ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ ତାଲିବାନରେ ସାମିଲ!

କାବୁଲ,୨୧ ।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆସିବା ମାତ୍ରେ ଦେଶ ଛାଡି ଚାଲି ଚାଲିଯାଇଥିବା ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ ହଶମତ ଘନ ତାଲିବାନରେ ସାମିଲ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ହଶମତ ଘନି ତାଲିବାନ ନେତା ଖଲିଲ-ଉର-ରେହମାନ ଓ ଧାର୍ମିକ ନେତା ମୁଫତି ମହମୁଦ ଜାକିରଙ୍କ ଉପସ୍ଥିତିରେ ତାଲିବାନକୁ ସମର୍ଥନ ଦେବା କଥା ଘୋଷଣା କରିଛନ୍ତି । ଅଶରଫ ଘନି ଏବେ ପରିବାର ସହ ୟୁଏଇରେ ଅଛନ୍ତି । କାବୁଲ ନ୍ୟୁଜ ବୁଧବାର କେତେଗୁଡିଏ ଟୁଇଟ୍ କରି ସୂଚନା ପ୍ରଦାନ କରିଥିଲା କି କାବୁଲ ଛାଡି ଚାଲିଯିବା ପରେ ଅଶରଫ ଘନି ଏବେ ୟୁଏଇର ଆବୁଧାବିରେ ଅଛନ୍ତି । ପ୍ରଥମେ ସେ ପଡୋଶୀ ଦେଶ ତାଜିକିସ୍ତାନ ଯାଇଥିଲେ ସୁଦ୍ଧା ସେଠାରେ ତାଙ୍କ ବିମାନକୁ ଅବତରଣ ଅନୁମତି ମିଳି ନ ଥିଲା । ପରେ ସେ ଆବୁଧାବି ଯାଇ ସେଠାରେ ସେ ସେଟେଲ୍ ହୋଇଯାଇଛନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ଅଶରଫ ଘନି ଦେଶଛାଡି ଯିବା ସମୟରେ ହେଲିକ୍‌ପଟରରେ ବିପୁଳ ପରିମାଣର ଅର୍ଥ ନେଇ ଯାଇଥିବା କୁହାଯାଉଛି ।

Share