Posted inଜାତୀୟ

ମୁଖ୍ୟମନ୍ତ୍ରୀ ହେବା ପରେ ଶିନ୍ଦେଙ୍କ ଗୁମର ଫିଟାଇଦେଲେ ଫଡନଭିସ, ରାଜନୀତିରେ ହଲଚଲ!

ମୁମ୍ବାଇ,୭।୧୨: ମହାରାଷ୍ଟ୍ରରେ ଦୀର୍ଘ ଦିନର ସସପେନ୍ସ ପରେ ଦେବେନ୍ଦ୍ର ଫଡନଭିସ ଶେଷରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଶେଷ ଯାଏ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅରାଜି ଥିବା ଏକନାଥ ଶିନ୍ଦେ, ଅଜିତ ପାୱାରଙ୍କ ସହ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସରକାର ଗଠନରେ ଏତେ ବିଳମ୍ବ ହେତୁ ମହାୟୁତିରେ ସବୁକିଛି ଠିକ ଚାଲିନଥିଲା ବୋଲି କୁହାଯାଉଥିଲା। ଏବଂ ଏକନାଥ ଶିନ୍ଦେ, ଭାଜପା ଉପରେ ଅସନ୍ତୋଷ ଅଛନ୍ତି ବୋଲି କୁହାଯାଉଥିଲା। ଯଦିଓ ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି, ତଥାପି କ୍ୟାବିନେଟ ସମ୍ବନ୍ଧୀୟ ପ୍ରସଙ୍ଗ ଏବେ ବି ଅଟକି ରହିଛି। ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଫଡନଭିସ, ଶିନ୍ଦେଙ୍କ ଗୁମର ଖୋଲିଛନ୍ତି।

ଫଡନଭିସ କହିଛନ୍ତି ଯେ, ନୂଆ ସରକାରଙ୍କ ଶପଥ ଗ୍ରହଣରେ ଅଧିକ ବିଳମ୍ବ ହେଇନାହିଁ। ମୋତେ ଲାଗୁନି ଶିନ୍ଦେ କୌଣସି ପ୍ରସଙ୍ଗରେ ରାଗିଛନ୍ତି। ଏକ ଗୋଷ୍ଠୀ ଥିଲେ ଯେଉଁମାନେ ଶିନ୍ଦେଜୀଙ୍କୁ ସମନ୍ବୟ କମିଟିର ସଭାପତି କରିବାକୁ ଚାହୁଁଥିଲେ, କିନ୍ତୁ ଏଥିରେ କୌଣସି ଅସନ୍ତୋଷ ନଥିଲା। ଦିଲ୍ଲୀରେ ଆମର ବୈଠକରେ ସେ ଏହା ସ୍ବୀକାର କରିଛନ୍ତି। ଶେଷରେ ସେ ଏହା ସ୍ବୀକାର କରିଛନ୍ତି ଯେ, ଭାଜପାର ଯଦି ଅଧିକ ବିଧାୟକ ଅଛନ୍ତି ତେବେ ସିଏମ କେବଳ ଭାଜପାରୁ ହେବା ଉଚିତ ବୋଲି ସେ କହିଛନ୍ତି।

ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନାହାଁନ୍ତି କି ନାହିଁ ପ୍ରଶ୍ନର ଉତ୍ତରରେ ସିଏମ ଫଡନଭିସ କହିଛନ୍ତି ଯେ, ଯଦି ଦଳର ମୁଖିଆ ସରକାର ବାହାରେ ହେବେ, ତେବେ ଦଳ ଠିକ ଭାବରେ ଚାଲିପାରିବ ନାହିଁ। ଶିନ୍ଦେଙ୍କୁ ଏ ସମ୍ପର୍କରେ ମୁଁ ବୁଝାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri