ବିପୁଳ ଟଙ୍କା ଧରି ଓମାନରେ ଅଶ୍ରଫ୍‌ ଗନି

କାବୁଲ, ୧୬।୮: ତାଲିବାନ ଆତଙ୍କବାଦୀମାନେ ରବିବାର କାବୁଲରେ ପ୍ରବେଶ କରିବା ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ଅଶ୍ରଫ ଗନି ନିଜ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି ପଳାଇଯାଇଛନ୍ତି। ପ୍ରଥମେ ସେ ତାଜିକିସ୍ତାନ ଯାଇଥିଲେ। ତେବେ ସେଠାରେ ତାଙ୍କ ବିମାନକୁ ଅବତରଣ ଅନୁମତି ନ ମିଳିବାରୁ ଗନି ଓମାନ ଯାଇଥିବା ଜଣାପଡ଼ିଛି। ସେଠାରୁ ସେ ଆମେରିକା ଯାଇପାରନ୍ତି। ଗନିଙ୍କ ସହ ପୂର୍ବତନ ଏନ୍‌ଏସ୍‌ଏ ମୋହିବ ଓମାନରେ ପହଞ୍ଚତ୍ଛନ୍ତି। ରକ୍ତପାତ ନ ହେବା ପାଇଁ ସେ ଦେଶ ଛାଡ଼ିଲେ ବୋଲି ଗନି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

କାବୁଲସ୍ଥିତ ରୁଷିଆ ଦୂତାବାସର ସୂଚନା ଅନୁଯାୟୀ ରାଷ୍ଟ୍ରପତି ଗନି ୪ଟି କାର, ଗୋଟିଏ ହେଲିକପ୍ଟର ଏବଂ ବିପୁଳ ପରିମାଣର ଅର୍ଥ ନେଇ ପଳାଇଯାଇଛନ୍ତି। ରୁଷିଆ ଦୂତାବାସ ମୁଖପାତ୍ର ନିକିତା ଇଶେଙ୍କୋଙ୍କ କହିବା ଅନୁଯାୟୀ ୪ଟି କାର ଏବଂ ହେଲିକପ୍ଟରରେ ବିପୁଳ ଆଫଗାନ ମୁଦ୍ରା ଭର୍ତ୍ତିହୋଇ ଯାଇଛି।

Share