ଆଶାକର୍ମୀଙ୍କ ପରିବାର କରୋନାରେ ଆକ୍ରାନ୍ତ

ବାରଙ୍ଗ,୩ା୮(ଡି.ଏନ୍‌.ଏ.): ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତର ଢାଓ୍ବା ଗ୍ରାମର ୨ନଂ ଓାର୍ଡର ଜଣେ ଆଶାକର୍ମୀଙ୍କ ପରିବାରକୁ କରୋନା ସଂକ୍ରମିତ ହୋଇଛନ୍ତି। ସୋମବାର ସେମାନଙ୍କୁ ମେଣ୍ଢାଶାଳ ସ୍ବାସ୍ଥ୍ୟବିଭାଗ ତରଫରୁ କୋଭିଡ ହସ୍ପିଟାଲ ପଠାଯାଇଥିବା ସରପଞ୍ଚ ପ୍ରଭାସିନୀ ସାସମଲ ସୂଚନା ଦେଇଛନ୍ତି। ଏହି ପରିବାର ଜଣେ ଯୁବକ ପଟିଆ ଅଞ୍ଚଳର ଏକ ଗ୍ୟାରେଜରେ କାମ କରୁଥିବାବେଳେ ତାକୁ ଥଣ୍ଡା କାଶ ଲାଗିରହିଥିଲା। ଏହାପରେ ଆଶାକର୍ମୀ ଭାବେ କାର୍ଯ୍ୟ କରୁଥିବା ତାଙ୍କ ମାଆକୁ ମଧ୍ୟ ଥଣ୍ଡାକାଶ ଆରମ୍ଭ ହୋଇଥିଲା। ରବିବାର ପରିବାରର ୪ଜଣ ସଦସ୍ୟ ନିକଟସ୍ଥ ଟାଙ୍ଗିବନ୍ତ ଡାକ୍ତରଖାନାକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା ସହ ସ୍ବାବ ଟେଷ୍ଟ କରାଇଥିଲେ। ସୋମବାର ପରିବାରର ସମସ୍ତ ସଦସ୍ୟଙ୍କ ପଜିଟିଭ ବାହାରିଥିଲା। ଏହାପରେ ସରପଞ୍ଚ ଉକ୍ତ ଅଞ୍ଚଳବାସୀଙ୍କୁ ଭୟଭୀତ ନ ହୋଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଞ୍ଚାୟତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୮ରେ ପହଞ୍ଚତ୍ଛି। ସେହିଭଳି କଳାରାହଙ୍ଗ ପଞ୍ଚାୟତର ଇଞ୍ଜଣା ଗ୍ରାମର ୫ନଂ. ଓାର୍ଡରେ ଜଣେ ୭୬ ବର୍ଷିୟା ବୃଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିବା ସରପଞ୍ଚ ପଙ୍କଜିନୀ ଦଳପତି କହିଛନ୍ତି। ବୃଦ୍ଧା ଜଣଙ୍କ କଳାରାହଙ୍ଗ ଗ୍ରାମରେ ଥିବା ତାଙ୍କର ଜଣେ ସର୍ମ୍ପକୀୟ ଘରକୁ ଯାଇ ଫେରିବାପରେ ଥଣ୍ଡାକାଶ ହୋଇଥିଲା। ସେ କିମ୍‌ସ କୋଭିଡ୍‌ ହସ୍ପିଟାଲକୁ ଯାଇ ସ୍ବାବ୍‌ ଟେଷ୍ଟ କରାଇଥିବାବେଳେ ରବିବାର ରାତିରେ ତାଙ୍କର ପଜିଟିଭ ଜଣାପଡିଥିଲା। ଏହାକୁ ମିଶାଇ ଏହି ପଞ୍ଚାୟତରେ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri