Categories: ଜାତୀୟ

ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ

ଅହମ୍ମଦାବାଦ,୨୬।୪: ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଶୁକ୍ରବାର ସୁରଟ ସେଶନ୍ସ କୋର୍ଟ ଏହି ରାୟ ଦେଇଛନ୍ତି। ଆସନ୍ତା ୩୦ ତାରିଖରେ ଏହାର ପରବର୍ତ୍ତି ଶୁଣାଣି ହେବ। ଉକ୍ତ ଦିନ ସଜ୍ଜା ସମ୍ପର୍କିତ ରାୟ ପ୍ରକାଶ ପାଇବ। ସୂଚନାଯୋଗ୍ୟ, ସୁରଟର ୨ ଭଉଣୀ ନାରାୟଣ ସାଇଙ୍କ ଉପରେ ଲଗାଇଥିବା ବଳାତ୍କାର ଅଭିଯୋଗକୁ ନେଇ କୋର୍ଟ ଏହି ରାୟ ଦେଇଛନ୍ତି। ପୋଲିସ ପୀଡିତାଙ୍କ ବୟାନ ଓ ଘଟଣାସ୍ଥଳରୁ ମିଳିଥିବା ତଥ୍ୟ ଆଧାରରେ ନାରାୟଣ ସାଇ ଓ ଆଶାରାମ ବାପୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ନାରାୟଣ ସାଇଙ୍କୁ ୨୦୧୩ରେ ହରିୟାନାର କୁରୁକ୍ଷେତ୍ରରୁ ପୋଲିସ ଗିରଫ କରିଥିଲା।

Share