Categories: ଜାତୀୟ

କଂଗ୍ରେସ ସାଧାରଣ ସମ୍ପାଦକ ପଦ ଛାଡ଼ିଲେ ଆଶିଷ ଦେଶମୁଖ

ମୁମ୍ବାଇ,୧ା୬: ରାଜ୍ୟ ସଭା ନିର୍ବାଚନ ଲାଗି ଟିକେଟ ପ୍ରଦାନରେ ଅସନ୍ତୋଷ ପ୍ରକାଶ କରି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି (ପିସିସି) ସାଧାରଣ ସମ୍ପାଦକ ପଦରୁ ଆଶିଷ ଦେଶମୁଖ ମଙ୍ଗଳବାର ଇସ୍ତଫା ପ୍ରଦାନ କରିଛନ୍ତି। ଜଣେ ବାହାର ଲୋକଙ୍କୁ ରାଜ୍ୟ ସଭା ନିର୍ବାଚନ ଲାଗି ଟିକେଟ ପ୍ରଦାନ କରାଯାଇଥିବାରୁ ଦଳୀୟ କର୍ମୀଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର କଂଗ୍ରେସ ନେତା ଇମ୍ରାନ ପ୍ରତାପଗର୍ହିଙ୍କୁ ମହାରାଷ୍ଟ୍ରରୁ ଦଳ ରାଜ୍ୟ ସଭା ପ୍ରାର୍ଥୀ କରିଛି, ଯାହାକୁ ନେଇ ଦେଶମୁଖ ଅସନ୍ତୁଷ୍ଟ ଥିଲେ। ରାଜ୍ୟର ଅନ୍ୟତମ ନେତ୍ରୀ ନଗମା ମଧ୍ୟ ଟିକେଟ ପ୍ରଦାନକୁ ନେଇ ସୋମବାର ଅସନ୍ତୋଷ ବ୍ୟକ୍ତ କରିଥିଲେ।

Share