Categories: ଖେଳ

ପାକିସ୍ତାନ କ୍ରିକେଟର୍‌ଙ୍କୁ ପଛରେ ପକାଇଲେ ଅଶ୍ୱିନ

ମେଲବୋର୍ନ,୨୮।୧୨: ମେଲବୋନର୍ର୍ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ଭଲ ପ୍ରଦର୍ଶନ କରି ଭାରତ ମ୍ୟାଚରେ ମଜଭୁତ ସ୍ଥିତିରେ ଅଛି। ଏହି ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ଅନେକ ହାସଲ ରେକର୍ଡ କରିଛନ୍ତି। ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂଶରେ ମାର୍ନସ ଲାବୁଶେନ୍‌ଙ୍କୁ ଆଉଟ୍‌ କରିଛନ୍ତି। ଏହା ସହ ସେ ପାକିସ୍ତାନର ପୂର୍ବତନ କ୍ରିକେଟର୍‌ ୱାକର ୟୁନିସଙ୍କ ରେକର୍ଡ ଭାଙ୍ଗିଥିଲେ। ଏବେ ତାଙ୍କ ଟାର୍ଗେଟରେ ପୂର୍ବତନ ୱେଷ୍ଟଇଣ୍ଡିଜ ଫାଷ୍ଟ ବୋଲର ମଲକମ ମାର୍ଶଲଙ୍କ ରେକର୍ଡ ରହିଛି। ରବିଚନ୍ଦ୍ରନ ଅଶ୍ୱିନ ମାର୍ନସ ଲାବୁଶେନଙ୍କୁ ଆଉଟ୍‌ କରି ଟେଷ୍ଟ କ୍ରିକେଟରେ ନିଜ ଉଇକେଟ ସଂଖ୍ୟା ୩୭୪କୁ ବୃଦ୍ଧି କରିଛନ୍ତି।
ଟେଷ୍ଟ କ୍ରିକେଟରେ ୱାକର ୩୭୩ ଉଇକେଟ ନେଇଛନ୍ତି। ଏହା ଅଶ୍ୱିନଙ୍କ ୭୩ତମ ଟେଷ୍ଟ ମ୍ୟାଚ ଖେଲିଥିବାବେଳେ ୱାକର ୮୭ଟି ମ୍ୟାଚରେ ୩୭୩ ଉଇକେଟ ନେଇଛନ୍ତି। ଅଶ୍ୱିନ ହେଉଛନ୍ତି ଭାରତର ଚତୁର୍ଥ ସଫଳ ବୋଲର। ଅଶ୍ୱିନଙ୍କ ପୂର୍ବରୁ ଅନୀଲ କୁମ୍ବଲେ (୬୧୯), କପିଲ ଦେବ (୪୩୪) ଏବଂ ହରଭଜନ ସିଂ (୪୧୭) ଅଧିକ ଉଇକେଟ ନେଇଛନ୍ତି। ବିଶ୍ୱ ତାଲିକାରେ ଅଶ୍ୱିନ ୨୦ ନମ୍ବରରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଉଇକେଟ ନେଇଥିଲେ। ଏଥିପାଇଁ ଭାରତ ପ୍ରଥମ ଇନିଂସରେ ୧୯୫ ରନରେ ଅଷ୍ଟ୍ରେଲିଆକୁ ଅଲଆଉଟ୍‌ କରିଥିଲା। ଏହାର ଜବାବରେ ଭାରତ ୩୨୬ ରନ ସଂଗ୍ରହ କରିଥିଲା। ଫଳରେ ଭାରତ ପ୍ରଥମ ଇନିଂସରେ ୧୩୧ ରନର ଅଗ୍ରଣୀ ଲାଭ କରିଛି।

Share