ପୁଣି ଫାଟିଲା ପାଉଁଶ ପାଇପ୍‌

ଝାରସୁଗୁଡ଼ା ଅଫିସ,୧୧ା୪: ଝାରସୁଗୁଡ଼ାସ୍ଥିତ ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ (ଓପିଜିସି)ର ଇବ୍‌ଥର୍ମାଲ ପ୍ରକଳ୍ପରୁ ନିର୍ଗତ ହେଉଥିବା ତରଳ ବର୍ଜ୍ୟବସ୍ତୁ ପାଉଁଶ ପାଇପ୍‌ ଦ୍ୱିତୀୟଥର ପାଇଁ ଫାଟିଯାଇଛି। ଫଳରେ ତରଳ ବର୍ଜ୍ୟବସ୍ତୁ ପୋଖରୀ ଓ ଚାଷଜମିରେ ମାଡିଯାଇଛି।

ସୂଚନାଯୋଗ୍ୟ ଗତ ଶୁକ୍ରବାର ଏହି ପାଇପ୍‌ ଫାଟିଯିବା ଫଳରେ ପାର୍ଶ୍ୱବର୍ତ୍ତୀ ଗ୍ରାମ ବନହରପାଲି ପ୍ରଭାବିତ ହୋଇଥିଲା। ବର୍ଜ୍ୟବସ୍ତୁ ପାଉଁଶ ଗାଁ ପୋଖରୀ ଓ ଚାଷଜମିରେ ମାଡିଯିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ପ୍ରକଳ୍ପ କାର୍ଯ୍ୟାଳୟ ଘେରାଉ କରିଥିଲେ। କମ୍ପାନୀ ପକ୍ଷରୁ ତଦନ୍ତ କରାଯାଇ ପ୍ରତିକାର କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ।

କମ୍ପାନୀର ଏକ ସ୍ବତନ୍ତ୍ର ଟିମ୍‌ ଗତ ଶନିବାର ଗ୍ରାମରେ ପହଞ୍ଚତ୍ ପୋଖରୀ ପୁନରୁଦ୍ଧାର ସାଙ୍ଗକୁ କ୍ଷତିପୂରଣ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଗାମୀ ଦିନରେ ଏଭଳି ଘଟଣା ଯେଭଳି ନ ହେବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହାର ଦିନକ ପରେ ସୋମବାର ସକାଳେ ପୁଣି ପାଉଁଶ ପାଇପ୍‌ ଫାଟି ତରଳ ବର୍ଜ୍ୟବସ୍ତୁ ପୋଖରୀରେ ମିଶିଛି। ଗ୍ରାମବାସୀ ପହଞ୍ଚତ୍ କମ୍ପାନୀର ଏଭଳି କାର୍ଯ୍ୟକଳାପକୁ ବିରୋଧ କରିଥିଲେ। କମ୍ପାନୀ ଅଧିକାରୀ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ପାଇପ୍‌ ମରାମତି ପାଇଁ ପାଣି ଛଡାଯାଇଛି ବୋଲି କହିଥିଲେ। ଗ୍ରାମବାସୀ ପୂର୍ବରୁ କାହିଁିକି ପ୍ରତିକାର କରାଗଲା ନାହିଁ, ପାଉଁଶ ପାଣି ପୋଖରୀରେ କିଭଳି ପ୍ରବେଶ କଲା ବୋଲି ପ୍ରଶ୍ନ କରିଥିଲେ। ଏଭଳି ପରିସ୍ଥିତିରେ ପୋଖରୀରେ ପାଉଁଶ ପାଣି ପ୍ରବେଶ ନ କରିବା ପାଇଁ କମ୍ପାନୀ ପକ୍ଷରୁ ଏକ ମାଟି ଆଡ଼ିବନ୍ଧ ନିର୍ମାଣ ଚାଲିଛି। ହେଲେ ଏହି ବନ୍ଧ ବର୍ଷାଋତୁରେ ପାଉଁଶ ପାଣିକୁ ଅଟକାଇପାରିବ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୋଖରୀ ମୁଣ୍ଡରେ ଆଡ଼ିବନ୍ଧ ନିର୍ମାଣ ହେବା ଫଳରେ ନିକଟରେ ଥିବା କେତେକ ବାସଗୃହ ପାଉଁଶ ପାଣିରେ ବୁଡ଼ିଯିବ ବୋଲି ଗ୍ରାମବାସୀ କହିଛନ୍ତି। ଏ ନେଇ ଓପିଜିସି ବିସ୍ଥାପିତ ଥଇଥାନ ସଂଗ୍ରାମ ସିମିତି ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମିଳିତ ପ୍ରତିନିଧି ଦଳ ଜିଲା ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କୁ ଭେଟି ପ୍ରତିକାରପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଏହି ପ୍ରତିନିଧି ଦଳରେ ସିପିଆଇ ନେତା ରମେଶ ତ୍ରିପାଠୀ, ଯୋଗେନ୍ଦ୍ର ମାଝି, ଗୌରଚନ୍ଦ୍ର କାଲୋ, ରବୀନ୍ଦ୍ର ବାରିକ ପ୍ରମୁଖ ରହିଥିଲେ। ଏ ନେଇ କମ୍ପାନୀ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହିମାଂଶୁ ବେହେରା କହିଛନ୍ତି, ସୋମବାର ପାଉଁଶ ପାଇପ୍‌ ଫାଟିନାହିଁ ା ପୂର୍ବରୁ ଫାଟିଥିବା ପାଇପ୍‌ ମରାମତି ଚାଲିଥିବାବେଳେ ପାଣି ଛଡାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri