କାଳବୈଶାଖୀ ତାଣ୍ଡବରେ ଉଡିଗଲା ଆଜବେଷ୍ଟସ

ପାଟଣା,୨।୫(ସ୍ବ.ପ୍ର.):କାଳବୈଶାଖୀ ପ୍ରଭାବରେ ରବିବାର ରାତିରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଘଡ଼ଘଡି ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ହୋଇଥିଲା। ବର୍ଷା ପବନ ଯୋଗୁ ପାଟଣା ବ୍ଲକ ବୁଢୀକାପୁଡି ପଞ୍ଚାୟତ ତେନ୍ତେଳା ଗ୍ରାମର ରଙ୍କିଆ ନାଏକଙ୍କ ୩ ବଖରା ଘରର ଆଜବେଷ୍ଟସ ଉଡି ଯାଇଥିବା ବେଳେ ଘର ଭିତରେ ଥିବା ପରିବାରର ୫ ଜଣ ସଦସ୍ୟ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ରଙ୍କିଆ ଜଣେ ଗରିବ ଶ୍ରେଣୀ ହୋଇଥିବାରୁ ତାଙ୍କୁ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।