ଯୁବକଙ୍କୁ ରାସ୍ତାରେ ନିସ୍ତୁକ ପିଟିଲେ ଏଏସ୍‌ଆଇ

ପିପିଲି, ୮ା୨(ପ୍ରଭାତ ମହାପାତ୍ର/ଦୁର୍ଗାମାଧବ ମିଶ୍ର)ପିପିଲି ପୋଲିସର ଦବଙ୍ଗଗିରି। ଜଣେ ଯୁବକଙ୍କୁ ରାସ୍ତାରେ ନିସ୍ତୁକ ମାଡ଼ ମାରିଲେ ପୋଲିସ ଅଧିକାରୀ। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପୋଲିସ ଅଧିକାରୀ ଜଣକ ବାଡ଼ିରେ ଯୁବକଙ୍କ ହାତ ଓ ଗୋଡ଼କୁ ନିସ୍ତୁକ ପିଟୁଥିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି। କାଳେ ଯୁବକ ଜଣକ ଖସି ପଳାଇବେ, ସେଥିପାଇଁ ଦୁଇଜଣ ପୋଲିସ କର୍ମଚାରୀ ତାଙ୍କ ଦୁଇହାତକୁ ବଳପୂର୍ବକ ଜାବୁଡ଼ି ଧରିଛନ୍ତି। ମାଡ଼ ଏତେ ଭୟଙ୍କର ଥିଲା ଯେ, ସେହି ବାଟ ଦେଇ ଯାଉଥିବା ବାଇକ ଆରୋହୀ ମଧ୍ୟ ଗାଡ଼ି ଅଟକାଇ ପୋଲିସ ବାବୁଙ୍କୁ ମାରିବାକୁ ବାରଣ କରୁଥିବାର ଦୃଶ୍ୟ ଭିଜୁଆଲରୁ ଜାଣିହେଉଛି। ମାତ୍ର ପରେ ପୋଲିସ ଡରରେ ସେଠାରୁ ସେ ପଳାଇଯାଉଥିବା ଭିଡିଓରୁ ଅନୁମାନ କରିହେଉଛି। ପିପିଲି ପୋଲିସର ଏଭଳି ଦବଙ୍ଗଗିରିକୁ ସାଧାରଣରେ ନିନ୍ଦା କରାଯିବା ସହ ୫-ଟି ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ଭାଇରାଲ ହେଉଥିବା ଭିଜୁଆଲ ୫ତାରିଖ ରାତି ପ୍ରାୟ ୧୦ଟା ସମୟର ବୋଲି କୁହାଯାଉଛି। ମାଡ଼ ଖାଉଥିବା ଯୁବକ ପିପିଲି ଥାନା ଭାରତୀପୁର ପଞ୍ଚାୟତ ଅଧୀନ ହସନପୁର ଗ୍ରାମର ନୃସିଂହ ପ୍ରଧାନ ଓରଫ ପାକୁ। ସେହିପରି ଏହି ଘଟଣାରେ ସମ୍ପୃକ୍ତ ଅଧିକାରୀ ଜଣକ ହେଲେ ପିପିିଲି ଥାନା ଏଏସ୍‌ଆଇ ମନୋରଞ୍ଜନ ପରିଡ଼ା। ଗତ ୫ତାରିଖରେ ନୃସିଂହ ଡେଲାଙ୍ଗ ଛକ ନିକଟସ୍ଥ ନାଏରା ପେଟ୍ରୋଲ ପମ୍ପକୁ ନିଜ ଗାଡ଼ିରେ ତେଲ ପକାଇବାକୁ ଯାଇଥିଲେ। ସେଠାରେ ପୂର୍ବକଥାକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀ ଓ ତାଙ୍କ ମଧ୍ୟରେ ବଚସା ହୋଇଥିଲା। ଏପରିକି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ସ୍ଥାନୀୟ ଲୋକେ ଏହାର ସାମୟିକ ସମାଧାନ କରିଥିଲେ। ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନୃସିଂହଙ୍କୁ ଖୋଜି ଡେଲାଙ୍ଗ ଛକଠାରେ କାବୁ କରିଥିଲେ। ଏହି ସମୟରେ ତାଙ୍କୁ ପୋଲିସ ଅଧିକାରୀ ଜଣକ ନିର୍ମମ ଭାବେ ପିଟୁଥିବା ଦୃଶ୍ୟ ନିକଟସ୍ଥ ସିସିଟିଭିରେ କଏଦ ହୋଇଥିଲା। ପରେ ଏହି ଭିଡିଓ ଭାଇରାଲ୍‌ ହୋଇଥିଲା। ଏ ସଂକ୍ରାନ୍ତରେ ଏଏସ୍‌ଆଇ ପରିଡ଼ାଙ୍କୁ ପଚାରିବାରେ କହିଛନ୍ତି, ଭୟ ଦେଖାଇବା ପାଇଁ ବାଡ଼ି ଉଞ୍ଚେଇଥିଲି। ତେବେ ଜୋରରେ ନୁହେଁ ହାଲ୍‌କା ଭାବେ ମାଡ଼ ମାରିଥିଲି ବୋଲି ପରିଡ଼ା ପ୍ରକାଶ କରିଛନ୍ତି। ସେହିପରି ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ କହିଛନ୍ତି, ସମ୍ପୃକ୍ତ ଯୁବକ ଏକ ପେଟ୍ରୋଲ ଟାଙ୍କିରେ ବାରମ୍ବାର ଅପରାଧମୂଳକ କାର୍ଯ୍ୟ କରିବା ଅଭିଯୋଗରେ ପୋଲିସ ଦୃଷ୍ଟିରେ ଥିଲେ ଏବଂ ସେ ଧରା ପଡୁନଥିଲେ। ସମ୍ଭବତଃ ସେ ଧରାପଡ଼ିବା ପରେ ଏଭଳି ଘଟଣା ଘଟିଥିବ। ତେବେ ଏ ସମ୍ପର୍କରେ ସେ ସ୍ପଷ୍ଟ ଭାବେ ଅବଗତ ନ ଥିଲେ ମଧ୍ୟ ଭାଇରାଲ ହେଉଥିବା ଭିଡିଓରୁ ଜାଣିବାକୁ ପାଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ମାନବିକ ଅଧିକାର ଉଲ୍ଲଂଘନ କରିବା ସହ ଖାକିରେ ଦାଗ ଲଗାଇଛି। ରାଜ୍ୟ ସରକାରଙ୍କ ୫-ଟି ବ୍ୟବସ୍ଥା ଅନୁଯାୟୀ, ଅଭିଯୋଗକାରୀ ଏବଂ ଅଭିଯୁକ୍ତଙ୍କୁ ପୋଲିସ ଠିକ୍‌ ବ୍ୟବହାର ପ୍ରଦର୍ଶନ କରିବା କଥା। ତେବେ ଏ କ୍ଷେତ୍ରରେ ତା’ର ଉଲ୍ଲଘଂନ ହୋଇଛି। ତେଣୁ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

