ଯୁବକଙ୍କୁ ରାସ୍ତାରେ ନିସ୍ତୁକ ପିଟିଲେ ଏଏସ୍‌ଆଇ

ପିପିଲି, ୮ା୨(ପ୍ରଭାତ ମହାପାତ୍ର/ଦୁର୍ଗାମାଧବ ମିଶ୍ର)ପିପିଲି ପୋଲିସର ଦବଙ୍ଗଗିରି। ଜଣେ ଯୁବକଙ୍କୁ ରାସ୍ତାରେ ନିସ୍ତୁକ ମାଡ଼ ମାରିଲେ ପୋଲିସ ଅଧିକାରୀ। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପୋଲିସ ଅଧିକାରୀ ଜଣକ ବାଡ଼ିରେ ଯୁବକଙ୍କ ହାତ ଓ ଗୋଡ଼କୁ ନିସ୍ତୁକ ପିଟୁଥିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି। କାଳେ ଯୁବକ ଜଣକ ଖସି ପଳାଇବେ, ସେଥିପାଇଁ ଦୁଇଜଣ ପୋଲିସ କର୍ମଚାରୀ ତାଙ୍କ ଦୁଇହାତକୁ ବଳପୂର୍ବକ ଜାବୁଡ଼ି ଧରିଛନ୍ତି। ମାଡ଼ ଏତେ ଭୟଙ୍କର ଥିଲା ଯେ, ସେହି ବାଟ ଦେଇ ଯାଉଥିବା ବାଇକ ଆରୋହୀ ମଧ୍ୟ ଗାଡ଼ି ଅଟକାଇ ପୋଲିସ ବାବୁଙ୍କୁ ମାରିବାକୁ ବାରଣ କରୁଥିବାର ଦୃଶ୍ୟ ଭିଜୁଆଲରୁ ଜାଣିହେଉଛି। ମାତ୍ର ପରେ ପୋଲିସ ଡରରେ ସେଠାରୁ ସେ ପଳାଇଯାଉଥିବା ଭିଡିଓରୁ ଅନୁମାନ କରିହେଉଛି। ପିପିଲି ପୋଲିସର ଏଭଳି ଦବଙ୍ଗଗିରିକୁ ସାଧାରଣରେ ନିନ୍ଦା କରାଯିବା ସହ ୫-ଟି ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ଭାଇରାଲ ହେଉଥିବା ଭିଜୁଆଲ ୫ତାରିଖ ରାତି ପ୍ରାୟ ୧୦ଟା ସମୟର ବୋଲି କୁହାଯାଉଛି। ମାଡ଼ ଖାଉଥିବା ଯୁବକ ପିପିଲି ଥାନା ଭାରତୀପୁର ପଞ୍ଚାୟତ ଅଧୀନ ହସନପୁର ଗ୍ରାମର ନୃସିଂହ ପ୍ରଧାନ ଓରଫ ପାକୁ। ସେହିପରି ଏହି ଘଟଣାରେ ସମ୍ପୃକ୍ତ ଅଧିକାରୀ ଜଣକ ହେଲେ ପିପିିଲି ଥାନା ଏଏସ୍‌ଆଇ ମନୋରଞ୍ଜନ ପରିଡ଼ା। ଗତ ୫ତାରିଖରେ ନୃସିଂହ ଡେଲାଙ୍ଗ ଛକ ନିକଟସ୍ଥ ନାଏରା ପେଟ୍ରୋଲ ପମ୍ପକୁ ନିଜ ଗାଡ଼ିରେ ତେଲ ପକାଇବାକୁ ଯାଇଥିଲେ। ସେଠାରେ ପୂର୍ବକଥାକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀ ଓ ତାଙ୍କ ମଧ୍ୟରେ ବଚସା ହୋଇଥିଲା। ଏପରିକି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ସ୍ଥାନୀୟ ଲୋକେ ଏହାର ସାମୟିକ ସମାଧାନ କରିଥିଲେ। ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନୃସିଂହଙ୍କୁ ଖୋଜି ଡେଲାଙ୍ଗ ଛକଠାରେ କାବୁ କରିଥିଲେ। ଏହି ସମୟରେ ତାଙ୍କୁ ପୋଲିସ ଅଧିକାରୀ ଜଣକ ନିର୍ମମ ଭାବେ ପିଟୁଥିବା ଦୃଶ୍ୟ ନିକଟସ୍ଥ ସିସିଟିଭିରେ କଏଦ ହୋଇଥିଲା। ପରେ ଏହି ଭିଡିଓ ଭାଇରାଲ୍‌ ହୋଇଥିଲା। ଏ ସଂକ୍ରାନ୍ତରେ ଏଏସ୍‌ଆଇ ପରିଡ଼ାଙ୍କୁ ପଚାରିବାରେ କହିଛନ୍ତି, ଭୟ ଦେଖାଇବା ପାଇଁ ବାଡ଼ି ଉଞ୍ଚେଇଥିଲି। ତେବେ ଜୋରରେ ନୁହେଁ ହାଲ୍‌କା ଭାବେ ମାଡ଼ ମାରିଥିଲି ବୋଲି ପରିଡ଼ା ପ୍ରକାଶ କରିଛନ୍ତି। ସେହିପରି ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ କହିଛନ୍ତି, ସମ୍ପୃକ୍ତ ଯୁବକ ଏକ ପେଟ୍ରୋଲ ଟାଙ୍କିରେ ବାରମ୍ବାର ଅପରାଧମୂଳକ କାର୍ଯ୍ୟ କରିବା ଅଭିଯୋଗରେ ପୋଲିସ ଦୃଷ୍ଟିରେ ଥିଲେ ଏବଂ ସେ ଧରା ପଡୁନଥିଲେ। ସମ୍ଭବତଃ ସେ ଧରାପଡ଼ିବା ପରେ ଏଭଳି ଘଟଣା ଘଟିଥିବ। ତେବେ ଏ ସମ୍ପର୍କରେ ସେ ସ୍ପଷ୍ଟ ଭାବେ ଅବଗତ ନ ଥିଲେ ମଧ୍ୟ ଭାଇରାଲ ହେଉଥିବା ଭିଡିଓରୁ ଜାଣିବାକୁ ପାଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ମାନବିକ ଅଧିକାର ଉଲ୍ଲଂଘନ କରିବା ସହ ଖାକିରେ ଦାଗ ଲଗାଇଛି। ରାଜ୍ୟ ସରକାରଙ୍କ ୫-ଟି ବ୍ୟବସ୍ଥା ଅନୁଯାୟୀ, ଅଭିଯୋଗକାରୀ ଏବଂ ଅଭିଯୁକ୍ତଙ୍କୁ ପୋଲିସ ଠିକ୍‌ ବ୍ୟବହାର ପ୍ରଦର୍ଶନ କରିବା କଥା। ତେବେ ଏ କ୍ଷେତ୍ରରେ ତା’ର ଉଲ୍ଲଘଂନ ହୋଇଛି। ତେଣୁ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

ରିପୋର୍ଟ ମାଗିଲେ ଏସ୍‌ପି
ପୁରୀ, ୮ା୨(ଅଜିତ ମହାନ୍ତି)ଜଣେ ଯୁବକଙ୍କୁ ପିପିଲି ପୋଲିସ ମାଡ଼ ମାରିବା ଘଟଣାକୁ ଏସ୍‌ପି ପିନାକ ମିଶ୍ର ଗୁରୁତ୍ୱର ସହ ନେଇଛନ୍ତି। ଏ ନେଇ ପିପିଲି ଥାନା ଅଧିକାରୀଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ମିଳିବା ପରେ ତାହାକୁ ଅନୁଧ୍ୟାନ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri