Posted inଖେଳ

ଆଶୁତୋଷ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ: ରୋମାଞ୍ଚକର ମ୍ୟାଚରେ ଲକ୍ଷ୍ନୌକୁ ଧୂଳି ଚଟେଇଲା ଦିଲ୍ଲୀ କ୍ୟାପିଟାଲ୍ସ

ବିଶାଖପାଟନମ,୨୪/୩:ଆଇପିଏଲ୍ ,୨୦୨୫ ରେ ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ରେ ଦିଲ୍ଲୀ କ୍ୟାପିଟାଲ୍ସ ଶେଷ ଓଭରରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପରାସ୍ତ କରିଥିଲା । ବିଶାଖପାଟନମରେ ଖେଳାଯାଇଥିବା ସିଜିନର ଚତୁର୍ଥ ମ୍ୟାଚ୍‌ରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୦୯ ରନ୍ ସ୍କୋର କରିଥିଲେ। ଦଳ ତରଫରୁ ନିକୋଲାସ ପୁରନ ଏବଂ ମିଚେଲ ମାର୍ଶ ଚମତ୍କାର ବ୍ୟାଟିଂ କରିଥିଲେ। ଏହା ପରେ ମାତ୍ର ୭ ରନ୍ ରେ ୩ ଉଇକେଟ୍ ଏବଂ ୬୫ ରନ୍ ରେ ୫ ଉଇକେଟ୍ ହରାଇଥିବା ଦିଲ୍ଲୀ ଆଶୁତୋଷ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଶେଷ ଓଭରରେ ମାତ୍ର ୧ ଉଇକେଟରେ ମ୍ୟାଚ୍ ଜିତିଥିଲା।

ଦିଲ୍ଲୀ ଏକଦା ସଙ୍କଟ ସମୟ ଦେଇ ଗତି କରୁଥିଲେ ହେଁ ଆଶୁତୋଷଙ୍କ ଅପରାଜିତ ୬୬ ରନ ବଳରେ ୧୯.୩ ଓଭରରେ ୯ ଉଇକେଟ ହରାଇ ୨୧୧ ରନରେ ପହଞ୍ଚତ୍ ଯାଇଥିଲା। ୩୧ଟି ବଲ୍‍ର ସମ୍ମୁଖୀନ ହୋଇଥିବା ଆଶୁତୋଷ ନିଜ ଇନିଂସ ମଧ୍ୟରେ ୫ଟି ଲେଖାଏ ଚୌକା ଓ ଛକା ମାରି ମ୍ୟାଚ ବିଜେତା ସାବ୍ୟସ୍ତ ହୋଇଥିଲେ। ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ଭିପ୍ରଜ ନିଗମ ୩୯, ଟ୍ରିଷ୍ଟନ ଷ୍ଟବ୍ସ ୩୪ ରନ କରିଥିଲେ। ଦିଲ୍ଲୀ ୧୧୩ ରନ ମଧ୍ୟରେ ୬ ଉଇକେଟ ହରାଇଥିବାବେଳେ ଆଶୁତୋଷ ଓ ଭିପ୍ରଜ ୭ମ ଉଇକେଟରେ ୨୨ ବଲ୍‍ରୁ ୫୫ ରନ ଯୋଗକରି ମୋମେଣ୍ଟମ ବଦଳାଇ ଦେଇଥିଲେ। ଲକ୍ଷ୍ନୌ ପକ୍ଷରୁ ଶାର୍ଦ୍ଦୂଳ ଠାକୁର, ମନିମାରାନ ସିଦ୍ଧାର୍ଥ, ଦିଗଭେଶ ରାଠି ଓ ରବି ବିଷ୍ଣୋଇ ୨ଟି ଲେଖାଏ ଉଇକେଟ ନେଇଥିଲେ।

ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିସ୍ଫୋରକ ଆରମ୍ଭ କରିଥିଲା। ଓପନିଂ ଯୋଡ଼ିରେ ୨୮ ବଲ୍‍ରୁ ୪୬ ରନ ସଂଗ୍ରହ କରି ଦଳପାଇଁ ବଡ଼ ସ୍କୋରର ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ ଏଡେନ ମାରକ୍ରମ ଓ ମିଚେଲ ମାର୍ଶ। ମାରକ୍ରମ ଯଦିଓ ୧୫ ରନ କରି ଆଉଟ ହୋଇଥିଲେ ତେବେ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖତ୍ ମାର୍ଶ ଓ ପୁରନ ଦ୍ୱିତୀୟ ଉଇକେଟରେ ୮୭ ରନର ଭାଗୀଦାରି ଗଢ଼ିଥିଲେ। ମାର୍ଶ ୭୨ (୩୬ ବଲ, ୬ ଚୌକା, ୬ ଛକା) ଏବଂ ପୁରନ ୭୫ (୩୦ ବଲ, ୬ ଚୌକା, ୭ ଛକା) ରନରେ ଆଉଟ ହେବା ସହ ଲକ୍ଷ୍ନୌ ମୋମେଣ୍ଟମ ହରାଇଥିଲା। ଦିଲ୍ଲୀ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧତ୍କ ୩ଟି, କୁଲଦୀପ ଯାଦବ ୨ଟି ଏବଂ ଭିପରାଜ ନିଗମ ଓ ମୁକେଶ କୁମାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?