ରିପୋର୍ଟ ମାଗିଲେ ଏସ୍‌ପି
ପୁରୀ, ୮ା୨(ଅଜିତ ମହାନ୍ତି)ଜଣେ ଯୁବକଙ୍କୁ ପିପିଲି ପୋଲିସ ମାଡ଼ ମାରିବା ଘଟଣାକୁ ଏସ୍‌ପି ପିନାକ ମିଶ୍ର ଗୁରୁତ୍ୱର ସହ ନେଇଛନ୍ତି। ଏ ନେଇ ପିପିଲି ଥାନା ଅଧିକାରୀଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ମିଳିବା ପରେ ତାହାକୁ ଅନୁଧ୍ୟାନ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ରାଜଧାନୀରୁ ନକଲି ଡାକ୍ତର ଗିରଫ: ପ୍ରେମ ଜାଲରେ ଫସାଇଲେ ମହିଳା ଡାକ୍ତରଙ୍କୁ

ଭୁବନେଶ୍ୱର,୬।୨:ରାଜଧାନୀରୁ ନକଲି ଡାକ୍ତର ସରୋଜ ମିଶ୍ର ଓରଫ ସିଦ୍ଧାର୍ଥ ଶଙ୍କରଙ୍କୁ ଗିରଫ କରାଯାଇଛି। ମଞ୍ଚେଶ୍ୱର ପୋଲିସ ସିଦ୍ଧାର୍ଥଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଗିରଫ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri