Categories: ଖେଳ

ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଛାଡିବା ପରେ ପ୍ରଥମଥର ମୁହଁ ଖୋଲିଲେ ଆଶିଷ ନେହେରା: କହିଲେ, ମୁଁ ତାଙ୍କୁ ଅଟକାଇବାକୁ…

ମୁମ୍ବାଇ,୧୭।୩: ଗୁଜରାଟ ଟାଇଟାନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଆଇପିଏଲ ୨୦୨୨ସିଜନରେ ଜିତିଥିଲେ। ଏହା ପରେ ଆଇପିଏଲ ୨୦୨୩ ସିଜନର ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟାନ୍ସର ଅଂଶ ନୁହଁନ୍ତି। ନିକଟରେ ଆଇପିଏଲ ନିଲାମ ପରେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍‌ କରିଥିଲା। ଏହି ସିଜିନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛନ୍ତି। କିନ୍ତୁ ଗୁଜରାଟ ଟାଇଟାନ୍ସରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଦାୟ କେତେ ପ୍ରଭାବ ପକାଇବ? ଗୁଜରାଟ ଟାଇଟାନ୍ସର ମୁଖ୍ୟ କୋଚ ଆଶିଷ ନେହେରା ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।
ଆଶିଷ ନେହେରା କହିଛନ୍ତି,ଯେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ, ମୁଁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରି ନଥିଲି। ଖେଳର ପରିବର୍ତ୍ତନ ହେଉଛି, ଆଗାମୀ ଦିନରେ ଆମେ ଏହିପରି ଅନେକ ସ୍ଥାନାନ୍ତର ଦେଖିବା, ଏହା ଅନ୍ତର୍ଜାତୀୟ ଫୁଟବଲ କ୍ଲବ ବଜାର ପରି। କିନ୍ତୁ ଗୁଜରାଟ ଟାଇଟାନ୍ସରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚାଲିଯିବା କିଛି ପ୍ରଭାବ ପଡ଼ିବ କି? ଏହି ପ୍ରଶ୍ନର ଉତ୍ତରରେ ଆଶିଷ ନେହେରା କହିଛନ୍ତି, ଗୁଜରାଟ ଟାଇଟାନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିସ୍‌ କରିବ ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଏହା ଆମ ପାଇଁ ଏକ ନୂଆ ସୁଯୋଗ ଭଳି । ଆଇପିଏଲ ଆପଣଙ୍କୁ ପ୍ରତିବର୍ଷ କିଛି ନୂଆ ଶିକ୍ଷା ଦିଏ, ଏହି ବର୍ଷ ମଧ୍ୟ ଆମେ କିଛି ନୂଆ ଶିଖିବାକୁ ପ୍ରସ୍ତୁତ। ଆମ ତରଫରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶୁଭେଚ୍ଛା।

Share