ପାଉଁରୁଟିରେ ରହୁନି ଅବଧି ସମୟ

ବ୍ରହ୍ମପୁର ଅଫିସ, ୨୩ା୯:ପାଉଁରୁଟି ଏବେ ନିତିଦିନିଆ ଖାଦ୍ୟ ଭାବେ ବେଶ ଆଦୃତ ହୋଇଛି। ଫଳରେ ଏହି ପ୍ରୋଟିନ ଜାତୀୟ ଖାଦ୍ୟକୁ ଅନେକାଂଶରେ ଜଳଖିଆ ଭାବେ ବ୍ୟବହାର କରୁଛନ୍ତି। ଏହି ପାଉଁରୁଟିରେ କୌଣସି ଅବଧି ସମୟ ନ ଥିବାରୁ ବର୍ତ୍ତମାନ ଏହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇଛି। ଏପରିକି ପାଉଁରୁଟି ପ୍ୟାକେଟ ମଧ୍ୟରେ ଫିମ୍ପି ବାହାରୁଥିବା ଅଭିଯୋଗ ହୋଇଛି।
ବ୍ରହ୍ମପୁର ସହରରେ ସାଧାରଣତଃ ଭାପୁର ବଜାର, ଶିଳ୍ପାଞ୍ଚଳ ଭଳି ଅନେକ ସ୍ଥାନରେ ଫ୍ୟାକ୍ଟ୍ରି ରହିଛି। ପ୍ରତ୍ୟହ ଶହ ଶହ ସଂଖ୍ୟକ ପାଉଁରୁଟି ହୋଲ୍‌ସେଲ୍‌ ଓ ରିଟେଲର ବ୍ୟବସାୟୀଙ୍କ ନିକଟକୁ ରପ୍ତାନୀ ହୋଇଥାଏ। ଯାହାକୁ ସହରବାସୀ ନିତିଦିନିଆ ଜଳଖିଆ ଭାବେ ବ୍ୟବହାର କରିଥାନ୍ତି। ଏହା ସହିତ ବହୁ ଫାଷ୍ଟ ଫୁଡ ସେଣ୍ଟର ଗୁଡିକରେ ପାଉଭାଜି ସମେତ ପାଉଁରୁଟିରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି କରାଯାଇଥାଏ। ବଜାରରେ ସାଧାରଣତଃ ୨ ପ୍ରକାର ପାଉଁରୁଟିର ବହୁଳ ଚାହିଦା ରହିଛି। ଏଥିମଧ୍ୟରୁ ଅଟାରେ ପ୍ରସ୍ତୁତ ପାଉଁରୁଟି ଅଧିକା ବିକ୍ରି ହୋଇଥାଏ। ଯାହାକୁ ବୟସ୍କଙ୍କଠାରୁ ଆରମ୍ଭ କରି ଯୁବ ପିଢି ମଧ୍ୟ ବ୍ୟବହାର କରିଥାନ୍ତି। କିନ୍ତୁ ବଜାରରେ ମିଳୁଥିବା ଅଟା ପାଉଁରୁଟି ଅଧିକ ବିକ୍ରି ହେଉଥିବା ବେଳେ ଏଥିରେ ଅବଧି ସମୟ ନ ଥିବା ଅଭିଯୋଗ ହୋଇଛି। ପ୍ୟାକେଟ ଉପରେ କେବଳ ପ୍ରସ୍ତୁତକାରୀ ସାମଗ୍ରୀ, ମୂଲ୍ୟ ଓ ସଂସ୍ଥାର ନାମ ଉଲେଖ ରହୁଛି। କିନ୍ତୁ ଅବଧି ସମୟ ରହୁ ନାହିଁ। ଫଳରେ ଅନେକ ସମୟରେ ପ୍ୟାକେଟ ମଧ୍ୟରେ ଫିମ୍ପି ରହୁଥିବା ଅଭିଯୋଗ ହୋଇଛି। ଉକ୍ତ ଫିମ୍ପି ପାଉଁରୁଟିକୁ ଗ୍ରାହକ ଦୋକାନୀ ମାଲିକଙ୍କୁ ଫେରାଇଲେ ଏହାକୁ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି।
ସେହିପରି ବଜାରରେ ମିଠା ଯୁକ୍ତ ପାଉଁରୁଟି ମଧ୍ୟ ବିକ୍ରି ହେଉଛି। ଯାହାକୁ ଛୋଟ ଶିଶୁଙ୍କ ଖାଦ୍ୟ ଭାବେ ବ୍ୟବହାର କରାଯାଇଥାଏ। କିନ୍ତୁ ଏଥିରେ ମଧ୍ୟ କୌଣସି ଅବଧି ସମୟ ରହୁ ନ ଥିବାରୁ ପିଲାଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ କ୍ଷତିକାରକ ପାଲଟିଛି। ତତସହିତ ଶରୀର ଅସୁସ୍ଥ ହେଲେ ଡାକ୍ତର ରୋଗୀଙ୍କୁ ପାଉଁରୁଟି ଖାଇବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ପାଉଁରୁଟି ପ୍ୟାକେଟରେ ଏଭଳି ସମୟ ସୀମା ନ ରହିବା ରୋଗୀଙ୍କ ପକ୍ଷେ କେତେ ଉପଯୋଗୀ ସେ ନେଇ ସାଧାରଣରେ ମତ ପ୍ରକାଶ ପାଇଛି।
ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସହରରେ ରହିଥିବା ପାଉଁରୁଟି ପ୍ରସ୍ତୁତକାରୀ ଫ୍ୟାକ୍ଟି ଉପରେ ଚଢାଉ କରାଯାଇଥିଲା। ଏଥିସହ ଅବଧି ସମୟ ରଖୁ ନ ଥିବା ସଂପୃକ୍ତ ମାଲିକଙ୍କୁ ନୋଟିସ ମଧ୍ୟ ଦିଆଯାଇଥିଲା। କିନ୍ତୁ ସମ୍ପୃକ୍ତ ମାଲିକ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରି ବଜାରରେ ଖରାପ ପାଉଁରୁଟି ବିକ୍ରି କରୁଛନ୍ତି। ହିନ୍ଦୁସ୍ଥାନ ପାଉଁରୁଟି ପ୍ରସ୍ତୁତକାରୀ କମ୍ପାନୀ ମାଲିକ ଇପାରି ସୁବାଷଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, ପ୍ୟାକେଟ ପ୍ରସ୍ତୁତକାରୀ ମେଶିନରେ ତ୍ରୁଟି ଯୋଗୁ ଅବଧି ସମୟ ଲେଖା ହୋଇପାରି ନାହିଁ। ଖୁବ ଶୀଘ୍ର ମେଶିନ ମରାମତି ପରେ ବଜାରରେ ଅବଧି ସମୟ ଲେଖା ହୋଇଥିବା ପ୍ୟାକେଟ ଉପଲବ୍ଧ ହେବ। ଏ ନେଇ ବିଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀ ସ୍ମିତା ଖାଡଙ୍ଗାଙ୍କ ସହ ଯୋଗଯୋଗ କରିବାରୁ ସେ କହିଛନ୍ତି, ସହରରେ ପାଉଁରୁଟି ଫ୍ୟାକ୍ଟ୍ରିରେ ଯାଞ୍ଚ କରାଯାଇଛି। ମାଲିକଙ୍କୁ ନୋଟିସ ମଧ୍ୟ ଦିଆଯାଇଛି। ଏହାପରେ ଯଦି ନିୟମ ଉଲ୍ଲଘଂନ କରନ୍ତି ତେବେ କମ୍ପାନୀ ଲାଇସେନ୍ସ ରଦ୍ଦ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଐତିହାସିକ ଗୋପାଳ ବନ୍ଧ ସୌନ୍ଦର୍ଯ୍ୟକରଣ ଲାଗି ଅଣ୍ଟା ଭିଡିଲେ ନିର୍ବାହୀ ଅଧିକାରୀ: ଜବରଦଖଲକାରୀଙ୍କୁ କଡ଼ା ଚେତାବନୀ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଐତିହାସିକ ଗୋପାଳ ବନ୍ଧକୁ ନେଇ ଦୀର୍ଘଦିନ ହେଲା ସବୁବର୍ଗରୁ ଅସନ୍ତୋଷ ଲାଗିରହିଥିଲା। ତେବେ …

ମା’ ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୃତ୍ତ…

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍‌ ସମୟରେ ମା’ଙ୍କ ପୂଜା ପୂଜା…

ବେପରୁଆ ଗାଡ଼ି ଚାଳନା, ଢାବା ଉପରକୁ କାର୍ ମାଡ଼ିଯିବାରୁ ୨ମୃତ

କୁଆଁରମୁଣ୍ଡା,୬ା୪(ମହେନ୍ଦ୍ର କୁମାର ସାହୁ): ରବିବାର ବିଳମ୍ବିତ ରାତିରେ ୧୪୩ ନମ୍ବର ଜାତୀୟ ରାଜପଥର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଢାବା ଭିତରକୁ…

ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ମିଳିଲା, ୩ ସାଙ୍ଗଙ୍କ ସହ ବୁଲିବାକୁ ଯାଇ…

ପାରଳାଖେମୁଣ୍ଡି,୬ା୪(ଗିରିଧାରୀ ପରିଚ୍ଛା): ମହେନ୍ଦ୍ରଗିରିରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ବିନୋଦ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି…

ଗୋଠଛଡ଼ା ଦନ୍ତାର ଉପଦ୍ରବ, ଦୁଇ ଘର ଭାଙ୍ଗି…..

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଟୁପଶି ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ । ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କ ଘର ଭାଙ୍ଗିଛି ।…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri