ସମୟ ବିତୁଛି, ବଢୁଛି ଲୁଟ୍‌ ପରିମାଣ

ଯାଜପୁର,୧୭।୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ବହୁ ମୂଲ୍ୟବାନ କଳାପଥର ଖାଦାନରେ ବେଆଇନ ଉତ୍ତୋଳନ ସୀମା ଲଂଘିଛି। ଏନେଇ ହୋଇଥିବା ଜନସ୍ବାର୍ଥ ମାମଲା (ଡବ୍ଲ୍ୟୁପି କେସ୍‌ ନମ୍ବର ୪୦୦୫୩/୨୦୨୩) ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଏକ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଯାଜପୁର ଲଘୁ ଖଣି ବିଭାଗ ପକ୍ଷରୁ ନିକଟରେ ଧର୍ମଶାଳା ତହସିଲଦାରଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପତ୍ର ଲେଖାଯାଇଥିବା ସୂଚନା ମିଳିଛି। ତଥାପି ଧର୍ମଶାଳା ତହସିଲ ପକ୍ଷରୁ ସାଟେଲାଇଟ୍‌ ମାପଚୁପ, ସମ୍ପୃକ୍ତ ଲିଜ୍‌ଧାରୀ ଓ କ୍ରଶର ୟୁନିଟଗୁଡ଼ିକ ସହ ଲିଙ୍କେଜ୍‌ ଇତ୍ୟାଦି ଆଇନଗତ ପଦକ୍ଷେପ ନୈରାଶ୍ୟଜନକ ରହିଛି। ଏହାର ସୁଯୋଗରେ ଅଭିଯୁକ୍ତ ଲିଜଧାରୀମାନେ ପାହାଡ଼ର ୬ଟି ଖାଦାନରୁ ଦୈନିକ ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କଳାପଥର ବେଆଇନ ଭାବେ ଉତ୍ତୋଳନ କରି ନିକଟସ୍ଥ କ୍ରଶରଗୁଡିକୁ ପରିବହନ କରୁଥିବା ଅଭିଯୋଗ ହେଉଛି।
ଡଙ୍କାରୀ ପାହାଡର ୧୭ ନମ୍ବର, ୧/୪ ନମ୍ବର ଓ ୩/୯ ନମ୍ବର ଲିଜଧାରୀମାନେ ସାଟେଲାଇଟ୍‌ ମାପଚୁପ ଭୟରେ ନିକଟସ୍ଥ ଲକ୍ଷ୍ମୀ ଏକ୍ସପୋର୍ଟ ପାଇଥିବା ଖାଦାନ ଏବଂ ଅଣଲିଜ୍‌ ଖାଦାନଗୁଡିକରୁ କଳାପଥର ଉତ୍ତୋଳନ କରୁଛନ୍ତି। ଏହି ମର୍ମରେ ପି.ଜେ. ମିନେରାଲ୍ସ କମ୍ପାନୀର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଜେନା ଓ ଜ୍ୟୋତ୍ସ୍ନାରାଣୀ ଜେନା ଏବଂ ନିରଞ୍ଜନ ରାଉତଙ୍କ ବିରୋଧରେ ଲକ୍ଷ୍ମୀ ଏକ୍ସପୋର୍ଟର ମାଲିକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ହୋଇଥିବା ଅଭିଯୋଗ ଅନୁସାରେ ଡଙ୍କାରୀ ପାହାଡର ୧୮ ନମ୍ବର ଖାଦାନକୁ ଲକ୍ଷ୍ମୀ ଏକ୍ସପୋର୍ଟ ସହ ଚୁକ୍ତି ହୋଇଥିଲା। କିନ୍ତୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ କଳାପଥର ଉତ୍ତୋଳନ କରିବାକୁ ଦେଉନାହାନ୍ତି। ସେଠାରୁ ଜବରଦସ୍ତି ଉପରୋକ୍ତ ଲିଜଧାରୀମାନେ କଳାପଥର ଲୁଟ୍‌ କରୁଛନ୍ତିି। ତେବେ ଉକ୍ତ ମାମଲା ଉପରେ ହାଇକୋର୍ଟ ହୃଦୟଙ୍ଗମ କରି ୧୫ା୧୨ା୨୦୨୩ରେ ୮ ସପ୍ତାହ ମଧ୍ୟରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ପରେ ବି ଖଣି କିମ୍ବା ତହସିଲ ପ୍ରଶାସନ ହାତବାନ୍ଧି ବସିଛି। ସାଟେଲାଇଟ୍‌ ମାପଚୁପ, କ୍ରଶର ସହ ଲିଜ୍‌ଧାରୀଙ୍କ ଲିଙ୍କେଜ୍‌ ଆଦି ତଦନ୍ତ ପ୍ରକ୍ରିୟାକୁ ପ୍ରାୟ ୨ ମାସ ଲାଗିବ। ତେଣୁ ସମୟ ଗଡ଼େଇ ଚାଲିଲେ ବେଆଇନ ଉତ୍ତୋଳନ ପରିମାଣ ବୃଦ୍ଧି ପାଇବା ସହ ରାଜ୍ୟ ସରକାର ବିପୁଳ କୋଟି ଟଙ୍କା ରାଜସ୍ବ ହରାଇବା ନିଶ୍ଚିତ ଏବଂ କେତେକ ପ୍ରଭାବଶାଳୀ ଲିଜଧାରୀ ମାଲାମାଲ ହେବେ ବୋଲି ସାଧାରଣରେ ଆଲୋଚନ ହେଉଛି। ତେଣୁ ବେଆଇନ ଉତ୍ତୋଳନକାରୀ, କ୍ରଶର ମାଲିକ, ତହସିଲ ଓ ଖଣି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏନେଇ ଭିତିରିଆ ଆଲୋଚନା କରାଯାଇ ସମୟ ଗଡ଼େଇ ଚାଲିଥିବା କୁହାଯାଉଛି। ଏଥିରେ ସମ୍ପୃକ୍ତ ସରକାରୀ ଅଧିକାରୀମାନେ ଏକ ମୋଟା ଅଙ୍କର ଡିଲ୍‌ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି। ତେଣୁ ଉପରୋକ୍ତ ଡଙ୍କାରୀ ପାହାଡ଼ର ବେଆଇନ କଳାପଥର ନିକଟସ୍ଥ ଏ-୧ ଷ୍ଟୋନ୍‌ କ୍ରଶର, ମା’ ଷ୍ଟୋନ କ୍ରଶର, ପିଆର୍‌ପିଏଲ୍‌, ଶେରାବାଲି, ଜୈନ, ମା’ ଚଣ୍ଡୀ ପ୍ରଭୃତି ଷ୍ଟୋନ କ୍ରଶରରେ ଅନୁମତିଠାରୁ ଢେର ଗୁଣ ଅଧିକ କଳାପଥର ଗଚ୍ଛିତ ରହିଛି ବୋଲି ଅଞ୍ଚଳବାସୀଙ୍କଠାରୁ ଜଣାପଡ଼ିଛି। ଏହି ସମୟରେ ତହସିଲ ଓ ଖଣି କର୍ତ୍ତୃପକ୍ଷ ଚଢ଼ାଉ କରି ଉପଯୁକ୍ତ ଭାବେ ଆଇନ ଅନୁସାରେ ତଦନ୍ତ କଲେ ବିପୁଳ କୋଟି ଟଙ୍କାର କଳାପଥର ଜବତ ହୋଇପାରନ୍ତା ବୋଲି ଦାବି ହେଉଛି। ଏହାବାଦ୍‌ ରାହାଡ଼ପୁର, ଲୁଣିବର, ବାରମାଣ, ବରଡ଼ା, ବାଜବାଟି, ଆରୁହା ଓ ବିଛାଖଣ୍ଡି ପାହାଡ଼ରୁ ବିପୁଳ କୋଟି ଟଙ୍କାର କଳାପଥର ଚୋରି ହେଉଥିବା ଅଭିଯୋଗ ହେଉଛି।
ଏ ସଂକ୍ରାନ୍ତରେ ଯାଜପୁର ଲଘୁ ଖଣି ବିଭାଗର ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ ଧର୍ମଶାଳା ତହସିଲଦାରଙ୍କୁ ପତ୍ର ଦିଆଯାଇଛି। ସେ ଖୁବ୍‌ଶୀଘ୍ର ପଦକ୍ଷେପ ନେବେ ବୋଲି ତାଙ୍କୁ ଜଣାଇଛନ୍ତି। ଏପରିକି ସେ ବି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri