମ୍ମୁଖ ଦି’ମାଇଣ୍ଡ କ୍ଲିନିକ୍‌ରେ ଚିକିତ୍ସିତ ହେଉଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି। କୋଭିଡ୍‌ ସଂକ୍ରମଣ ପରେ ଆଉ ଡାକ୍ତରଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ। ଅନ୍ୟପକ୍ଷରେ ଗୁଳିକାଣ୍ଡର ଘଣ୍ଟାଏ ପୂର୍ବରୁ ସେ ଭିଡିଓ କଲ୍‌ରେ କଥା ହୋଇଛନ୍ତି ବୋଲି ସ୍ତ୍ରୀ ସୂଚନା ଦେଇଥିଲେ।
ଗୋପାଳ ବାଇପୁଲାର ଡିଜ୍‌ଅର୍ଡର ରୋଗୀ ଥିଲେ: ଡାକ୍ତର
ଚିକିତ୍ସା କରୁଥିବା ମାନସିକ ରୋଗ ବିଶେଷଜ୍ଞ ଡା. ଚନ୍ଦ୍ର ଶେଖର ତ୍ରିପାଠୀ କହିଛନ୍ତି, ଗୋପାଳ ବାଇପୁଲାର ଡିଜ୍‌ଅର୍ଡର (ମନର ଉନ୍ମାଦ) ରୋଗରେ ଆକ୍ରାନ୍ତ ଥିଲେ। ୫ବର୍ଷ ତଳେ ସେ ନିୟମିତ ଆସୁଥିଲେ। କିନ୍ତୁ ଦୀର୍ଘବର୍ଷ ହେଲା ସେ ଆସିନାହାନ୍ତି। ଏହି ରୋଗ ହେଲେ ସାଧାରଣତଃ ଉତ୍ପାତ ହେବେ, ରାଗିବେ, ଶୋଇବେ ନାହିଁ ଏବଂ ହିଂସାପ୍ରବଣ ହେବେ ବୋଲି ଡା. ତ୍ରିପାଠୀ କହିଛନ୍ତି। ଯଦିଓ କେତେବେଳେ ଆସିଛନ୍ତି, ତେବେ ଔଷଧ ସମ୍ପର୍କରେ ପଚାରିବାକୁ ଆସିଥାଇପାରନ୍ତି। ବର୍ଷେ ତଳେ ଆସିଥିଲେ, ସେତେବେଳେ ମାନସିକ ସ୍ଥିତି ଠିକ୍‌ ଥିଲା ବୋଲି ଡା. ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri