ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ ୩୦୦୦ ଟଙ୍କାରୁ ଦୁଇଗୁଣ ବୃଦ୍ଧି କରି ୬୦୦୦ ଟଙ୍କା କରିଛନ୍ତି।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ସୱତନ୍ତ୍ର କାର୍ଯ୍ୟକ୍ରମରେ ୬,୬୯୦ ଜଣ ଆଶା କର୍ମୀଙ୍କୁ ବର୍ଦ୍ଧିତ ପ୍ରୋତ୍ସାହନ ରାଶିର ଚେକ ନିଜ ହାତରେ ପ୍ରଦାନ କରିବେ। ସରକାରଙ୍କ ଏହି ନିଷ୍ପତ୍ତି କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ସୱାସ୍ଥ୍ୟସେବାର ମେରୁଦଣ୍ଡ ଭାବେ ପରିଗଣିତ ଆଶା ଦିଦିମାନେ ଆମ ସମାଜ ପାଇଁ କ’ଣ ସବୁ କାର୍ଯ୍ୟ କରନ୍ତି, ଆସନ୍ତୁ ଜାଣିବା।

ଦିଲ୍ଲୀ ସରକାର ସେପ୍ଟେମ୍ୱର ୧୬ରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଶା କର୍ମୀଙ୍କ ପାରିଶ୍ରମିକ ଦୁଇଗୁଣ କରିବାର ଐତିହାସିକ ନିଷ୍ପତ୍ତି ନେଇଥିଲେ। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କହିବା ଅନୁଯାୟୀ, ଦିଲ୍ଲୀରେ ଜଣେ ଆଶା କର୍ମୀ ହାରାହାରି ୨,୦୦୦ ଲୋକ କିମ୍ୱା ପାଖାପାଖି ୪୦୦ ପରିବାର ସହିତ ଯୋଡ଼ି ହୋଇ ରହିଥାନ୍ତି।

Share
Tags: ASHA Workers