Posted inଜାତୀୟ

ଓୱାଇସିଙ୍କ ଘର ଉପରୁକୁ ପଥରମାଡ

ନୂଆଦିଲ୍ଲୀ,୨୦ ।୨: ରାଜଧାନୀ ଦିଲ୍ଲୀରେ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ଘର ଉପରକୁ ରବିବାର ସନ୍ଧ୍ୟାରେ ପଥରମାଡ ହୋଇଛି । ଏହି ପଥରମାଡରେ ଓୱାଇସିଙ୍କ ଘରର ଘରକା ଭାଙ୍ଗି ଯାଇଛି । ଏ ସମ୍ପର୍କରେ ସୂଚନା ଦିଲ୍ଲୀ ପୋଲିସ ଦେଇଛି । ପଥରମାଡ ପରେ ଓୱାଇସି ପୋଲିସକୁ ଯୋଗାଯୋଗ କରି ସୂଚନା ଦେଇଥିଲେ ।
ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଅଭିଯୋଗ କରିଛନ୍ତି କି କେତେଜଣ ଅଜ୍ଞାତ ଅପରାଧି ତାଙ୍କ ଦିଲ୍ଲୀ ସ୍ଥିତ ଘର ଉପରକୁ ପଥରମାଡ କରିଛନ୍ତି । ଏହି ଘଟଣା ଅଶୋକ ରୋଡ ଅଞ୍ଚଳରେ ରବିବାର ପ୍ରାୟ ସନ୍ଧ୍ୟା ସାଢେ ୫ଟାରେ ଘଟିଛି । ସୂଚନା ପାଇ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଓୱାଇସିଙ୍କ ଘରେ ପହଞ୍ଚି ପ୍ରମାଣ ଏକାଠି କରିଛି ।
ଓୱାଇସି କହିଛନ୍ତି ସେ ରବିବାର ରାତି ପ୍ରାୟ ସାଢେ ୧୧ଟାରେ ସେ ଘରେ ପହଞ୍ଚି ଏହା ଦେଖିଥିଲେ । ତାଙ୍କ ଘରେ ଥିବା କେୟାର ଟେକରଙ୍କ ସୂଚନା ଅନୁଯାୟୀ ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ଏହି ଘଟଣା ଘଟିଛି । ଓୱାଇସି କହିଛନ୍ତି ତାଙ୍କ ଘର ଉପରକୁ ପଥରମାଡ ଘଟଣାର ଏହା ହେଉଛି ଚତୁର୍ଥଥର । ତେଣୁ ମୋ ଘର ନିକଟରେ ଲାଗିଥିବା ସିସିଟିଭିରେ ସମସ୍ତ ଘଟଣା ରେକର୍ଡ ହୋଇଛି ତେଣୁ ଦୋଷୀଙ୍କୁ ଶୀଘ୍ର ଦଣ୍ଡ ଦିଆଯାଇ ବୋଲି ଓୱାଇସି ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବେଡ୍‌ ପଡୁଛି ଖାଲି, ତୃତୀୟ ଲହରରେ ହସ୍ପିଟାଲ ଭର୍ତ୍ତିିଙ୍କ ସଂଖ୍ୟା କମ୍‌…

ନୂଆଦିଲ୍ଲୀ, ୨୨।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହର ଜାରି ରହିଛି। ତେବେ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ବିଭିନ୍ନ ହସ୍ପିଟାଲରେ ବେଡ୍‌...

ଅନିତା ଯାଦବଙ୍କୁ କାହିଁକି ଭେଟିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ଲକ୍ଷ୍ନୌ,୧୭ ।୭: କଂଗ୍ରେସ ମହାସଚିବ ତଥା ଉତ୍ତର ପ୍ରଦେଶ ପ୍ରଭାରି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୩ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଇଛନ୍ତି । ଶନିବାର...

୧୦ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୫ ପ୍ରତିଶତ

ନୂଆଦିଲ୍ଲୀ, ୭।୬: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୯ ହଜାର ୯୪୬ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୭ ହଜାର ୪୦ ରହିଛି।...

ମେଲାନିଆଙ୍କ ହସ୍ତାକ୍ଷରକୁ ସ୍କୁଲରେ ସାଇତା ହୋଇ ରଖାଯିବ

ନୂଆଦିଲ୍ଲୀ,୨୫।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ପ୍ରଥମ ଥର ଭାରତକୁ ଆସିଥିବା ବେଳେ ମଙ୍ଗଳବାର ଦିଲ୍ଲୀର ୨ଟି ସ୍କୁଲକୁ ସେ ଗସ୍ତ କରିଥିଲେ। ପ୍ରଥମେ...

ଅଯୋଧ୍ୟା ମାମଲା: ଜୁଲାଇ ୩୧ ପର୍ଯ୍ୟନ୍ତ ମଧ୍ୟସ୍ଥତା; ଅଗଷ୍ଟ-୨ଠାରୁ ଶୁଣାଣି

ନୂଆଦିଲ୍ଲୀ,୧୮।୭: ଅଯୋଧ୍ୟା ମାମଲାରେ ସୁପ୍ରିମ୍‌କୋର୍ଟ ଜୁଲାଇ ୩୧ ପର୍ଯ୍ୟନ୍ତ ମଧ୍ୟସ୍ଥତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଅଗଷ୍ଟ ୨ଠାରୁ ଓପନ କୋର୍ଟରେ ଏହାର ଶୁଣାଣି କରାଯିବ।...

ଭାରତୀୟ ତଟରକ୍ଷି ବାହୀନିର ମୁଖ୍ୟ ହେଲେ କେ. ନଟରାଜନ

ନୂଆଦିଲ୍ଲୀ,୩୦।୬: ରାଜେନ୍ଦ୍ର ସିଂଙ୍କ ସ୍ଥାନ ନେଲେ କେ. ନଟରାଜନ। ରବିବାର ନଟରାଚନଙ୍କୁ ୨୩ ତମ ଭାରତୀୟ ତଟରକ୍ଷି ବାହୀନିର ମୁଖ୍ୟ ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ...

ନଭେମ୍ବର ପ୍ରଥମ ସପ୍ତାହରେ ଭାରତୀୟ ବାୟୁସେନାରେ ସାମିଲ ହେବ ୩-୪ ରାଫାଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧୬ ।୧୦: ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଭାରତୀୟ ବାୟସେନା ତା’ର ଶକ୍ତି ବୃଦ୍ଧି କରିବାରେ ଲାଗିଛି । ନଭେମ୍ବର ପ୍ରଥମ...

୭୦ ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୫୨ କୋଟିପତି: ୪୩ଙ୍କ ବିରୋଧରେ ଆପରାଧୀକ ମାମଲା

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ସଂଖ୍ୟା ଗରିଷ୍ଠତା ହାସଲ କରିଛି। ୭୦ ବିଧାନସଭା ଆସନ ମଧ୍ୟରୁ ଏଏପି ଖାତାକୁ ୬୨ ଯାଇଥିବାବେଳେ...

Advertisement
Archives

Model This Week