Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ସଫଳତମ ବୋଲର ଅଶ୍ୱିନ

ସାଉଥାମ୍ପଟନ,୨୫।୬ (ପି.ଟି.) : ଭାରତୀୟ ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଉ ଏକ ବଡ଼ଧରଣର ସଫଳତା ହାସଲ କରିଛନ୍ତି। ୨୦୧୯-୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟଟିସି) ସାଇକ୍‌ଲରେ ସେ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ ମୋଟ ଉପରେ ୭୧ଟି ଉଇକେଟ ହାସଲ କରିଛନ୍ତି।
୩୪ ବର୍ଷୀୟ ଏହି ତାମିଲନାଡୁ ଅଫ୍‌ ସ୍ପିନର ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମ୍ୟାଚ୍‌ରେ ଏହି ସଫଳତା ପାଇଛନ୍ତି। ଡବ୍ଲ୍ୟୁଟିସି ସାଇକ୍‌ଲରେ ସେ ୧୪ଟି ଟେଷ୍ଟ ଖେଳିଛନ୍ତି। ନ୍ୟୁଜିଲାଣ୍ଡ ଓପନର ଡେଭନ କନ୍‌ଓ୍ବେ ତାଙ୍କର ୭୧ତମ ଶିକାର ହୋଇଥିଲେ। ଫାଇନାଲରେ ସେ ଦୁଇଟି ଇନିଂସରେ ଦୁଇଟି ଲେଖାଏ ଉଇକେଟ ହାସଲ କରିଥିଲେ। ପ୍ରଥମ ଇନିଂସରେ ସେ ୨୮ ଓ ଦ୍ୱିତୀୟ ଇନିଂସରେ ୧୭ ରନ ବ୍ୟୟ କରିଥିଲେ। ବୁଧବାର କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଦଳ ଭାରତକୁ ଫାଇନାଲରେ ୮ ଉଇକେଟରେ ପରାସ୍ତ କରି ଡବ୍ଲ୍ୟୁଟିସି ପ୍ରଥମ ସଂସ୍କରଣରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ଡବ୍ଲ୍ୟୁଟିସିରେ ସେ ୪ଥର ୫ ଉଇକେଟ ସଫଳତା ହାସଲ କରିଛନ୍ତି। ଗୋଟିଏ ଇନିଂସରେ ୧୪୫ ରନ ଦେଇ ୭ ଉଇକେଟ ହାସଲ କରିବା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଗୋଟିଏ ଶତକ ହାସଲ କରିବା ସହ ସେ ମୋଟ ଉପରେ ୩୨୪ ରନ ମଧ୍ୟ ସଂଗ୍ରହ କରିଛନ୍ତି।
ଏହି କ୍ରମରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍‌ କୁମିନ୍ସ ୧୪ ଟେଷ୍ଟରେ ୭୦ ଉଇକେଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ୧୭ ଟେଷ୍ଟରୁ ୬୯ ଉଇକେଟ ହାସଲକରି ତୃତୀୟ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟିମ ସୌଦି ଓ ଅଷ୍ଟ୍ରେଲୀୟ ସ୍ପିନର ନାଥନ ଲିୟନ ଉଭୟ ୫୬ଟି ଲେଖାଏ ଉଇକେଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛନ୍ତି। ଅଶ୍ୱିନ ଟେଷ୍ଟରେ ଭାରତର ଚତୁର୍ଥ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ସାବ୍ୟସ୍ତ ହୋଇଛନ୍ତି। ୨୫୦ ଓ ୩୦୦ ଉଇକେଟ ନେବାରେ ସେ ଦୁ୍ରତତମ ବୋଲର ବିବେଚିତ ହୋଇଛନ୍ତି।
ସେହିପରି ଅଷ୍ଟ୍ରେଲିଆର ମାର୍ନସ ଲାବୁସନ ସର୍ବାଧିକ ରନ ସଂଗ୍ରହ କରି (୧୩ ମ୍ୟାଚ୍‌ରୁ ୧୬୭୫ ରନ ) ବ୍ୟାଟିଂ ତାଲିକାର ଶୀର୍ଷରେ ରହିଛନ୍ତି। ଭାରତର ଅଜିଙ୍କ୍ୟ ରାହାନେ ୧୮ ମ୍ୟାଚ୍‌ରୁ ୧୧୭୪ ରନ ସଂଗ୍ରହ କରି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଜୋ ରୁଟ୍‌ (୨୦ ମ୍ୟାଚ୍‌ ୧୬୬୦ ରନ), ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍‌ (୧୩ ମ୍ୟାଚ୍‌ ୧୩୪୧ ରନ) ଓ ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ (୧୭ ମ୍ୟାଚ୍‌ ୧୩୩୪ ରନ) ଯଥାକ୍ରମେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri