ଦୁଇ ଦିନ ପର୍ଯ୍ୟନ୍ତ ଓବରୟ ହୋଟେଲ ବାହାରେ ଛିଡ଼ା ହୋଇଥିଲେ ଏହି ଅଭିନେତା: ଭଉଣୀଭିଣୋଇଙ୍କୁ ଗୁଳିମାରିଦେଇଥିଲେ ଆତଙ୍କବାଦୀ

ମୁମ୍ବାଇ ଆକ୍ରମଣ ଘଟଣାକୁ ପୁରିଛି ବାରବର୍ଷ। ୨୦୦୮ ମସିହା ଆଜିର ଦିନରେ ଲସ୍କର-ଏ-ତୋଏବାର ଦଶଜଣ ଆତଙ୍କବାଦୀ ମୁମ୍ବାଇରେ ଆତଙ୍କ ଲୀଳା ଖେଳାଇଥିଲେ। ତିନିଦିନ ଧରି ଆତଙ୍କବାଦୀମାନେ ବିଭିନ୍ନ ସ୍ଥାନରେ ଅତର୍କିତ ଗୁଳିଚାଳନା କରିବା ସହ ଲୋକଙ୍କୁ ବନ୍ଦି କରି ରଖିଥିଲେ। ଘଟଣାରେ ୧୬୬ଜଣ ଲୋଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଥିଲେ ଅଭିନେତା ଆଶିଷ ଚୌଧୁରୀଙ୍କ ଭଉଣୀଭିଣୋଇ।

ଆଶିଶଙ୍କ ଭଉଣୀ ମୋଦିକା ଛାବରିୟା ଏବଂ ସ୍ବାମୀ ଅଜିତ ଟ୍ରାଇଡେଣ୍ଟ ହୋଟେଲରେ ଥିବା ରେଷ୍ଟୁରାଣ୍ଟରେ ରାତ୍ରୀଭୋଜନ କରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଉପରେ ଗୁଳିଚାଳନା କରିଥିଲେ ଆତଙ୍କବାଦୀ ଫାହଦୁଲ୍ଲା ଏବଂ ଅବ୍ଦୁଲ ରେହମାନ ଛୋଟା। ଘଟଣା ବିଷୟରେ ଜାଣିବା ପରେ ଆଶିଷ ଦୁଇ ଦିନ ପର୍ଯ୍ୟନ୍ତ ହୋଟେଲ ବାହାରେ ଛିଡ଼ା ହୋଇଥିଲେ। ପରେ ତାଙ୍କ ଭଉଣୀଙ୍କ ମୃତ୍ୟୁ ଘଟିଥିବା ତାଙ୍କୁ ଖବର ମିଳିଥିଲା। ଏହା ତାଙ୍କୁ ଭାଙ୍ଗି ଦେଇଥିଲା। ୪୦ ଦିନ ପର୍ଯ୍ୟନ୍ତ ସେ ଡିପ୍ରେସନକୁ ଚାଲିଯାଇଥିଲେ। ଯଦିଓ ଏବେ ଏହାକୁ ଅନେକ ବର୍ଷ ବିତିଯାଇଛି, ତଥାପି ଭଉଣୀଙ୍କ ମୁହଁ ଆଜିବି ତାଙ୍କ ଆଖି ଆଗରେ ନାଚି ଉଠେ। ସେ ତାଙ୍କର ଜଣେ ଭଲ ପ୍ରଶଂସକଙ୍କୁ ଝୁରି ହୁଅନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି।

Share