ଇସ୍ରାଏଲ ଫିଲ୍ମ ମେକର ନାଦବ ଲାପିଡଙ୍କ ଉପରେ ବର୍ଷିଲେ ଅଶୋକ ପଣ୍ଡିତ, କହିଲେ ୭ ଲକ୍ଷ କଶ୍ମିରୀ ପଣ୍ଡିତଙ୍କର ହୋଇଛି ଅପମାନ

ନୂଆଦିଲ୍ଲୀ,୨୯ ।୧୧: ଗୋଆରେ ଆୟୋଜିତ ୫୩ ତମ ଇଣ୍ଟନ୍ୟାଶନାଲ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଦେଶ ଓ ବିଦେଶର ବହୁ ଫିଲ୍ମ ସ୍କ୍ରିନିଂ କରାଯାଇଛି । ଏଥିରେ ଚଳିତ ବର୍ଷର ସୁପରହିଟ୍ ବଲିଉଡ ଫିଲ୍ମ ‘ ଦ କଶ୍ମୀର ଫାଇଲ୍ସ’ ବି ସାମିଲ ହୋଇଥିଲା । ହେଲେ ଆଇଏଫଏଫଆଇର ମୁଖ୍ୟ ଜୁରୀଙ୍କ ପକ୍ଷରୁ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମିର ଫାଇଲ୍ସ’କୁ ଅଶ୍ଳିଳ ଓ ପ୍ରୋପାଗଣ୍ଡ ବେସ୍‌ଡ ଫିଲ୍ମ ବୋଲି କୁହାଯାଇଛି । ଜୁରୀଥିବା ଇସ୍ରାଏଲର ଫିଲ୍ମ ମେକର ନାଦବ ଲାପିଡଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏବେ ଏହାକୁ ନେଇ ଭାରତୀୟ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଲାପିଡଙ୍କ ଉପରେ ଖୁବ୍ ବର୍ଷିଛନ୍ତି ।
ଅଶୋକ ପଣ୍ଡିତ ଟୁଇଟ କରି ଲେଖିଛନ୍ତି, ଇସ୍ରାଏଲ ଫିଲ୍ମ ମେକର ନାଦବ ଲାପିଡ ‘ ଦ କଶ୍ମିର ଫାଇଲ୍ସ’କୁ ଅଶ୍ଳିଳ କହି ଆତଙ୍କବାଦ ବିରୋଧରେ ଭାରତର ଲଢେଇକୁ ଉପହାସ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କ ନାକ ତଳେ ୭ ଲକ୍ଷ କଶ୍ମିରୀ ପଣ୍ଡିତଙ୍କର ଅପମାନ କରିଛନ୍ତି । ଏହା ଭାରତୀୟ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୨ର ବିଶ୍ୱସନୀୟତା ପ୍ରତି ବଡ ଝଟକା, ଲାଜ ଲାଗୁଛି ।

Share