Posted inଖେଳ

ଇଂଲଣ୍ଡ ବିପକ୍ଷରେ ଫେରିବେ ଅଶ୍ୱିନ

ଲକ୍ଷ୍ନୌ,୨୯।୧୦: ଦିନିକିଆ କ୍ରିକେଟ ବିଶ୍ୱକପ୍‌ ୨୦୨୩ର ୨୯ ତମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓ ଆୟୋଜକ ଭାରତ ମୁହାଁମୁହିଁ ହେବେ। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଏଠିକାର ପିଚ୍‌ ସ୍ପିନରଙ୍କୁ ସହାୟତା କରୁଥିବା ବେଳେ ଭାରତ ୩ ସ୍ପିନରଙ୍କ ସହିତ ଓହ୍ଲାଇବାର ସମ୍ଭାବନା ଅଧିକ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌ରେ ନ ଥିବା ବେଳେ ଏପରି ହେଲେ ମହମ୍ମଦ ଶାମି ଓ ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣଙ୍କୁ ପ୍ଲେଇଂ ଇଲେଭେନ୍‌ରୁ ବାହାରେ ବସିବାକୁ ପଡିବ। ଧର୍ମଶାଳାରେ ୫ ଉଇକେଟ ନେଇଥିବା ମହମ୍ମଦ ଶାମିଙ୍କ ଖେଳିବା ମଧ୍ୟ ଏକପ୍ରକାର ନିଶ୍ଚିତ। ତେଣୁ ସିରାଜ ବାହାରେ ବସିପାରନ୍ତି। ଚଳିତ ବିଶ୍ୱକପ୍‌ ଇଂଲଣ୍ଡ ପାଇଁ ଅତ୍ୟନ୍ତ ନିରାଶାଜନକ ରହିଥିବା ବେଳେ ଭାରତ ଚମତ୍କାର ପ୍ରଦର୍ଶନ କରିବା ସହ ଗୋଟିଏ ମଧ୍ୟ ମ୍ୟାଚ ହାରି ନାହିଁ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତର ପ୍ରଦର୍ଶନ ବେଶ୍‌ ଉଚ୍ଚକୋଟୀର ରହିଛି। ଟପ୍‌ ଅର୍ଡରରେ ରୋହିତ ଶର୍ମା, ଶୁବମନ ଗିଲ୍‌ ଓ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ମିଡିଲ ଅର୍ଡରରେ ଲୋକେଶ ରାହୁଲ ମଧ୍ୟ ସମାନ ପରିମାଣରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବଙ୍କୁ ଆଉ ଏକ ସୁଯୋଗ ମିଳିବ। ଧର୍ମଶାଳାରେ ସେ ଦୁର୍ଭାଗ୍ୟଜନକ ଭାବରେ ରନ୍‌ଆଉଟ ହୋଇଥିବା ବେଳେ ଲକ୍ଷ୍ନୌରେ ସୁଯୋଗର ଫାଇଦା ଉଠାଇବାକୁ ପ୍ରୟାସ କରିବେ। ସେହିପରି ୪ ନମ୍ବରରେ ବ୍ୟାଟିଂ କରୁଥିବା ଶ୍ରେୟସ ଆୟର ମଧ୍ୟ ଏକ ବଡ ସ୍କୋର କରିବାକୁ ଚାହିଁବେ। ଆୟର ଭଲ ଆରମ୍ଭ ପାଉଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ରୂପାନ୍ତର କରିବାରେ ବିଫଳ ହେଉଛନ୍ତି। ଶର୍ଟପିଚ୍‌ ବଲ୍‌ ବିପକ୍ଷରେ ତାଙ୍କର ଦୁର୍ବଳତାକୁ ସେ ଏହି ମ୍ୟାଚରେ ଦୂରେଇବାକୁ ପ୍ରୟାସ କରିବେ। ବିରାଟ କୋହଲି ଏହି ମ୍ୟାଚ୍‌ରେ ଶତକ ହାସଲ କଲେ ଦିନିକିଆ କ୍ୟାରିୟରରେ ୪୯ତମ ଶତକ ସହ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହେବାକୁ ପ୍ରୟାସ କରିବେ। ସେହିପରି ଭାରତୀୟ ସ୍ପିନରଙ୍କ ଉପରେ ସଭିଙ୍କ ନଜର ରହିବ। ଧର୍ମଶାଳାରେ ମହଙ୍ଗା ସାବ୍ୟସ୍ତ ହୋଇଥିବା କୁଲଦୀପ୍‌ ଯାଦବ ନିଜ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ। ସେହିପରି ଇଂଲଣ୍ଡ ବ୍ୟାଟିଂ ଅର୍ଡରରେ ଏକାଧିକ ବାମହାତୀ ଖେଳାଳି ରହିଥିବାରୁ ଅଶ୍ୱିନ ମଧ୍ୟ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରନ୍ତି।
ତେବେ ବାଜବଲ୍‌ ରଣନୀତିରେ ଖେଳୁଥିବା ଇଂଲଣ୍ଡ କିନ୍ତୁ ନିରାଶ ହୋଇଛି। ଏହି ମ୍ୟାଚ୍‌ ଇଂଲଣ୍ଡ ପାଇଁ ଶେଷ ସୁଯୋଗ ହୋଇଥିବା ବେଳେ ଦଳ ନିହାତି ବିଜୟ ଆବଶ୍ୟକ କରୁଛି। ଏଥିରେ ହାରିଲେ ଆପାତତଃ ଇଂଲଣ୍ଡ ଟୁର୍ନାେଣ୍ଟେରୁ ବିଦାୟ ନେବ। ତେବେ ଏହି ମ୍ୟାଚ୍‌ରେ ବିଜୟୀ ହେଲେ ଆଗକୁ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଆତ୍ମବିଶ୍ୱାସ ମିଳିବ। ଚଳିତ ବିଶ୍ୱକପ୍‌ରେ ବାଜ୍‌ବଲ୍‌ ରଣନୀତି ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଏହାର ବ୍ୟାଟରମାନେ ବିଫଳ ହେବା ଦଳକୁ ନିରାଶ କରିଛି। କିଛି ମ୍ୟାଚ୍‌ରେ ଡାଓ୍ବିଡ୍‌ ମଲାନ୍‌ ଓ ଜୋ ରୁଟ୍‌ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଦଳର ଅନ୍ୟ ବ୍ୟାଟର ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଅଧିନାୟକ ଜୋସ୍‌ ବଟଲର, ହ୍ୟାରୀ ବ୍ରୁକ୍‌, ସାମ କରନ୍‌, ମୋଇନ୍‌ ଅଲୀ ଓ ଲିଆମ୍‌ ଲିଭିଙ୍ଗଷ୍ଟୋନଙ୍କ ପରି ଖେଳାଳି ମଧ୍ୟ ବିଫଳ ହୋଇଛନ୍ତି। ସେହିପରି ଦଳର ବୋଲିଂ ମଧ୍ୟ ସମାନ ପରିମାଣରେ ବିଫଳ ହୋଇଛି। ଦଳର ସଫଳତମ ବୋଲର ରିସି ଟପ୍‌ଲେ ଆହତ ହୋଇ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛନ୍ତି। ତେବେ ଦଳ ନିକଟରେ ଆଦିଲ୍‌ ରଶିଦଙ୍କୁ ବାଦ୍‌ ଦେଲେ କେହି ଭଲ ସ୍ପିନର ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri