Categories: ଖେଳ

ନେହେରା ବାଛିଲେ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୦।୯: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସକୁ ଡେବ୍ୟୁ ସିଜନରେ ଆଇପିଏଲ୍‌ ଚାମ୍ପିୟନ କରିିଥିବା ମୁଖ୍ୟ କୋଚ୍‌ ତଥା ଭାରତର ପୂର୍ବ ଦ୍ରୁତ ବୋଲର୍‌ ଆଶୀଷ ନେହେରା ବାଛିଛନ୍ତି ଟିମ୍‌ ଇଣ୍ଡିଆ। ଆଗାମୀ ଟି୨୦ ବିଶ୍ୱକପ୍‌ ଲାଗି ସେ ଦଳ ବାଛିଛନ୍ତି। ଏଥିରେ ଆହତ ସମସ୍ୟା ଦେଇ ଗତି କରୁଥିବା ରବିନ୍ଦ୍ର ଜାଡେଜା ରହିଛନ୍ତି। ଏହାଛଡ଼ା ଦଳରେ ଆଉ କୌଣସି ଚମକାଇବା ଭଳି ନାମ ନାହିଁ।

ଆଇସିସି ଟି୨୦ ବିଶ୍ୱକପ୍‌ ସହ ଜଡ଼ିତ ବିଶେଷ କାର୍ଯ୍ୟକ୍ରମରେ ନେହେରା କହିଛନ୍ତି ଏସିଆ କପ୍‌ ଖେଳିବାକୁ ଯାଇଥିବା ଭାରତୀୟ ଦଳରେ ପରିବର୍ତ୍ତନର କମ୍‌ ସମ୍ଭାବନା ରହିଛି। ଏଣୁ ଟିମ୍‌ରେ ରହିବେ ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, କେଏଲ୍‌ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଦିନେଶ କାର୍ତ୍ତିକ, ଜସପ୍ରିତ ବୁମ୍‌ରା, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ଭୁବନେଶ୍ୱର କୁମାର ଏବଂ ଦୀପକ ହୁଡା ବୋଲି ସେ କହିଛନ୍ତି।

Share