Posted inଖେଳ

ଇଂଲଣ୍ଡର ନିଦ ହଜାଇବେ ଅଶ୍ୱିନ-ଜାଡେଜା

ହାଇଦ୍ରାବାଦ୍‌,୨୪।୧: ଜାନୁଆରୀ ୨୫ରୁ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍‌ ଟେଷ୍ଟ ସିରିଜରେ ଭାରତର ତାରକା ସ୍ପିନର ରବିନ୍ଦ୍ର ଜାଡେଜା ଏବଂ ଆର ଅଶ୍ୱିନ ଇଂଲଣ୍ଡର ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇବାକୁ ଯାଉଛନ୍ତି। ଟେଷ୍ଟ କ୍ରିକେଟରେ ଜାଡେଜା-ଅଶ୍ୱିନ ଯୋଡି ସ୍ପିନରଙ୍କ ସବୁଠାରୁ ସଫଳ ଯୋଡି। ବର୍ତ୍ତମାନ ପର୍ଯ୍ୟନ୍ତ ୪୯ଟି ଟେଷ୍ଟ ମ୍ୟାଚ ଖେଳୁଥିବା ବେଳେ ଜାଡେଜା ଏବଂ ଅଶ୍ୱିନ ୫୦୦ ଉଇକେଟ ନେଇଛନ୍ତି। ଏହି ଯୋଡିର ଟ୍ରାକ ରେକର୍ଡ ଜବରଦସ୍ତ ରହିଛି। ପ୍ରତ୍ୟେକ ମ୍ୟାଚରେ ଉଭୟ ଖେଳାଳି ବିପକ୍ଷ ଦଳର ୧୦ରୁ ଅଧିକ ଉଇକେଟ ନେଇଥାନ୍ତି। ଏହି ଦୁଇଟି ପୂର୍ବରୁ ଅନିଲ କୁମ୍ବଲେ ଏବଂ ହରଭଜନଙ୍କ ଯୋଡି ଭାରତକୁ ୫୦୦ରୁ ଅଧିକ ଉଇକେଟ ଦେଇଥିଲା।
ବର୍ତ୍ତମାନ ଭାରତୀୟ ପିଚ୍‌ରେ ରବିନ୍ଦ୍ର ଜାଡେଜା ଏବଂ ଆର ଅଶ୍ୱିନଙ୍କ ଅପେକ୍ଷା କୌଣସି ବୋଲର ବିପଦପୂର୍ଣ୍ଣ ନୁହଁନ୍ତି। ଏପର୍ଯ୍ୟନ୍ତ ୬୮ଟି ଟେଷ୍ଟ ମ୍ୟାଚ ଖେଳୁଥିବାବେଳେ ରବିନ୍ଦ୍ର ଜାଡେଜା ୨୭୫ ଉଇକେଟ ନେଇଛନ୍ତି। ରବିନ୍ଦ୍ର ଜାଡେଜା ୧୨ଥର ଏକ ଇନିଂସରେ ୫ ଉକେଟ ନେଇଥିବାବେଳେ ଦୁଇଥର ରବିନ୍ଦ୍ର ଜାଡେଜା ଏହି ମ୍ୟାଚରେ ୧୦ କିମ୍ବା ଅଧିକ ଉଇକେଟ ନେଇଛନ୍ତି। ରବିନ୍ଦ୍ର ଜାଡେଜାଙ୍କ ବୋଲିଂ ହାରାହାରି ହେଉଛି ୨୪.୦୭।
ଇତିହାସ ସୃଷ୍ଟି କରିବାକୁ ଅଶ୍ୱିନ ବହୁତ ନିକଟତର ଅଟନ୍ତି। ୯୦ଟି ଟେଷ୍ଟ ମ୍ୟାଚ ଖେଳିବାବେଳେ ଅଶ୍ୱିନ ୪୯୦ ଉଇକେଟ ନେଇଛନ୍ତି। ଅଶ୍ୱିନ ୩୪ ଥର ଏକ ଇନିଂସରେ ୫ କିମ୍ବା ଅଧିକ ଉଇକେଟ ନେଇଛନ୍ତି। ୮ ଥର ଅଶ୍ୱିନ ଟେଷ୍ଟରେ ୧୦ କିମ୍ବା ଅଧିକ ଉଇକେଟ ନେବାରେ ସଫଳ ହୋଇଛନ୍ତି। ଯଦି ଅଶ୍ୱିନ ଏହି ସିରିଜରେ ୧୦ ଉଇକେଟ ନେବାରେ ସଫଳ ହୁଅନ୍ତି, ତେବେ ସେ ଟେଷ୍ଟରେ ୫୦୦ ଉଇକେଟ ନେଇ ଭାରତ ପାଇଁ ଦ୍ୱିତୀୟ ବୋଲର ହେବେ।
ରବିନ୍ଦ୍ର ଜାଡେଜା ଏବଂ ଅଶ୍ୱିନଙ୍କ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ବଲ ବ୍ୟତୀତ ଏହି ଦୁଇ ଖେଳାଳି ମଧ୍ୟ ବ୍ୟାଟ ସହିତ ଭଲ ପ୍ରଦର୍ଶନ କରନ୍ତି। ଅଶ୍ୱିନ ବର୍ତ୍ତମାନ ପର୍ଯ୍ୟନ୍ତ ଟେଷ୍ଟରେ ହାରାହାରି ୩୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି ଏବଂ ଟେଷ୍ଟରେ ୧୪ଟି ଅର୍ଦ୍ଧଶତକ ସ୍କୋର କରିବା ବ୍ୟତୀତ ସେ ମଧ୍ୟ ୫ ଶତକ ହାସଲ କରିଛନ୍ତି। ଜାଡେଜା ଟେଷ୍ଟରେ ହାରାହାରି ୩୫ରୁ ଅଧିକ ରନ ସ୍କୋର କରିଛନ୍ତି। ୧୯ ଅର୍ଦ୍ଧଶତକ ସ୍କୋର କରିବା ବ୍ୟତୀତ ଜାଡେଜା ଟେଷ୍ଟରେ ୩ ଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଆଲର୍ଟ ଜାରି କଲା IMD, ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ,୧୪।୪: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଏମ. ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ମୋଟ ବର୍ଷା ସାଧାରଣ ହାରାହାରି ପ୍ରାୟ ୯୨ ପ୍ରତିଶତ ହେବ…

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri