Posted inଖେଳ

ପୁଣି ଚାଲିଲା ଅଶ୍ୱିନ-ଅକ୍ଷରଙ୍କ ଯାଦୁ : ୨୦୫ରେ ଅଲଆଉଟ୍‌ ହେଲା ଇଂଲଣ୍ଡ

ଅହମ୍ମଦାବାଦ,୪।୩ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ଭଳି ଚତୁର୍ଥ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଦଳର ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟଲଙ୍କ ଯୋଡ଼ିର ଯାଦୁ ଦେଖିବାକୁ ମିଳିଛି। ଏଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଦିନ ଦୁହେଁ ହାତେଇଛନ୍ତି ୭ ଉଇକେଟ। ଏହି ଦୁଇ ସ୍ପିନର ଓ ମହମ୍ମଦ ସିରାଜଙ୍କ ଦମ୍‌ରେ ଇଂଲଣ୍ଡକୁ ମାତ୍ର ୨୦୫ ରନ୍‌ରେ ସୀମିତ ରଖିବାକୁ ସକ୍ଷମ ହୋଇଛି ଭାରତୀୟ ଦଳ। ଜବାବରେ ଟିମ୍‌ ଇଣ୍ଡିଆ ପ୍ରଥମ ଦିନ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ୧ ଉଇକେଟ କ୍ଷତିରେ ୨୪ ରନ୍‌ କରିଛି। ଦଳକୁ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିବାକୁ ହେଲେ ବଳକା ୯ ଉଇକେଟରେ ୧୮୧ ରନ୍‌ ଦରକାର।

ସିରିଜ୍‌ର ଅନ୍ତିମ ଦୁଇ ମ୍ୟାଚ୍‌ ଭଳି ପିଚ୍‌ରେ ଟର୍ନିଂ ଓ ବାଉନ୍ସ ଥିଲା। ହେଲେ ବେନ ଷ୍ଟୋକ୍ସ (୫୫), ଡାନିଏଲ ଲରେନ୍ସ (୪୬), ଓଲି ପୋପ (୨୯) ଓ ଜନ୍ନି ବେଆରଷ୍ଟୋର (୨୮) କିଛି ମାତ୍ରରେ ଭାରତୀୟ ବୋଲରଙ୍କୁ ସମ୍ମୁଖୀନ ହେବାରେ ସଫଳ ହୋଇଥିଲେ। ହେଲେ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ୨୦୫ ରନ୍‌ରେ ସୀମିତ ରହିଥିଲା ଭ୍ରମଣକାରୀ ଇଂଲଣ୍ଡ। ଭାରତ ପାଇଁ ଅକ୍ଷର ୪, ଅଶ୍ୱିନ ୩, ସିରାଜ ୨ ଓ ଓ୍ବାଶିଂଟନ ସୁନ୍ଦର ୧ ଉଇକେଟ ହାତେଇଥିଲେ। ଏହାପରେ ପ୍ରଥମ ଓଭରରେ ହିଁ ଖାତା ଖୋଲିବା ପୂର୍ବରୁ ଶୁବମାନ ଗିଲଙ୍କୁ ଆଉଟ୍‌ କରିଥିଲେ ଜମି ଆଣ୍ଡରସନ। ତାଙ୍କ ଉଇକେଟ ପଡ଼ିବା ପରେ ରୋହିତ ଶର୍ମା ଓ ଚେତ୍ତେଶ୍ୱର ପୂଜାରା ଭ୍ରମଣକାରୀ ବୋଲରଙ୍କୁ ଆଉ ଦେଇ ନ ଥିଲେ ଉଇକେଟ ନେବାର ସୁଯୋଗ। ଫଳରେ ପ୍ରଥମ ଇନିଂସରେ ମାତ୍ର ୧୨ ଓଭର ଖେଳିଥିବା ଭାରତ ୧ ଉଇକେଟ ହରାଇ ୨୪ ରନ୍‌ କରିଛି। ରୋହିତ ୮ ଓ ପୂଜାରା ୧୫ ରନ୍‌ କରି ଅପରାଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri