ପାଉଁରୁଟିରେ ରହୁନି ଅବଧି ସମୟ

ବ୍ରହ୍ମପୁର ଅଫିସ, ୨୩ା୯:ପାଉଁରୁଟି ଏବେ ନିତିଦିନିଆ ଖାଦ୍ୟ ଭାବେ ବେଶ ଆଦୃତ ହୋଇଛି। ଫଳରେ ଏହି ପ୍ରୋଟିନ ଜାତୀୟ ଖାଦ୍ୟକୁ ଅନେକାଂଶରେ ଜଳଖିଆ ଭାବେ ବ୍ୟବହାର କରୁଛନ୍ତି। ଏହି ପାଉଁରୁଟିରେ କୌଣସି ଅବଧି ସମୟ ନ ଥିବାରୁ ବର୍ତ୍ତମାନ ଏହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇଛି। ଏପରିକି ପାଉଁରୁଟି ପ୍ୟାକେଟ ମଧ୍ୟରେ ଫିମ୍ପି ବାହାରୁଥିବା ଅଭିଯୋଗ ହୋଇଛି।
ବ୍ରହ୍ମପୁର ସହରରେ ସାଧାରଣତଃ ଭାପୁର ବଜାର, ଶିଳ୍ପାଞ୍ଚଳ ଭଳି ଅନେକ ସ୍ଥାନରେ ଫ୍ୟାକ୍ଟ୍ରି ରହିଛି। ପ୍ରତ୍ୟହ ଶହ ଶହ ସଂଖ୍ୟକ ପାଉଁରୁଟି ହୋଲ୍‌ସେଲ୍‌ ଓ ରିଟେଲର ବ୍ୟବସାୟୀଙ୍କ ନିକଟକୁ ରପ୍ତାନୀ ହୋଇଥାଏ। ଯାହାକୁ ସହରବାସୀ ନିତିଦିନିଆ ଜଳଖିଆ ଭାବେ ବ୍ୟବହାର କରିଥାନ୍ତି। ଏହା ସହିତ ବହୁ ଫାଷ୍ଟ ଫୁଡ ସେଣ୍ଟର ଗୁଡିକରେ ପାଉଭାଜି ସମେତ ପାଉଁରୁଟିରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି କରାଯାଇଥାଏ। ବଜାରରେ ସାଧାରଣତଃ ୨ ପ୍ରକାର ପାଉଁରୁଟିର ବହୁଳ ଚାହିଦା ରହିଛି। ଏଥିମଧ୍ୟରୁ ଅଟାରେ ପ୍ରସ୍ତୁତ ପାଉଁରୁଟି ଅଧିକା ବିକ୍ରି ହୋଇଥାଏ। ଯାହାକୁ ବୟସ୍କଙ୍କଠାରୁ ଆରମ୍ଭ କରି ଯୁବ ପିଢି ମଧ୍ୟ ବ୍ୟବହାର କରିଥାନ୍ତି। କିନ୍ତୁ ବଜାରରେ ମିଳୁଥିବା ଅଟା ପାଉଁରୁଟି ଅଧିକ ବିକ୍ରି ହେଉଥିବା ବେଳେ ଏଥିରେ ଅବଧି ସମୟ ନ ଥିବା ଅଭିଯୋଗ ହୋଇଛି। ପ୍ୟାକେଟ ଉପରେ କେବଳ ପ୍ରସ୍ତୁତକାରୀ ସାମଗ୍ରୀ, ମୂଲ୍ୟ ଓ ସଂସ୍ଥାର ନାମ ଉଲେଖ ରହୁଛି। କିନ୍ତୁ ଅବଧି ସମୟ ରହୁ ନାହିଁ। ଫଳରେ ଅନେକ ସମୟରେ ପ୍ୟାକେଟ ମଧ୍ୟରେ ଫିମ୍ପି ରହୁଥିବା ଅଭିଯୋଗ ହୋଇଛି। ଉକ୍ତ ଫିମ୍ପି ପାଉଁରୁଟିକୁ ଗ୍ରାହକ ଦୋକାନୀ ମାଲିକଙ୍କୁ ଫେରାଇଲେ ଏହାକୁ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି।
ସେହିପରି ବଜାରରେ ମିଠା ଯୁକ୍ତ ପାଉଁରୁଟି ମଧ୍ୟ ବିକ୍ରି ହେଉଛି। ଯାହାକୁ ଛୋଟ ଶିଶୁଙ୍କ ଖାଦ୍ୟ ଭାବେ ବ୍ୟବହାର କରାଯାଇଥାଏ। କିନ୍ତୁ ଏଥିରେ ମଧ୍ୟ କୌଣସି ଅବଧି ସମୟ ରହୁ ନ ଥିବାରୁ ପିଲାଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ କ୍ଷତିକାରକ ପାଲଟିଛି। ତତସହିତ ଶରୀର ଅସୁସ୍ଥ ହେଲେ ଡାକ୍ତର ରୋଗୀଙ୍କୁ ପାଉଁରୁଟି ଖାଇବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ପାଉଁରୁଟି ପ୍ୟାକେଟରେ ଏଭଳି ସମୟ ସୀମା ନ ରହିବା ରୋଗୀଙ୍କ ପକ୍ଷେ କେତେ ଉପଯୋଗୀ ସେ ନେଇ ସାଧାରଣରେ ମତ ପ୍ରକାଶ ପାଇଛି।
ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସହରରେ ରହିଥିବା ପାଉଁରୁଟି ପ୍ରସ୍ତୁତକାରୀ ଫ୍ୟାକ୍ଟି ଉପରେ ଚଢାଉ କରାଯାଇଥିଲା। ଏଥିସହ ଅବଧି ସମୟ ରଖୁ ନ ଥିବା ସଂପୃକ୍ତ ମାଲିକଙ୍କୁ ନୋଟିସ ମଧ୍ୟ ଦିଆଯାଇଥିଲା। କିନ୍ତୁ ସମ୍ପୃକ୍ତ ମାଲିକ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରି ବଜାରରେ ଖରାପ ପାଉଁରୁଟି ବିକ୍ରି କରୁଛନ୍ତି। ହିନ୍ଦୁସ୍ଥାନ ପାଉଁରୁଟି ପ୍ରସ୍ତୁତକାରୀ କମ୍ପାନୀ ମାଲିକ ଇପାରି ସୁବାଷଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, ପ୍ୟାକେଟ ପ୍ରସ୍ତୁତକାରୀ ମେଶିନରେ ତ୍ରୁଟି ଯୋଗୁ ଅବଧି ସମୟ ଲେଖା ହୋଇପାରି ନାହିଁ। ଖୁବ ଶୀଘ୍ର ମେଶିନ ମରାମତି ପରେ ବଜାରରେ ଅବଧି ସମୟ ଲେଖା ହୋଇଥିବା ପ୍ୟାକେଟ ଉପଲବ୍ଧ ହେବ। ଏ ନେଇ ବିଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀ ସ୍ମିତା ଖାଡଙ୍ଗାଙ୍କ ସହ ଯୋଗଯୋଗ କରିବାରୁ ସେ କହିଛନ୍ତି, ସହରରେ ପାଉଁରୁଟି ଫ୍ୟାକ୍ଟ୍ରିରେ ଯାଞ୍ଚ କରାଯାଇଛି। ମାଲିକଙ୍କୁ ନୋଟିସ ମଧ୍ୟ ଦିଆଯାଇଛି। ଏହାପରେ ଯଦି ନିୟମ ଉଲ୍ଲଘଂନ କରନ୍ତି ତେବେ କମ୍ପାନୀ ଲାଇସେନ୍ସ ରଦ୍ଦ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri