Categories: ଜାତୀୟ

ଦୋଷୀ ସାବ୍ୟସ୍ତ ହେଲେ ଆଶାରାମ ବାପୁ

ଗାନ୍ଧୀନଗର,୩୦।୧: ଏକ ଦଶନ୍ଧି ପୁରୁଣା ବଳାତ୍କାର ମାମଲାରେ ଗୁଜରାଟର ଏକ କୋର୍ଟ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୋମବାର ଗାନ୍ଧୀନଗର ଆଡିଶନ୍‌ ଜିଲା ଏବଂ ସେସନ୍‌ କୋର୍ଟ ଆଶାରାମଙ୍କ ବିରୋଧରେ ରାୟ ଶୁଣାଇଛନ୍ତି। ମଙ୍ଗଳବାର ଆଶାରାମଙ୍କ ଦଣ୍ଡ ଘୋଷଣା କରାଯିବ। ଅନ୍ୟପଟେ ପ୍ରମାଣ ଅଭାବରୁ ଅନ୍ୟ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ସୂଚନା ମୁତାବକ, ଆଶାରାମଙ୍କୁ ସୋମବାର ଭର୍ଚୁଆଲ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। ସୂଚନାଯୋଗ୍ୟ, ୨୦୧୩ରେ ଅହମ୍ମଦାବାଦ ମୋଟେରାରେ ଥିବା ବେଳେ ଆଶାରାମଙ୍କ ଉପରେ ସୁରଟର ଜଣେ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ କରିଥିବା ବେଳେ ତାଙ୍କ ସାନ ଭଉଣୀ ମଧ୍ୟ ନାରାୟଣ ସାଇଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିିଥିଲେ। ୨ଭଉଣୀ ବାପ ଓ ପୁଅଙ୍କ ବିରୋଧରେ ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ମାମଲାରେ ଆଶାରାମଙ୍କ ବ୍ୟତୀତ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ, ଝିଇ ଭାରତୀ ଏବଂ ୪ଜଣ ମହିଳା ଅନୁଗାମୀ ଧ୍ରୁବବେନ, ନିର୍ମଳା, ଜସି ଏବଂ ମିରା ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Share