Categories: ଜାତୀୟ

ପୁଣି ଅଡୁଆରେ ଅଶନୀର

ନୂଆଦିଲ୍ଲୀ, ୧୮।୧: ଭାରତ ପେ’ ପୂର୍ବତନ ସହ-ପ୍ରତିଷ୍ଠାତା ତଥା ଶାର୍କ ଟ୍ୟାଙ୍କ ଇଣ୍ଡିଆର ପୂର୍ବତନ ବିଚାରପତି ଅଶନୀର ଗ୍ରୋଭର ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କାରଣ ଫିନ୍‌ଟେକ ୟୁନିକର୍ନର ମୂଳ ପ୍ରତିଷ୍ଠାତା ଭାବିକ କୋଲାଡିଆ ତାଙ୍କ ପୂର୍ବ ସାଥୀ ଅଶନୀରଙ୍କ ବିରୋଧରେ ମକଦ୍ଦମା ଦାୟର କରିଛନ୍ତି।

୫ ବର୍ଷ ପୂର୍ବେ ୨୦୧୭ରେ ଭାବିକ ଶାଶ୍ୱତ ନାକ୍ରାନୀଙ୍କ ସହ ମିଶି ଫିନଟେକ କମ୍ପାନୀ ଭାରତ ପେଡ଼ ଆରମ୍ଭ କରିଥିଲେ। ଏହା ୨୦୨୧ରେ ଏକ ୟୁନିକର୍ନରେ ପରିଣତ ହୋଇଥିଲା। ୨୦୨୨ ଜାନୁୟାରୀରୁ କମ୍ପାନୀ ଲାଇମ୍‌ ଲାଇଟ୍‌ରେ ରହିଛି। ତେବେ ଗତ ବର୍ଷ ଅଗଷ୍ଟରେ କୋଲାଡିଆ କମ୍ପାନୀ ଛାଡ଼ିଥିଲେ। ଶେୟାର ବିବାଦକୁ ନେଇ ସେ ଅଶନୀରଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।

ବର୍ତ୍ତମାନ କୋଲାଡିଆ କମ୍ପାନୀରୁ ତାଙ୍କ ଅଂଶଧନ ଫେରାଇନେବାକୁ ଚାହୁଁଛନ୍ତି। ଜାନୁୟାରୀ ୧୮ରେ ତାଙ୍କ ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟ କରିବେ ବୋଲି ଜଣାପଡ଼ିଛି।

Share