ଆଶାକର୍ମୀଙ୍କ ପରିବାର କରୋନାରେ ଆକ୍ରାନ୍ତ

ବାରଙ୍ଗ,୩ା୮(ଡି.ଏନ୍‌.ଏ.): ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତର ଢାଓ୍ବା ଗ୍ରାମର ୨ନଂ ଓାର୍ଡର ଜଣେ ଆଶାକର୍ମୀଙ୍କ ପରିବାରକୁ କରୋନା ସଂକ୍ରମିତ ହୋଇଛନ୍ତି। ସୋମବାର ସେମାନଙ୍କୁ ମେଣ୍ଢାଶାଳ ସ୍ବାସ୍ଥ୍ୟବିଭାଗ ତରଫରୁ କୋଭିଡ ହସ୍ପିଟାଲ ପଠାଯାଇଥିବା ସରପଞ୍ଚ ପ୍ରଭାସିନୀ ସାସମଲ ସୂଚନା ଦେଇଛନ୍ତି। ଏହି ପରିବାର ଜଣେ ଯୁବକ ପଟିଆ ଅଞ୍ଚଳର ଏକ ଗ୍ୟାରେଜରେ କାମ କରୁଥିବାବେଳେ ତାକୁ ଥଣ୍ଡା କାଶ ଲାଗିରହିଥିଲା। ଏହାପରେ ଆଶାକର୍ମୀ ଭାବେ କାର୍ଯ୍ୟ କରୁଥିବା ତାଙ୍କ ମାଆକୁ ମଧ୍ୟ ଥଣ୍ଡାକାଶ ଆରମ୍ଭ ହୋଇଥିଲା। ରବିବାର ପରିବାରର ୪ଜଣ ସଦସ୍ୟ ନିକଟସ୍ଥ ଟାଙ୍ଗିବନ୍ତ ଡାକ୍ତରଖାନାକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା ସହ ସ୍ବାବ ଟେଷ୍ଟ କରାଇଥିଲେ। ସୋମବାର ପରିବାରର ସମସ୍ତ ସଦସ୍ୟଙ୍କ ପଜିଟିଭ ବାହାରିଥିଲା। ଏହାପରେ ସରପଞ୍ଚ ଉକ୍ତ ଅଞ୍ଚଳବାସୀଙ୍କୁ ଭୟଭୀତ ନ ହୋଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଞ୍ଚାୟତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୮ରେ ପହଞ୍ଚତ୍ଛି। ସେହିଭଳି କଳାରାହଙ୍ଗ ପଞ୍ଚାୟତର ଇଞ୍ଜଣା ଗ୍ରାମର ୫ନଂ. ଓାର୍ଡରେ ଜଣେ ୭୬ ବର୍ଷିୟା ବୃଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିବା ସରପଞ୍ଚ ପଙ୍କଜିନୀ ଦଳପତି କହିଛନ୍ତି। ବୃଦ୍ଧା ଜଣଙ୍କ କଳାରାହଙ୍ଗ ଗ୍ରାମରେ ଥିବା ତାଙ୍କର ଜଣେ ସର୍ମ୍ପକୀୟ ଘରକୁ ଯାଇ ଫେରିବାପରେ ଥଣ୍ଡାକାଶ ହୋଇଥିଲା। ସେ କିମ୍‌ସ କୋଭିଡ୍‌ ହସ୍ପିଟାଲକୁ ଯାଇ ସ୍ବାବ୍‌ ଟେଷ୍ଟ କରାଇଥିବାବେଳେ ରବିବାର ରାତିରେ ତାଙ୍କର ପଜିଟିଭ ଜଣାପଡିଥିଲା। ଏହାକୁ ମିଶାଇ ଏହି ପଞ୍ଚାୟତରେ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ପଞ୍ଚାୟତ, ୱାର୍ଡ ସ୍ତରରେ ଗଠନ ହେବ ଆର୍‌ଆର୍‌ଟି

ଖୋର୍ଦ୍ଧା ଅଫିସ,୮।୪: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ସଖ୍ୟା ୪୨ରେ ପହଞ୍ଚିଛି। ଏ ନେଇ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କୋଭିଡ-୧୯...

ବାଣ ଫୁଟି ୭ଜଣ ଆହତ

ବାଳକାଟୀ,୨୮।୧୦(ଡି.ଏନ.ଏ.)- ରାଜଧାନୀ ଉପକଣ୍ଠ ବାଳକାଟୀ ଫାଣ୍ଡି ଅଞ୍ଚଳରେ ରବିବାର ବାଣ ଫୁଟାଉଥିବାବେଳେ ୭ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ନୂଆପାଟଣା ଗ୍ରାମର ସୁଶୀଲ ଖଟେଇ(୩୦), ରିଙ୍କୁ...

କାଳବୈଶାଖୀ ଯୋଗୁ ଅଘଟଣ, ଚିଲିକାରେ ବୁଡ଼ିଲା ଡଙ୍ଗା

ଖୋର୍ଦ୍ଧା ଅଫିସ,୫।୫: କାଳବୈଶାଖୀ ଯୋଗୁ ଗୁରୁବାର ଏକ ଅଘଟଣ ଘଟିଛି। ଚିଲିକାରେ ଡଙ୍ଗା ବୁଡି ଜଣେ ନିଖୋଜ ଥିବା ବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି।...

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଖୋର୍ଦ୍ଧା ଅଫିସ,୨।୧୦: ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ଖୋର୍ଦ୍ଧା ଆନୁକୂଲ୍ୟରେ ଜିଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର...

ଆଜି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଖୋର୍ଦ୍ଧା ଅଫିସ,୨୪ା୩: ପୌର ନିର୍ବାଚନ ପାଇଁ ଗୁରୁବାର ଭୋଟ ଗ୍ରହଣ ହେବ। ୩ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ସମସ୍ତଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା। କିଏ...

ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି: ୪ ଗୁରୁତର

ଖୋର୍ଦ୍ଧା ଅଫିସ, ୧୯।୮: ରୋଷେଇ ଘରେ ଗ୍ୟାସ ଟାଙ୍କି ଫାଟି ୪ ଗୁରୁତର ହୋଇଥିବା ବେଳେ ୩ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି...

ନନ୍ଦନକାନନ: ବୋଟିଂ ଟେଣ୍ଡରରେ ଫିକ୍ସିଂ ଅଭିଯୋଗ

ବାରଙ୍ଗ,୧୯।୧୦(ଡି.ଏନ୍‌.ଏ.): କିଛିଦିନର ବ୍ୟବଧାନ ପରେ ନନ୍ଦନକାନନ ପୁଣି ବିବାଦ ଘେରକୁ ଟାଣି ହୋଇଯାଇଛି। ଏଥର ପର୍ଯ୍ୟଟକଙ୍କୁ ନେଇ ବିବାଦ ନୁହେଁ ଖୋଦ୍‌ ନନ୍ଦନକାନନ ଉପନିର୍ଦ୍ଦେଶକ ଓ...

ନାଭାଲ ଛକରେ ସିରିଜ୍‌ ଦୁର୍ଘଟଣା: କାରକୁ ସାଇଡ୍‌ ଦେବାକୁ ଯାଇ ୬ ଅଟୋକୁ ଧକ୍କା ଦେଲା ଅଏଲ ଟ୍ୟାଙ୍କର

ଖୋର୍ଦ୍ଧା ଅଫିସ, ୨୦।୪: ଖୋର୍ଦ୍ଧା ଜିଲା ନାଭାଲ ଛକ ୧୬ ନଂ. ଜାତୀୟ ରାଜପଥଠାରେ ସୋମବାର ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ ଅଏଲ ଟ୍ୟାଙ୍କର ସମ୍ମୁଖରୁ...

Advertisement
Archives

Model This Week