କରୋନାରେ ସୀତାରାମ ୟେଚୁରୀଙ୍କ ପୁଅ ଆଶିଷଙ୍କ ପରଲୋକ..

କୋଲକାତା,୨୨।୪: କରୋନାରେ ସିପିଆଇ(ଏମ୍‌) ନେତା ସୀତାରାମ ୟେଚୁରୀଙ୍କ ପୁଅ ଆଶିଷ ୟେଚୁରୀଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ହୋଇଥିଲା। ଗୁରୁଗ୍ରାମ୍‌ର ମେଦାନ୍ତ ହସ୍ପିଟାଲରେ ଆଶିଷ ଚିକିତ୍ସିତ ହେଉଥିଲେ। ଦୁଇ ସପ୍ତାହ ପୂର୍ବରୁ ତାଙ୍କୁ ଦିଲ୍ଲୀର ହୋଲି ଫ୍ୟାମିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସଙ୍କଟ ଜନକ ହେବାରୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ଭୋର୍‌ ୫ଟା ୩୦ରେ ହଠାତ୍‌ ସେ ନିଶ୍ୱାସ ନେଇ ପାରି ନ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଆଶିଷଙ୍କ ମୃତ୍ୟୁ ସମ୍ପର୍କରେ ସୀତାରାମ ୟେଚୁରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

Share