ଆଶାକର୍ମୀଙ୍କ ଉପରେ ଫିଡିକି ଗଲେଣି ଗ୍ରାମବାସୀ: ଥରୁଟିଏ ବି ବୁଝୁନାହାନ୍ତି  ଗର୍ଭବତୀଙ୍କ କଥା, ରାଗିକି କହିଲେ… 

ବ୍ରାହ୍ମଣୀଗାଁ:୧୧।୧୧(ମନୋରଞ୍ଜନ ରଣା): ପ୍ରଥମିକ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଶାକର୍ମୀ ମାନଙ୍କ ଗୁରୁତ୍ୱ ରହିଛି, ବିଶେଷ କରି ଗର୍ଭ ସଂଚାରଠାରୁ ପ୍ରସବ ପର୍ୟ୍ୟନ୍ତ ଆଶାକର୍ମୀମାନେ ମହିଳା ମାନଙ୍କୁ ମେଡିକାଲ ନେବା, ଟୀକା କରଣ କରିବା, ପଞ୍ଜୀକରଣ କରିବା, ବିଭିନ୍ନ ସର୍ଭେ କରିବା ଆଦି ସରକାରୀ କାମ ସେମାନଙ୍କ ଜରୀଆରେ ହୋଇଥାଏ।
ତେବେ  ଆଶାକର୍ମୀ ସଠିକ୍‌ ଭାବେ ଦାୟିତ୍ୱ ନ ତୁଲାଇବାରୁ ଗ୍ରାମବାସୀ ପ୍ରଥମିକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହୋଇଛନ୍ତି। ଏହା ସହ ସେ ତୁରନ୍ତ ନୂତନ ଆଶା କର୍ମୀଙ୍କୁ ନିଯୁକ୍ତି ପାଇଁ ଦାବି ଉଠାଇଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି  କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅର୍ନ୍ତଗତ କୁମ୍ଭାରୀ ଗାଁ ପଞ୍ଚାୟତର ଟୁଡୁବିଜୁ-୨ କେନ୍ଦ୍ରରେ।
ସୂଚନା ଅନୁଯାୟୀ, ଟୁଡୁ ବିଜୁ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର-୨ରେ କାର୍ଯ୍ୟରତ ଆଶାକର୍ମୀ ଲକ୍ଷ୍ମୀ ବଡ଼ ମାଝୀ  ପ୍ରାୟ ଦୁଇବର୍ଷ ହେବ କାର୍ଯ୍ୟରେ ଅବହେଳା କରିଆସୁଛନ୍ତି। ଗର୍ଭବତୀ ମହିଳାମାନଙ୍କୁ ସଠିକ ଭାବେ ଡାକ୍ତରୀ ପରୀକ୍ଷା, ଟୀକା ପ୍ରଦାନ, ମାସିକ ସର୍ଭେ ରିପୋର୍ଟ, ଗ୍ରାମବାସୀଙ୍କୁ ଥଣ୍ଡା ମ୍ୟାଲେରିଆ ଜର ଆଦି ହେଲେ ସାଧାରଣ ଔଷଧ ବଣ୍ଟନରେ ଅବହେଳା କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରୀ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ ଏହାର ସମାଧାନ ହୋଇ ପାରିନାହିଁ। ପ୍ରାୟ ଏକ ମାସ ହେବ ପିରତି ମଲ୍ଲିକ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ଆଶାକର୍ମୀ ଅନୁପସ୍ଥିତ ଥିବାରୁ ତାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଏକ ଅଟୋ ଯୋଗେ ମେଡିକାଲ ନେବା ବାଟରେ ସେ ପ୍ରସବ କରିଥିବା ଗ୍ରାମବାସୀ କହିଛନ୍ତି । ମାମିତ କୁମୁଟି ମାଝୀ ପାଞ୍ଚ ମାସର ଗର୍ଭଧାରଣ କରିଥିବା ବେଳେ ତାଙ୍କୁ ଦିନଟିଏ ପାଇଁ ମଧ୍ୟ ଆଶା ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ଯାଇ ନ ଥିବା କହିଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ଆଶା କର୍ମୀଙ୍କୁ ଯୋଗାଯୋଗ କରିବାରୁ ସେ ମହିଳା ସ୍ବାସ୍ଥ୍ୟ କର୍ମୀ ସହଯୋଗକରୁ ନ ଥିବା ଏବଂ ବିଭିନ୍ନ ବ୍ୟକ୍ତିଗତ ସମସ୍ୟାଥିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।
ସ୍ଥାନୀୟ ମହିଳା ସାସ୍ଥ୍ୟ କର୍ମୀ ମମତା ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ଗତ ଡିସେମ୍ବର ମାସରୁ ମାର୍ଚ୍ଚମାସ ପର୍ଯ୍ୟନ୍ତ ଆଶାକର୍ମୀ ଅନୁପସ୍ଥିତ ଥିଲେ। ଏପ୍ରିଲ ମାସରେ ଯୋଗଦେଲେ ପୁଣି ମଇମାସ ଠାରୁ ଆଜି ପର୍ଯ୍ୟନ୍ତ ଯୋଗାଯୋଗରେ ନାହାଁନ୍ତି ବୋଲି କହିଛନ୍ତି।
ଗତ ଦୁଇବର୍ଷ ମଧ୍ୟରେ ଅଚାନକଭାବେ ଆଶାକର୍ମୀ ତାଙ୍କ କାର୍ଯ୍ୟରେ ଅବହେଳା କରି ଆସୁଥିବାରୁ ଜିଲା ପ୍ରଶାସନ ତୁରନ୍ତ ଏହାର ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତ।

Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri