Categories: ଜାତୀୟ

ଆର୍‌ଜେଡିର ରୌପ୍ୟ ଜୟନ୍ତି ସମାରୋହରେ ଉଦ୍‌ବୋଧନ ଦେବେ ଲାଲୁ

ନୂଆଦିଲ୍ଲୀ,୪ ।୭: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ତା’ର ରୌପ୍ୟ ଜୟନ୍ତି ପାଳନ କରୁଛି । କିଛି ବର୍ଷ ପରେ ଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏଥିରେ ଉଦ୍‌ବୋଧନ ଦେବେ ବୋଲି ଜଣାପଡିଛି । ରବିବାର ଅପରାହ୍ନ ୨ଟାରୁ ଦଳର କାର୍ଯ୍ୟକ୍ରମ ଆରମ୍ଭ ହେଉଥିବା ବେଳେ ଦଳୀୟ କର୍ମୀମାନେ ଡିଜିଟାଲ ପ୍ଲାଟଫର୍ମ ଯୋଗେ ଏଥିରେ ଯୋଡି ହେବେ । ତେଜସ୍ୱୀ ଯାଦବ ଏହାର ଉଦ୍‌ଘାଟନ କରିଛନ୍ତି । ଜୁଲାଇ ୫ରେ ନୂଆଦିଲ୍ଲୀରୁ ଲାଲୁ ମଧ୍ୟ ଡିଜିଟାଲି କର୍ମୀଙ୍କୁ ଉଦ୍‌ବୋଧନ ଦେବେ । ଲାଲୁ ଏବେ ବେଲ୍‌ରେ ଥିଲେ ବି ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ସେ କର୍ମୀଙ୍କ ଅନୁରୋଧ କ୍ରମେ ଡିଜିଟାଲି ଉଦ୍‌ବୋଧନ ଦେବାକୁ ରାଜି ହୋଇଛନ୍ତି । ଜୁଲାଇ ୫ରେ ବି ଦଳ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶୱାନଙ୍କ ଜନ୍ମଦିନ ପାଳନ କରିବ ବୋଲି ଜଣାପଡିଛି ।

Share