Posted inଜାତୀୟ

‘ଅଜ୍ଞାନୀ ଶିକ୍ଷାମନ୍ତ୍ରୀ, ନୀତୀଶ କୁମାର ଧ୍ରୁତରାଷ୍ଟ୍ର’, ରାମଚରିତ ମାନସ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ଅଶ୍ୱିନୀ ଚୌବେ, କହିଲେ ତୁରନ୍ତ ଦିଅନ୍ତୁ ଇସ୍ତଫା

ପାଟନା,୧୨ ।୧: ରାମଚରିତ ମାନସକୁ ନେଇ ବିବାଦୀୟ ବୟାନ ଦେଇ ଏବେ ସମ୍ପୂର୍ଣ୍ଣ ଭାବେ ଫସି ଯାଇଛନ୍ତି ବିହାରର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ସିଂ । ପ୍ରାୟ ସମସ୍ତ ରାଜନୈତିକ ଦଳ ତାଙ୍କ ବୟାନକୁ ନେଇ ଆଲୋଚନା କରିଛନ୍ତି । ଏବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ବି ଚନ୍ଦ୍ରଶେଖରଙ୍କ ବୟାନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଅଶ୍ୱିନୀ ଚୌବେ କହିଛନ୍ତି, ଏ ହେଉଛନ୍ତି ଅଜ୍ଞାନୀ ଶିକ୍ଷାମନ୍ତ୍ରୀ । ସେ ହଜାର ହଜାର ଧର୍ମାବଲମ୍ବିଙ୍କ ଅପମାନ କରିଛନ୍ତି । ଦୁର୍ଭାଗ୍ୟପୂର୍ଣ୍ଣ ଯେ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଧ୍ରୁତରାଷ୍ଟ୍ର ହୋଇ ବସିଛନ୍ତି । ରାମଚରିତ ମାନସ ଏକ ଜୀବନ ପଦ୍ଧତି, ଏମିତି ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଦରକାର । ମୁଁ ଏବେ ବକ୍ସର ଯାଉଛି । ଏମିତି ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ନୀତୀଶ କୁମାର ଧ୍ରୁତରଷ୍ଟ୍ର ହୋଇ ବସିଛନ୍ତି ।

ସୂଚନାଯୋଗ୍ୟ, ବିହାରର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ଏମିତି ଏକ ବୟାନ ଦେଇ ବିବାଦ ଠିଆ କରାଇଛନ୍ତି, ଯାହା ଏବେ ରାଜନୀତିକୁ ସରଗରମ କରିଛନ୍ତି । ଚନ୍ଦ୍ରଶେଖର କହିଥିଲେ ହିନ୍ଦୁ ଗ୍ରନ୍ଥ ରାମଚରିତ ମାନସକୁ ମନୁସ୍ମୃତି ଭଳି ଜାଳି ଦେବା ଦରକାର, କାରଣ ଏହା ସମାଜରେ ଜାତି ବିଭାଜନକୁ ପ୍ରୋତ୍ସାହିତ କରୁଛି । ପାଟନାର ନାଳନ୍ଦା ଓପନ ୟୁନିଭର୍ସିଟିର ୧୫ ତମ ଦିକ୍ଷାନ୍ତ ସମାରୋହରେ ଚନ୍ଦ୍ରଶେଖର ଏହି ଟିପ୍ପଣୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri