ସ୍ମୃତି ପାଇଁ ଆଶାର କିରଣ ସାଜିଲେ ମା’ଙ୍କ ସହପାଠୀ

ଖଣ୍ଡପଡ଼ା,୧୨ା୧୦(ଅଜୟ କୁମାର ମହାରଣା)ସମାଜରେ ବିଶ୍ୱନୀୟତା, ବନ୍ଧୁତା ଏବଂ ଆତ୍ମିୟତା କ୍ରମଶଃ ଦୂରେଇ ଯାଉଛି। ପ୍ରତି ମଣିଷ ନିଜର ବ୍ୟସ୍ତବହୁଳ ଜୀବନରେ ଅନ୍ୟର ଦୁଃଖ, ସୁଖ ପ୍ରତି ଦୃଷ୍ଟି ଦେବାକୁ ସମୟ ପାଉ ନାହାନ୍ତି। ହେଲେ ଖଣ୍ଡପଡ଼ା ବ୍ଳକ ଅଧୀନ କଣ୍ଟିଲୋ ଅଞ୍ଚଳର କେତେକ ସହପାଠୀ ବନ୍ଧୁତାର ଉଦାହରଣ ସାଜିଛନ୍ତି।
ସମ୍ପୂର୍ଣ୍ଣ ଘଟଣାଟି ଏମିତି..

ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଳକ ଅଧୀନ କଣ୍ଟିଲୋ ମଝିସାହି ପାଟଣା ଗ୍ରାମର ରବିନ୍ଦ୍ର ନାଥ ସାହୁଙ୍କ ଝିଅ ଜୟନ୍ତୀ, କଟକ ଜିଲା ବଡମ୍ବା ଥାନା ଅଧୀନ ଗୋପୀନାଥପୁରର ବସନ୍ତ କୁମାର ନାୟକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଜୟନ୍ତୀଙ୍କ ବାପା ଚା’ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଜ୍ୱାଇଁ ବସନ୍ତ ମଧ୍ୟ ପର ଦୁଆରେ ମୂଲ ଲାଗି ସଂସାର ଚଳାଉଥିଲେ। ଏପରି ପରିସ୍ଥିତିରେ ଶାଶୁ ଘର ଲୋକମାନଙ୍କ ସହ ଉଭୟ ଜୟନ୍ତୀ ଓ ତାଙ୍କ ସ୍ବାମୀ ବସନ୍ତଙ୍କ ଭଲ ସମ୍ପର୍କ ନ ଥିଲା। ପରଦୁଆରେ ମୂଲ ଲାଗିଲେ ଯାହା ମିଳୁଥିଲା ସେଥିରେ ଓଳିଏ ଖାଇଲେ ଆରଓଳିକୁ ଉପାସ ରହିବାକୁ ପଡୁଥିଲା। ଜୟନ୍ତୀଙ୍କ ଏକମାତ୍ର ଝିଅ ସ୍ମୃତି ସେଥିପାଇଁ ଅଜାଆଇଙ୍କ ପାଖରେ ରହୁଥିଲେ। ନାତୁଣୀକୁ ୩ ବର୍ଷ ହେବା ପରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ତାଙ୍କର ନାମ ଲେଖାଇଥିଲେ ଅଜା। ଅରୁଣ ଓ ପରେ ଉଦୟ ଶ୍ରେଣୀରେ ପାଠ ପଢିବା ପରେ ସ୍ମୃତି ଆସନ୍ତା ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବ। ହେଲେ ଇତିମଧ୍ୟରେ ଅଜା ରବିନ୍ଦ୍ରଙ୍କ ଗତବର୍ଷ ପରଲୋକ ଘଟିଥିଲା। ପରବର୍ତ୍ତୀ ସମୟରେ ସ୍ମୃତିଙ୍କ ବାପା ବସନ୍ତଙ୍କ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ। ଏପରି ପରିସ୍ଥିତିରେ ଜୟନ୍ତୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିଲେ। ତଥାପି ତାଙ୍କ ଦୁଃଖ ସରି ନ ଥିଲା। ଗତ ସେପ୍ଟେମ୍ବରରେ ଜୟନ୍ତୀ ଶାଶୁ ଘରୁ ବାପା ଘରକୁ ଝିଅ ସ୍ମୃତିକୁ ଦେଖିବାକୁ ଆସିଥିଲେ। ହେଲେ ସେହି ମାସ ୧୩ ତାରିଖ ଦିନ ବାପା ଘରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁନିଆକୁ ଜାଣିବା, ବୁଝିବା ଓ ଚିହ୍ନିବା ପୂର୍ବରୁ ୫ବର୍ଷର ଝିଅ ସ୍ମୃତି ବେସାହାର ହୋଇପଡିଥିଲେ। ଏବେ ସ୍ମୃତି ମାଉସୀ ରଶ୍ମିତା(୨୨)ଙ୍କ ହେପାଜତରେ ଅଛନ୍ତି। ରଶ୍ମିତା ଘର ଚଳାଇବା ପାଇଁ ଟିଉଶନ କରୁଛନ୍ତି। ମାମୁ ସୌମ୍ୟ ରଞ୍ଜନ(୨୦) ବିଦ୍ୟୁତ ମିଟର ରିଡିଂ କାମ କରିବା ସହ ବିଲ କଲେକ୍ସନ କରି ଯାହା ପ୍ରାପ୍ୟ ପାଉଛନ୍ତି ସେଥିରେ ଦୁଃଖେ କଷ୍ଟେ ସାରା ପରିବାରକୁ ଚଳାଉଛନ୍ତି। ସ୍ମୃତିଙ୍କ ଏପରି ଦୁଃଖ ଦେଖି ମୃତା ଜୟନ୍ତୀଙ୍କ ମାଟ୍ରିକ ବ୍ୟାଚର କେତେଜଣ ସହପାଠିନୀ ଓ ସହପାଠୀ ଏଦିଗରେ ସହାୟତା ହାତ ବଢ଼ାଇଛନ୍ତି। ସୋମାନେ ଏକ ହ୍ବାଟସପ ଗ୍ରୁପ କରିଛନ୍ତି। ଏହି ଗ୍ରୁପରେ ପ୍ରାୟ ୪୦ ଜଣ ସହପାଠିନୀ, ସହପାଠୀ ଅଛନ୍ତି। ସ୍ମୃତିଙ୍କୁ କିପରି ସାହାଯ୍ୟ ସହଯୋଗ କରିହେବ ସେ ନେଇ ପ୍ରୟାସ ଆରମ୍ଭ କରିଛନ୍ତି। ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଶ୍ରଦ୍ଧାଞ୍ଜଳି ମହାରଣା, ସସ୍ମିତା ସାହୁ, ରବିନ୍ଦ୍ର କୁମାର ସାହୁ, ଚିନ୍ମୟ କୁମାର ଚୌଧୁରୀ। ହ୍ବାଟସପ ଗ୍ରୁପ ମାଧ୍ୟମରେ ଏ ସମ୍ପର୍କରେ ଅନ୍ୟ ସହପାଠୀମାନଙ୍କୁ ଅବଗତ କରାଇଥିଲେ। ସହପାଠୀମାନଙ୍କ ମଧ୍ୟରୁ ଅନେକ ସ୍ବଚ୍ଛଳ ଅବସ୍ଥାରେ ନ ଥିଲେ ବି ସେମାନଙ୍କ ଯାହାକିଛି ସହଯୋଗ କୁନି ଝିଅର ଭବିଷ୍ୟତ ପାଇଁ ଆଶାର କିରଣ ପାଲଟିଛି। ଏହି ଖବର ହ୍ବାଟସଆପ ମାଧ୍ୟମରେ ସୂଚନା ପାଇବା ପରେ ଜଣେ ସହପାଠୀ ଫଣି ଭୂଷଣ ମହାନ୍ତି ଓ ବଳରାମ ବଳିୟାର ସିଂ ପ୍ରମୁଖ ପ୍ରତ୍ୟେକ ୧୦ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରିଛନ୍ତି। ଅନ୍ୟାନ୍ୟ ସହପାଠୀମାନଙ୍କଠାରୁ ୩୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ସହାୟତା ରାଶି ସଂଗ୍ରହ କରାଯାଇଥିଲା। ଆଦାୟ ହୋଇଥିବା ସେହି ଟଙ୍କାକୁ ସ୍ମୃତି ନାମରେ କଣ୍ଟିଲୋ ଡ଼ାକଘରେ ସୁକନ୍ୟା ସମୃଦ୍ଧି ଯୋଜନାରେ ଏକ ଆକାଉଣ୍ଟରେ ଜମା କରାଯାଇଛି। ଉକ୍ତ ଆକାଉଣ୍ଟରେ ଇତିମଧ୍ୟରେ ୭୪ ହଜାର ୫ ଶହ ୧୮ଟଙ୍କା ଜମା ରଖାଯାଇଛି। ସୁକନ୍ୟା ସମୃଦ୍ଧି ଯୋଜନା ଅନୁସାରେ ସୃତିକୁ ୧୮ବର୍ଷ ହେବା ପରେ ଉକ୍ତ ଅର୍ଥ ସ୍ମୃତିର ଆବଶ୍ୟକ କାର୍ଯ୍ୟରେ ବିନିଯୋଗ ହୋଇପାରିବ ବୋଲି ସହପାଠୀମାନେ ଆଶା ପ୍ରକଟ କରିଛନ୍ତି। ତେବେ କୌଣସି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ସ୍ମୃତିକୁ ସହାୟତାର ହାତ ବଢାଇବାକୁ ଚାହୁଁଥିଲେ କଣ୍ଟିଲୋ ଉପ ଡ଼ାକଘରେ ଥିବା ସୁକନ୍ୟା ଆକାଉଣ୍ଟ ନଂ-୪୩୩୯୦୬୭୫୫୦ରେ ଜମା କରିବାକୁ ସହପାଠୀମାନେ ନିବେଦନ କରିଛନ୍ତି। ଅନ୍ୟପକ୍ଷେ ସ୍ମୃତି ପାଠ ପଢ଼ୁଥିବା ସ୍କୁଲର କର୍ମକର୍ତ୍ତା ସମସ୍ତ ପଢାଖର୍ଚ୍ଚ ବହନ କରିବେ ବୋଲି ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର କର ଓ ପ୍ରଧାନ ଶିକ୍ଷକ କାଶୀନାଥ ମହାରଣା ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri