Categories: ଖେଳ

ସ୍ବତନ୍ତ୍ର ରେକର୍ଡ ହାସଲ କଲେ ଅଶ୍ୱିନ

ଇନ୍ଦୋର,୨୫।୯: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଚମତ୍କାର ପ୍ରଦର୍ଶନ କରି ସିରିଜ୍‌ ହାତେଇଛି। ବ୍ୟାଟ୍ସମ୍ୟାନଙ୍କ ସହ ଟିମ ଇଣ୍ଡିଆର ଏହି ବିଜୟରେ ବୋଲରମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୭ ଓଭରରେ ୪୧ ରନ ଦେଇ ୩ ଉଇକେଟ ନେଇଥିଲେ। ଏହି ମ୍ୟାଚ ସମୟରେ ସେ ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ। ସେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ବୋଲର ହୋଇଥିଲେ। ଏହି ମ୍ୟାଚ ସମୟରେ ଶୁଭମନ ଗିଲ ଏବଂ ଶ୍ରେୟାସ ଆୟର ଭାରତ ପାଇଁ ଶତକ ହାସଲ କରିଥିଲେ। ଏହି ସିରିଜରେ ଭାରତ ୨-୦ ଅଗ୍ରଣୀ ହାସଲ କରିଛି।
ଅନିଲ କୁମ୍ବଲେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଉଇକେଟ ନେଇଥିଲେ କିନ୍ତୁ ଅଶ୍ୱିନ ବର୍ତ୍ତମାନ ତାଙ୍କୁ ପଛରେ ପକାଇଛନ୍ତି। ଅଶ୍ୱିନ ମୋଟ ୧୪୪ ଉଇକେଟ ନେଇଛନ୍ତି। କୁମ୍ବଲେ ୧୪୨ ଉଇକେଟ ନେଇଥିଲେ। କପିଲ ଦେବ ମଧ୍ୟ ଭାରତୀୟ ବୋଲରଙ୍କ ତାଲିକାରେ ଅଛନ୍ତି, ଯିଏ କି କୌଣସି ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ଉଇକେଟ ନେଇଛନ୍ତି। ପାକିସ୍ତାନ ବିପକ୍ଷରେ କପିଲ ଦେବ ୧୪୧ ଉଇକେଟ ନେଇଛନ୍ତି। କୁମ୍ବଲେ ପାକିସ୍ତାନ ବିପକ୍ଷରେ ୧୩୫ ଉଇକେଟ ନେଇଛନ୍ତି।

Share