ପୁଣି ଫାଟିଲା ପାଉଁଶ ପାଇପ୍‌

ଝାରସୁଗୁଡ଼ା ଅଫିସ,୧୧ା୪: ଝାରସୁଗୁଡ଼ାସ୍ଥିତ ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ (ଓପିଜିସି)ର ଇବ୍‌ଥର୍ମାଲ ପ୍ରକଳ୍ପରୁ ନିର୍ଗତ ହେଉଥିବା ତରଳ ବର୍ଜ୍ୟବସ୍ତୁ ପାଉଁଶ ପାଇପ୍‌ ଦ୍ୱିତୀୟଥର ପାଇଁ ଫାଟିଯାଇଛି। ଫଳରେ ତରଳ ବର୍ଜ୍ୟବସ୍ତୁ ପୋଖରୀ ଓ ଚାଷଜମିରେ ମାଡିଯାଇଛି।

ସୂଚନାଯୋଗ୍ୟ ଗତ ଶୁକ୍ରବାର ଏହି ପାଇପ୍‌ ଫାଟିଯିବା ଫଳରେ ପାର୍ଶ୍ୱବର୍ତ୍ତୀ ଗ୍ରାମ ବନହରପାଲି ପ୍ରଭାବିତ ହୋଇଥିଲା। ବର୍ଜ୍ୟବସ୍ତୁ ପାଉଁଶ ଗାଁ ପୋଖରୀ ଓ ଚାଷଜମିରେ ମାଡିଯିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ପ୍ରକଳ୍ପ କାର୍ଯ୍ୟାଳୟ ଘେରାଉ କରିଥିଲେ। କମ୍ପାନୀ ପକ୍ଷରୁ ତଦନ୍ତ କରାଯାଇ ପ୍ରତିକାର କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ।

କମ୍ପାନୀର ଏକ ସ୍ବତନ୍ତ୍ର ଟିମ୍‌ ଗତ ଶନିବାର ଗ୍ରାମରେ ପହଞ୍ଚତ୍ ପୋଖରୀ ପୁନରୁଦ୍ଧାର ସାଙ୍ଗକୁ କ୍ଷତିପୂରଣ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଗାମୀ ଦିନରେ ଏଭଳି ଘଟଣା ଯେଭଳି ନ ହେବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହାର ଦିନକ ପରେ ସୋମବାର ସକାଳେ ପୁଣି ପାଉଁଶ ପାଇପ୍‌ ଫାଟି ତରଳ ବର୍ଜ୍ୟବସ୍ତୁ ପୋଖରୀରେ ମିଶିଛି। ଗ୍ରାମବାସୀ ପହଞ୍ଚତ୍ କମ୍ପାନୀର ଏଭଳି କାର୍ଯ୍ୟକଳାପକୁ ବିରୋଧ କରିଥିଲେ। କମ୍ପାନୀ ଅଧିକାରୀ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ପାଇପ୍‌ ମରାମତି ପାଇଁ ପାଣି ଛଡାଯାଇଛି ବୋଲି କହିଥିଲେ। ଗ୍ରାମବାସୀ ପୂର୍ବରୁ କାହିଁିକି ପ୍ରତିକାର କରାଗଲା ନାହିଁ, ପାଉଁଶ ପାଣି ପୋଖରୀରେ କିଭଳି ପ୍ରବେଶ କଲା ବୋଲି ପ୍ରଶ୍ନ କରିଥିଲେ। ଏଭଳି ପରିସ୍ଥିତିରେ ପୋଖରୀରେ ପାଉଁଶ ପାଣି ପ୍ରବେଶ ନ କରିବା ପାଇଁ କମ୍ପାନୀ ପକ୍ଷରୁ ଏକ ମାଟି ଆଡ଼ିବନ୍ଧ ନିର୍ମାଣ ଚାଲିଛି। ହେଲେ ଏହି ବନ୍ଧ ବର୍ଷାଋତୁରେ ପାଉଁଶ ପାଣିକୁ ଅଟକାଇପାରିବ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୋଖରୀ ମୁଣ୍ଡରେ ଆଡ଼ିବନ୍ଧ ନିର୍ମାଣ ହେବା ଫଳରେ ନିକଟରେ ଥିବା କେତେକ ବାସଗୃହ ପାଉଁଶ ପାଣିରେ ବୁଡ଼ିଯିବ ବୋଲି ଗ୍ରାମବାସୀ କହିଛନ୍ତି। ଏ ନେଇ ଓପିଜିସି ବିସ୍ଥାପିତ ଥଇଥାନ ସଂଗ୍ରାମ ସିମିତି ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମିଳିତ ପ୍ରତିନିଧି ଦଳ ଜିଲା ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କୁ ଭେଟି ପ୍ରତିକାରପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଏହି ପ୍ରତିନିଧି ଦଳରେ ସିପିଆଇ ନେତା ରମେଶ ତ୍ରିପାଠୀ, ଯୋଗେନ୍ଦ୍ର ମାଝି, ଗୌରଚନ୍ଦ୍ର କାଲୋ, ରବୀନ୍ଦ୍ର ବାରିକ ପ୍ରମୁଖ ରହିଥିଲେ। ଏ ନେଇ କମ୍ପାନୀ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହିମାଂଶୁ ବେହେରା କହିଛନ୍ତି, ସୋମବାର ପାଉଁଶ ପାଇପ୍‌ ଫାଟିନାହିଁ ା ପୂର୍ବରୁ ଫାଟିଥିବା ପାଇପ୍‌ ମରାମତି ଚାଲିଥିବାବେଳେ ପାଣି ଛଡାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

‘ତୁମର ଜାତି କ’ଣ, ତୁମେ କୋଭିଡ ଟିକା କେଉଁଠାରୁ ନେଇଛ…’; ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

କମାଲ କଲେ ସନ୍ନି-ପ୍ରୀତି ଯୋଡ଼ି: ଦର୍ଶକଙ୍କୁ ଲୁହରେ ଭିଜାଇଲା ବିଭାଜନର ଯନ୍ତ୍ରଣା

ସ୍ବାଧୀନତା ଦିବସର ବିଶେଷ ଅବସରରେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଣ୍ଟୱାରା ୧୯୪୭’ ସିନେମା ଘରେ ମୁକ୍ତିଲାଭ କରିଛି। ଭାରତ ବିଭାଜନର କଷ୍ଟକର ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri