Categories: ଜାତୀୟ

ଭାରତୀୟ ସେନା ଗାଡ଼ିରେ ଶିଶୁକନ୍ୟା ଜନ୍ମ ଦେଲେ ମହିଳା

ଶ୍ରୀନଗର,୨।୨: କେନ୍ଦ୍ର ଶାସିତ ଅଞ୍ଚଳ କଶ୍ମୀରରେ ଜାରି ରହିଥିବା ତୁଷାର ପାତ ଯୋଗୁ ଜଣେ ଗର୍ଭବତି ମହିଳା ମେଡିକାଲ ଯାଇପାରି ନ ଥିଲେ। ଭାରତୀୟ ସେନା ତାଙ୍କୁ ଉଦ୍ଧାର କରି ମେଡିକାଲ ନେଉଥିବାବେଳେ ଉକ୍ତ ମହିଳା ଜଣକ ସେନା ଗାଡ଼ିରେ ହିଁ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି।

କାଲାରୁସ କମ୍ପାନୀ କମାଣ୍ଡରଙ୍କୁ ସୋମବାର ସକାଳୁ ଜଣେ ଗର୍ଭବତି ମହିଳାଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ ଆଶାକର୍ମୀ। ତୁଷାରପାତ ଯୋଗୁ ଆମ୍ବୁଲାନ୍ସ ମହିଳାଙ୍କ ନିକଟରେ ପହଞ୍ଚିବା ସମ୍ଭବ ନ ଥିଲା। ଶୀଘ୍ର ସେନାର ଗାଡ଼ି ସହ ମେଡିକାଲ ଟିମ୍‌ ପଠାଯାଇଥିଲା। କିନ୍ତୁ ହସ୍ପିଟାଲ ନେବା ବାଟରେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବାରୁ ଆଶା କର୍ମୀଙ୍କ ଅନୁରେଧ କ୍ରମେ ଆମ୍ବୁଲାନ୍ସକୁ ରାସ୍ତା କଡ଼ରେ ପାର୍କ କରାଯାଇଥିଲା। ଏହାପରେ ମହିଳା ଓ ନବ ଜନ୍ମିତ ଶିଶୁକନ୍ୟାଙ୍କୁ କାଲାରୁସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କମ୍ପାନୀ କମାଣ୍ଡର ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇବା ସହ ଉପହାର ଦେଇଛନ୍ତି।

Share