‘ଆଶ୍ରମ ୩’ର ଶୁଟିଂ ସେଟ୍‌ରେ ବଜରଙ୍ଗ ଦଳର ଭଙ୍ଗାରୁଜା

 

ମୁମ୍ବାଇ: ବଲିଉଡ୍‌ ଅଭିନେତା ବବି ଦେଓଲଙ୍କ ୱେବ ସିରିଜ୍‌ ‘ଆଶ୍ରମ’ର ଦୁଇଟି ସିଜିନ ହିଟ୍‌ ହୋଇଛି। ଏବେ ଭୋପାଳରେ ଏହାର ତୃତୀୟ ସିରିଜର ଶୁଟିଂ ଆରମ୍ଭ କରିଛନ୍ତି ନିର୍ଦ୍ଦେଶକ ପ୍ରକାଶ ଝା।
ତେବେ ଭୋପାଳରେ ‘ଆଶ୍ରମ ୩’ର ଶୁଟିଂ ସେଟ୍‌ରେ ବଜରଙ୍ଗ ଦଳ ଭଙ୍ଗାରୁଜା କରିଛନ୍ତି। ଏହା ସହିତ ପ୍ରକାଶ ଝାଙ୍କ ମୁହଁରେ ସେମାନେ କାଳି ମଧ୍ୟ ପକାଇଛନ୍ତି । ଏହି ସିଜିନର ନାଁ ପରିବର୍ତ୍ତନ କରାଯାଉ ନ ହେଲେ ମଧ୍ୟପ୍ରଦେଶରେ ଏହାର ଶୁଟିଂ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସେମାନେ ଦାବି କରୁଛନ୍ତି।

ମଧ୍ୟପ୍ରଦେଶରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପ୍ରୋତ୍ସାହିତ କରାଯାଉ ବୋଲି ବଜରଙ୍ଗ ଦଳର ଭୋପାଳ ନେତା ସୁଶୀଲ ସୁଦେଲ କହିଛନ୍ତି। ଲୋକମାନେ କାମ ପାଇବା ଉଚିତ୍‌ କିନ୍ତୁ ଏହି ଭୂମି ହିନ୍ଦୁ ସମାଜକୁ ଅପମାନିତ କରିବା ପାଇଁ ବ୍ୟବହାର କରାଯିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି।

Share