ଅଶ୍ୱିନୀ ହସ୍ପିଟାଲ ପକ୍ଷରୁ ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

କଟକ,୧୨।୧୦ (ଅଭୟ ଦାଶ): ଅଶ୍ୱିନୀ ଗ୍ରୁପ୍‌ ଅଫ୍‌ ହସ୍ପିଟାଲ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅଶ୍ୱିନୀ ହସ୍ପିଟାଲ କଟକଠାରେ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅଶ୍ୱିନୀ ଗ୍ରୁପ୍‌ ଅଫ୍‌ ହସ୍ପିଟାଲର ଚେୟାରମ୍ୟାନ (ଅଧ୍ୟକ୍ଷ) ଡା. ସୁବ୍ରତ ଜେନା, ମ୍ୟାନେଜିଂ ଡାଇରେକ୍ଟର ଡା. ମାୟା ଗନ୍ତାୟତଙ୍କ ସମେତ ଅଶ୍ୱିନୀ ହସ୍ପିଟାଲର ଅର୍ଥୋପେଡିକ୍ସ୍‌ ବିଭାଗର ବିଭାଗୀୟ ମୁଖ୍ୟ ଡା. ବି.କେ.ରେଡ୍ଡି, ରେସ୍‌ପିରେଟୋରି ବିଭାଗର ବିଭାଗୀୟ ମୁଖ୍ୟ ଡା. ସମ୍ପଦ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କଟକର ଅଶ୍ୱିନୀ ହସ୍ପିଟାଲରେ ନିୟମିତ ଡାକ୍ତରୀ ପୋଷ୍ଟ ଗ୍ରାଜୁଏଶନ (ପିଜି) ପାଠ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ୬ଟି ବିଭାଗରେ ଉକ୍ତ ପାଠ୍ୟକ୍ରମ ନିକଟରେ ଆରମ୍ଭ ହୋଇଛି।

ଏପରିକି କୌଣସି କର୍ପୋରେଟ ହସ୍ପିଟାଲରେ ଏଭଳି ପାଠ୍ୟକ୍ରମ ଆରମ୍ଭ ହେବା ରାଜ୍ୟରେ ଏହା ପ୍ରଥମ ବୋଲି ଅଶ୍ୱିନୀ ପକ୍ଷରୁ ସୂଚନା ଦିଆଯାଇଛି। ଅଶ୍ୱିନୀ ହସ୍ପିଟାଲ୍‌ ଓ ଅଶ୍ୱିନୀ ଟ୍ରମା ସେଣ୍ଟର ଆଦିରେ ନ୍ୟୁରୋସର୍ଜରି, ନ୍ୟୁରୋଲୋଜି, ଅର୍ଥୋପେଡିକ୍ସ, ପ୍ଲାଷ୍ଟିକ ସର୍ଜରି, ରେସ୍‌ପିରେଟୋରି ଏବଂ ଇମରଜେନ୍ସି ମେଡିସିନ ଭଳି ପ୍ରମୁଖ ବିଭାଗ ଆଦିରେ ପିଜି ପାଠ୍ୟକ୍ରମ ଖୋଲିଥିବା ଅଶ୍ୱିନୀ ଗ୍ରୁପ୍‌ ଅଫ୍‌ ହସ୍ପିଟାଲର ଚେୟାରମ୍ୟାନ (ଅଧ୍ୟକ୍ଷ) ଡା. ସୁବ୍ରତ ଜେନା ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ଅଶ୍ୱିନୀ ହସ୍ପିଟାଲର ମ୍ୟାନେଜିଂ ଡାଇରେକ୍ଟର ଡା. ମାୟା ଗନ୍ତାୟତ କହିଥିଲେ, ନିଟ୍‌ କାଉନ୍‌ସେଲିଂ ମାଧ୍ୟମରେ ପିଜି ପାଠ୍ୟକ୍ରମ ନିମନ୍ତେ ଛାତ୍ରୀଛାତ୍ରମାନେ ନାମ ଲେଖାଉଛନ୍ତି। ଅଶ୍ୱିନୀ ହସ୍ପିଟାଲ ଓ ଟ୍ରମା ସେଣ୍ଟରଠାରେ ୨୦୦ରୁ ଅଧିକ ଶଯ୍ୟା ରହିଥିବା ବେଳେ ସେଥିରେ ପ୍ରତିଦିନ ଶତାଧିକ ରୋଗୀ ଚିକିତ୍ସିତ ହେଉଛନ୍ତି। ଏପରିକି ପ୍ରତି ବିଭାଗରେ ୨ଜଣ ଲେଖାଏ ମୋଟ୍‌ ୧୨ଜଣ ଛାତ୍ର ପିଜି ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି। ଅଶ୍ୱିନୀ ହସ୍ପିଟାଲରେ ଅଧ୍ୟୟନରତ ଛାତ୍ରୀଛାତ୍ରମାନଙ୍କୁ ଓଡ଼ିଶା ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଷ୍ଟାଇପେଣ୍ଡ ମଧ୍ୟ ସମସ୍ତ ନୀତି ନିୟମ ମଧ୍ୟରେ ପ୍ରଦାନ କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧ ଯୋଗୁ ବନ୍ଦ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପଶ୍ଚିମ ଏସିଆ ସେବା ପୁନର୍ବାର ଆରମ୍ଭ କରିଛି

ନୂଆଦିଲ୍ଲୀ,୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା; କିନ୍ତୁ, ଉତ୍ତେଜନା ହ୍ରାସ ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ…

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…

ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…

ହଠାତ ଲାଲ ହେଲା ଭେନେଜୁଏଲାର ଆକାଶ, Video ଦେଖି ଚମକି ପଡ଼ିଲେ ଭୂକମ୍ପରୁ ଉଠିଥିବା ଲୋକେ

କାରାକାସ୍‌,୨।୭: ଭେନେଜୁଏଲାର ରାଜଧାନୀ କାରାକାସରେ ସମ୍ପ୍ରତି ଦେଖାଯାଇଥିବା ଏକ ଦୃଶ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଭୂମିକମ୍ପର ଧ୍ୱଂସଲୀଳାରେ ପୂର୍ବରୁ ସ୍ତବ୍ଧ ଥିବା ସହର ଉପରର ସମଗ୍ର ଆକାଶ…

ନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର? ଉପନିର୍ବାଚନ ଘୋଷଣା ପରେ ଜୋର ଧରିଛି ଚର୍ଚ୍ଚା

ପାଟନା,୨।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ରେ ହେବ ଏବଂ ଭୋଟ ଗଣତି…

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

ଇସ୍ରୋ ମୁଖ୍ୟାଳୟ ଉଡାଇ ଦେବାକୁ ଆସିଲା ଧମକ: ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ,୨।୭: ବେଙ୍ଗାଲୁରୁରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟାଳୟ ଉଡାଇଦେବାକୁ ଧମକ ମିଳିଛି। ଇସ୍ରୋ ମୁଖ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଛି। ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri