ସମୁଦ୍ର ପତ୍ତନ ବଢ଼ୁଛି, ପ୍ରଭାବିତ ହେବ ମୁମ୍ବାଇ ଭଳି ସିଟି

ଜାତିସଂଘ, ୧୫।୨: ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁ ମୁମ୍ବାଇ ଭଳି ବିଶ୍ୱର ମେଗା ସିଟି ପ୍ରଭାବିତ ହେବାର ଆଶଙ୍କା ଥିବା ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ମଙ୍ଗଳବାର ବିଶ୍ୱବାସୀଙ୍କୁ ସତର୍କ କରାଇଛନ୍ତି। ସମୁଦ୍ର ପତ୍ତନ ବୃଦ୍ଧି ଭବିଷ୍ୟତକୁ ପ୍ରଭାବିତ କରିବା ସହ ଏହାର ଅନେକ ନକାରାତ୍ମକ ଦିଗ ରହିଥିବା ସେ କହିଛନ୍ତିି। ଅନ୍ତର୍ଜାତୀୟ ସୁରକ୍ଷା ପଇଁ ମଧ୍ୟ ଏହା ବଡ଼ ବିପଦ ସୃଷ୍ଟି କରିବ। ତଳିଆ ଏବଂ ଦ୍ୱୀପଗୁଡ଼ିକରେ ଅନେକ ଲୋକଙ୍କ ଜୀବନଯାପନ ବାଧାପ୍ରାପ୍ତ ହେବ। ୧୯୦୦ ମସିହାରୁ ସମୁଦ୍ର ପତ୍ତନ କ୍ରମାଗତ ଭାବେ ବଢ଼ିଚାଲିଛି। ଅନ୍ୟପକ୍ଷେ ଗତ ୩୦୦୦ ବର୍ଷରେ ବୈଶ୍ୱିକ ସମୁଦ୍ରର ତାପମାତ୍ରାରେ ବୃଦ୍ଧି ଘଟିିଛି। ସମୁଦ୍ର ପତ୍ତନ ବୃଦ୍ଧି କାରଣରୁ ମୁମ୍ବାଇ, ନ୍ୟୁୟର୍କ, ଢାକା, ଜାକର୍ତ୍ତା, ସାଂଘାଇ, ବ୍ୟାଙ୍କକ୍‌, ମାପୁଟ ଭଳି ମେଗା ସିଟି ଏବଂ ତଳିଆ ଅଞ୍ଚଳରେ ବାସ କରୁଥିବା ପାଖାପାଖି ୯୦୦ ନିୟୁତ ଲୋକ ପ୍ରଭାବିତ ହେବାର ଆଶଙ୍କା ଥିବା ଗୁଟେରସ୍‌ କହିଛନ୍ତି।

Share