Posted inଖେଳ

ଅବସରକୁ ନେଇ ଅଶ୍ୱିନଙ୍କ ବଡ଼ ବୟାନ, କହିଲେ ‘ମୁଁ ଆହୁରି ଖେଳିବାକୁ ଚାହୁଁଥିଲି ହେଲେ…’

ନୂଆଦିଲ୍ଲୀ,୧୫।୧: ଭାରତୀୟ କ୍ରିକେଟ ଟିମ୍‌ର ଭେଟେରାନ୍‌ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫି ମଝିରେ ହଠାତ ସନ୍ନ୍ୟାସ ନେଇ ସମସ୍ତଙ୍କୁ ଚମକାଇଥିଲେ। ତାଙ୍କର ଏଭଳି ବଡ଼ ନିଷ୍ପତ୍ତି ପଛରେ କ’ଣ କାରଣ ଥିଲା ଏହାକୁ ନେଇ ଲଗାତାର ଭିନ୍ନ ଚର୍ଚ୍ଚା ହେଉଥିଲା। ଏବେ ସେ ନେଇ ମୁହଁ ଖୋଲିଛନ୍ତି ଅଶ୍ୱିନ। ଅବସର ନେବାକୁ ଏହା ଭଲ ସମୟ ଥିଲା। ଏହାପରଠାରୁ ତାଙ୍କୁ ସୁଯୋଗ ମିଳିବା କଷ୍ଟକର ଥିଲା ବୋଲି ସେ କହିଛନ୍ତି।

ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ଅଶ କି ବାତ୍‌’ରେ ଅଶ୍ୱିନ କହିଛନ୍ତି, ମୁଁ ବହୁତ ଭାବୁଝି। ଜୀବନରେ କ’ଣ କରିବାର ଅଛି। ଯେତେବେଳେ ଏହା ସ୍ପଷ୍ଟ ହୋଇଯାଏ ଯେ କାମ ଶେଷ ହୋଇ ସାରିଛି, ତେବେ ତାହାକୁ ଅନ୍ତ ବୋଲି ଭାବି ନେବା ଉଚିତ। ମୁଁ ପ୍ରଥମ ଟେଷ୍ଟ ଖେଳି ନ ଥିଲି। ଦ୍ୱିତୀୟ ଖେଳିଥିଲି, ତୃତୀୟ ନୁହେଁ। ଆଗକୁ ଖେଳିଥାନ୍ତି ନଚେତ ଖେଳି ନ ଥାନ୍ତି, ଜଣା ନ ଥିଲା। ମୋର ସୃଜନଶୀଳତା ଶେଷ ହୋଇଯାଇଥିଲା। ଏଣୁ ମୁଁ ଏହାକୁ ଶେଷ କରିବାକୁ ଚିନ୍ତା କରିଥିଲି। ତେବେ ଏହା ସେତେ ବଡ଼ କଥା ନୁହେଁ। ସେ ଏହାକୁ ବହୁତ ସହଜରେ ନେଇଥିଲେ। ସେ ତାଙ୍କ କ୍ୟାରିୟରକୁ ନେଇ ଖୁସି ଏବଂ ସେ ଯାହା କଳ୍ପନା କରି ନ ଥିଲେ, ତାହା କରିପାରିଛନ୍ତି ବୋଲି ସେ କହିଛନ୍ତି।

ଏହାଛଡ଼ା ଅଶ୍ୱିନ ନିଜର ବିଦାୟକାଳୀନ ଟେଷ୍ଟ ଖେଳି ନ ପାରିବାକୁ ନେଇ କହିଛନ୍ତି, ଯଦି ମୁଁ ଏକ ବିଦାୟକାଳୀନ ଟେଷ୍ଟ ଖେଲିଥାନ୍ତି, ହେଲେ ତାର ଯୋଗ୍ୟ ନ ଥାନ୍ତି, ତେବେ କିଭଳି ଅନୁଭବ ହୋଇଥାନ୍ତା? ମୁଁ କେବଳ ବିଦାୟ ଦେବା ଲାଗି ଦଳରେ ସାମିଲ ହେବାକୁ ଚାହୁଁ ନ ଥିଲି। ମୁଁ ଭାବୁଛି ଯେ ମୋ ଭିତରେ ଆହୁରି କ୍ରିକେଟ ବାକି ଥିଲା, ହେଲେ ଏହା ସବୁବେଳେ ଭଲ ଯେ ଲୋକେ କାହିଁକି ବୋଲି ପଚାରନ୍ତୁ। ମୁଁ ସଚ୍ଚୋଟତାର ସହ କ୍ରିକେଟ ଖେଳିବାକୁ ଚାହେଁ। ଏହି ନିଷ୍ପତ୍ତି ମୋ ଖୁସିର ଏକ ଅଂଶ ବୋଲି ସେ କହିଛନ୍ତି।

ଅଶ୍ୱିନ ୧୦୬ ଟେଷ୍ଟ ମ୍ୟାଚ୍‌ରେ ୫୩୭ ଉଇକେଟ ନେଇଥିଲେ, ଯାହାକି ଭାରତ ପକ୍ଷରୁ ଟେଷ୍ଟରେ ଦ୍ୱିତୀୟ ସର୍ବାଧିକ ଥିଲା। ଅନ୍ତର୍ଜାତୀୟ କ୍ରିକେଟରେ ସେ ମୋଟ ୭୬୫ ଉଇକେଟ ନେଇଥିଲେ। ତାଙ୍କ ଆଗରେ କେବଳ ଅନିଲ କୁମ୍ବଲେ ୯୫୩ ଉଇକେଟ ନେଇ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣକୁ ନେଇ ୧୨ ଘଣ୍ଟିଆ ଲାଞ୍ଜିଗଡ ବନ୍ଦ ଡାକରା: ସ୍କୁଲ, କଲେଜ, ଦୋକାନ ବଜାର ସବୁ ଠପ୍‌

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି।…

ବିବାହର କିଛି ଘଣ୍ଟା ପରେ ଏକ ସନ୍ତାନକୁ ଜନ୍ମ ଦେଲେ କନ୍ୟା, ଆଶ୍ଚର୍ଯ୍ୟ ହୋଇଗଲା ବର, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୫।୨: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜିମନଗର ଥାନା ଅଞ୍ଚଳ ଅନ୍ତର୍ଗତ…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

ନଡ୍ଡା-ଖାର୍ଗେ କଥା କଟାକଟି: ରାହୁଲଙ୍କୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୫।୨: ସଂସଦର ବଜେଟ ଅଧିବେଶନର ସପ୍ତମ ଦିନରେ ମଧ୍ୟ ଗୃହରେ ହୋହଲ୍ଲା ଜାରି ରହିଛି। ଗୁରୁବାର ଲୋକ ସଭା କାର୍ଯ୍ୟ ସକାଳ ୧୧ଟାରେ ଆରମ୍ଭ ହୋଇଥିଲା। କିନ୍ତୁ…

UPI New Rules: ବଦଳିଲା UPI ଟ୍ରାଞ୍ଜାକ୍ସନ ପଦ୍ଧତି, ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୫।୨: ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପନିପରିବା କିଣିବା ଠାରୁ ଆରମ୍ଭ କରି ଅନଲାଇନ ସପିଂ, ବିଦ୍ୟୁତ୍‌ ବିଲ…

ମମତା ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା, ୨୦ ଲକ୍ଷ କର୍ମଚାରୀଙ୍କୁ ୨୫% DA ଦେବାକୁ ନିର୍ଦ୍ଦେଶ

କୋଲକାତା,୫।୨: ପଶ୍ଚିମବଙ୍ଗ ସରକାର ଏବଂ କର୍ମଚାରୀଙ୍କ ମଧ୍ୟରେ ମହଙ୍ଗା ଭତ୍ତା (ଡିଏ) ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ପ୍ରାୟ ୨୦ ଲକ୍ଷ…

ଧାନ କିଣାକୁ ନେଇ ଅବ୍ୟବସ୍ଥା: ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଚାଷୀ

ଲଇକେରା, ୫।୨(ରଞ୍ଜନ କୁମାର ମେହେର ): ଝାରସୁଗୁଡା ଜିଲାରେ ବର୍ତ୍ତମାନ ଧାନ କିଣାକୁ ନେଇ ଘୋର ଅବ୍ୟବସ୍ଥା ଲାଗି ରହିଛି। ଗୁରୁବାର ସକାଳୁ ମଣ୍ଡିକୁ ଟ୍ରାକ୍ଟରରେ ଧାନ…

ପରିବା ବିକ୍ରି ପାଇଁ ଯାଉଥିଲେ ଦମ୍ପତି, ଅଟୋ ଓଲଟି ଚାଲିଗଲା ମହିଳାଙ୍କ ଜୀବନ

ନନ୍ଦପୁର,୫।୨( ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନା ଅଧୀନ କେଚଲା ରାସ୍ତାର ନାରଜିପୁଟ ଗ୍ରାମ ନିକଟରେ ଦୁର୍ଘଟଣା । ନିଜ ଅଟୋରେ ଦମ୍ପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri