ବାର୍ଦ୍ଧକ୍ୟର ଅନୁଚିନ୍ତା

ମଣିଷର ବୟସ ବଢିଲେ ପରମାୟୁ କମି କମି ଚାଲେ। ଏଣୁ ବୟସକୁ ସମ୍ମାନ ଦେଇ ସର୍ବାଗ୍ରେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ବିଧେୟ। ଶରୀର ସୁସ୍ଥ ଥିଲେ ମନ ସୁଖୀ ରହେ। ନିଜର ବିଚାର ଶକ୍ତି ବଢ଼େ। ଚିଡାପଣ କମେ। ଏପରିକ୍ଷେତ୍ରେ ସୁସ୍ଥ ରହିବାର ଏକମାତ୍ର ଅର୍ଥ ବ୍ୟତିରେକେ ସ୍ବାଗତଯୋଗ୍ୟ ବ୍ୟାୟାମ ହେଉଛି ପ୍ରାତଃଭ୍ରମଣ। ପ୍ରାଣାୟାମ, ଯୋଗ, ସ୍ବଳ୍ପ ବ୍ୟାୟାମ ମଧ୍ୟ ଘରେ ବା ପାଖରେ ସୁବିଧା ଥିଲେ କରିବା ବିଧେୟ। ସମବୟସ୍କ ଲୋକଙ୍କ ମେଳରେ ହସାହସି ମଧ୍ୟ ମାନସିକ ତଥା ଶାରୀରିକ ସ୍ଫୂର୍ତ୍ତି ପ୍ରଦାନକାରୀ ବ୍ୟାୟାମରେ ଗଣାଯାଏ। ଏ ବୟସରେ ରୋଗ ଆସିଯିବା କିଛି ବଡ଼କଥା ନୁହେଁ ।
ଏଥିରେ ଭୟଭୀତ ହେବାର ନାହିଁ। କାରଣ ଏ ସବୁ ବୟସ ବୃଦ୍ଧିଜନିତ। ରୋଗକୁ ସମ୍ପୂର୍ଣ୍ଣ ଭଲ କରିବା ସହଜ ସାଧ୍ୟ ନୁହେଁ। କିନ୍ତୁ ଏସବୁ ସତ୍ତ୍ୱେ ସୁସ୍ଥ ରହିବାକୁ ହେଲେ ନିଜକୁ ବ୍ୟସ୍ତ ରହିବାକୁ ହେବ। ସାବଧାନତା, ସଚେତନତା ଏବଂ ସର୍ବୋପରି ଭୟାତୁର ନ ହେବା ରୋଗର ମହୌଷଧି ବୋଲି ମନେହୁଏ। ମଣିଷ ରହିବାକୁ ଆସିନି। ସେ ଯିବାକୁ ଆସିଛି। ତେଣୁ ସୁଖ ଦୁଃଖରେ ମନ ଦୃଢ ରଖିବା ଆବଶ୍ୟକ।
ଖାଦ୍ୟ ପ୍ରତି ଆସକ୍ତି ରହିତ ହେଲେ ଭଲ। ସମୟରେ କିନ୍ତୁ ଖାଦ୍ୟ ଗ୍ରହଣ କରିବା, ତାଜ଼ା ବା ତଟକା ଗରମ ଖାଦ୍ୟକୁ ଆପଣେଇବା ଅଧିକ ଜରୁରୀ। ଯାହା ମିଳୁଛି ସେତିକିରେ ସନ୍ତୁଷ୍ଟ ରହିବା ଭଲ। ଏ ବୟସ ତ ଆପେ ଆପେ ପ୍ରାୟ ଲୋକଙ୍କର ଭଲ ଭଲ ଖାଇବା ବନ୍ଦ କରିଦେଇଥାଏ। ଚିନି, ତେଲ, ଘିଅ, ମଇଦା, କ୍ଷୀରଜନିତ ସୁସ୍ବାଦୁ ଖାଦ୍ୟଗୁଡିକରୁ ଦୂରେଇ ରହିବାକୁ ଡାକ୍ତର ପରାମର୍ଶ ଦିଅନ୍ତି । ଛଣାଛଣି ତେଲଭଜା ଆଦି ପାଟିସୁଆଦ ଜିନିଷ ସବୁରୁ ନିଜ ମନକୁ ଦୂରେଇ ଦେବା ଉଚିତ। ଅବଶ୍ୟ ନିଜର ଖାଦ୍ୟ ଏକାଥରକେ ଅଧିକ ଖାଇବା ଅପେକ୍ଷା ସାମୟିକ ଇଚ୍ଛାହେଲେ ଅଳ୍ପ ଅଳ୍ପ କରି ବାରମ୍ବାର ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ନ ଜଗିଲେ ନିଜକୁ ହିଁ ଭୋଗିବାକୁ ପଡିବ। ସାବଧାନତା ପ୍ରତିକ୍ଷଣେ ଜରୁରୀ।
ପାରିବାରିକ ସନ୍ତୁଳନ ଏକାନ୍ତ କାମ୍ୟ। ଆଗ ପରି ପ୍ରତି କଥାରେ ମୁଣ୍ଡ ପୂରାଇବା ଠିକ୍‌ ନୁହେଁ। ପ୍ରତି କଥା ତ ଦୂରର କଥା କୌଣସି କଥାରେ ମୁଣ୍ଡ ନ ପୂରାଇ ରହିପାରିଲେ ଖୁବ୍‌ ଭଲ। ବୟସ ଉପଦେଶ ଦେବାକୁ ମନକୁ ପ୍ରବର୍ତ୍ତାଇବ ସତ୍ୟ, ହେଲେ ସେଥିରୁ ବିରତ ରହିବା ଶ୍ରେୟସ୍କର। ପାଖରେ ଅର୍ଥ ଥିଲେ ବିଚାର ଅନ୍ୟପ୍ରକାର। ନାହିଁ ଯଦି ପିଲାଙ୍କ ଅର୍ଥରେ ପ୍ରତିପାଳିତ ହେବାକୁ ପଡୁଥାଏ, ତା’ ହେଲେ ପରିସ୍ଥିତି ଦେଖି କଥା କହିବା ଭଲ। ଯାହା ମିଳୁଛି ସେଥିରେ ସନ୍ତୁଷ୍ଟ ରୁହ। ଚଳାଇନିଅ। ତୁଣ୍ଡ ଖୋଲିଲେ ଅଶାନ୍ତି। କେହି ସ୍ବଳ୍ପ ରୋଜଗାରରେ ଆଜିକାଲି ଶାନ୍ତିରେ ଚଳିବା ସମ୍ଭବ ନୁହେଁ। ଦରଦାମ ଆକାଶଛୁଆଁ । ପିଲାମାନେ ଯେତେବେଳେ ନିଜେ ଚଳିବାକୁ ସମ୍ବଳ ଅକୁଳାଣ, ତେବେ ଘରେ ମା’ବାପାଙ୍କୁ ଚଳାଇବାରେ ଆର୍ଥିକ ଦୁଃସ୍ଥିତିର ସମ୍ମୁଖୀନ ହେବାଟା ଅନିବାର୍ଯ୍ୟ। ତଥାପି କେତେକ ନିଜକୁ ଅବହେଳା କରି ମାତାପିତାଙ୍କୁ ଯେତେଦୂର ପାରନ୍ତି ଜଗିରଖନ୍ତି। ଯତ୍ନ ନିଅନ୍ତି। ଅବଶ୍ୟ କେତେକଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଯାଏ। ଏପରି କି ବାପର ସମ୍ପତ୍ତି ଥିଲେ ବା ପିଲେ ସେଥିରେ ଚଳୁଥିଲେ ମଧ୍ୟ ବୁଢାବୁଢ଼ୀଙ୍କୁ ଅକଥନୀୟ ନିର୍ଯାତନା ଦେଇଥାଆନ୍ତି। ଏହା ତାଙ୍କର କୁସଂସ୍କାର ବା ନୀଚ ମନୋବୃତ୍ତିର ପରିଚାୟକ।
ଧୀରେ ଧୀରେ ଜିନିଷରୁ ଲୋଭ କମାଅ। ମୋହ ଛାଡ଼। ବୟସ କିଛି କରିବାକୁ ଆଦେଶ ନ ଦେଇ କିଛି ଛାଡି ରହିବାକୁ ମନ କଢେଇଲେ ଶାନ୍ତି। ସଞ୍ଚୟ ଚିନ୍ତା ମନରୁ ହଟାଅ। ଯଦି ବୁଢାବୁଢ଼ୀ ଦୁହେଁ ଥାଆନ୍ତି, ତାହାହେଲେ ତ ସେମାନେ ଭାଗ୍ୟବାନ। ଜଣିକିଆ ହେଲେ ଦୁଶ୍ଚିନ୍ତା ଆସେ। ଦୁହେଁ ଥିଲେ ନିଜର ବୋଲି କିଛି ରଖି ଅନ୍ୟ ସବୁରୁ ମୋହ ଛାଡ଼। ହସ୍ତାନ୍ତର କର। ପିଲାଙ୍କୁ ବୁଝାଇ କିପରି ବୁଝୁଛନ୍ତି ଦେଖ। ଲାଭ କ୍ଷତିରେ କେବେ ସୁଖୀ ବା ଦୁଃଖୀ ହୁଅ ନାହିଁ। ଘର, ଜାଗା, ଜମିବାଡ଼ି, ଗାଡି, ଟଙ୍କା ପଇସା ଯାହା କିଛି ଅଛି ପିଲାଙ୍କୁ ଡାକି ବସାଇ ସବୁ ଅଡୁଆ ଛିଡାଇ ଦେବା ଭଲ। ନଚେତ୍‌ ପରେ ଘରେ ମହାଭାରତ ସୃଷ୍ଟିହେବ, ଯାହାର କାରଣ ନିଜକୁ ଦେବାକୁ ହେବ ।
ନାତି ନାତୁଣୀଙ୍କ ସଙ୍ଗେ ହସିଖୁସିରେ ସମୟ କାଟ। ପିଲାଙ୍କ କଥାରେ ମନକୁ ଘାଣ୍ଟନି। ଗୀତା, ଭାଗବତ, ରାମାୟଣ ଇତ୍ୟାଦି ଯଦି ପଢିପାର ତେବେ ସେଥିରେ ସମୟ ଦିଅ। ଅବଶ୍ୟ ଏ ବୟସରେ ସମୟ କାଟିବା ବଡ଼ କଷ୍ଟ । କଥା କାହାର ଦୁଃଖ ଦେବ ବୋଲି ସ୍ବୟଂ ଭଗବାନ ପରା ଶ୍ରବଣ ଶକ୍ତି ହ୍ରାସ କରିଦିଅନ୍ତି। ସେମିତି ଆଖି ଥାଇ ବି କେତେଗୁଡିଏ ଜିନିଷରେ ଆଖି ନ ଥିବାର ଅଭିନୟ ଜରୁରୀ ମନେହୁଏ। ସବୁଠାରୁ ଭଲକଥା ଈଶ୍ୱର ଆପେ ଆପେ ଭୁଲିଯିବା ଶକ୍ତିଟି ଦେଇଦିଅନ୍ତି। ଏବ କଥା ଆଗକୁ ମନେ ରହେନି। ବୟସର ଫଳ ଈଶ୍ୱରଙ୍କ ଖେଳ ନିଆଯାଏ। କେହି ନ ବୁଝିଲେ ସ୍ବୟଂ ପ୍ରଭୁ ବୁଝନ୍ତି। ଟିକେ ଧର୍ମ କର୍ମ ମୁହଁା ହେଲେ ଭଲ। ଦାନ ତ ମହାପୁଣ୍ୟ। ଏ ସବୁ ମନ ନିର୍ମଳ ଏବଂ ନିର୍ଲୋଭର ପ୍ରତୀକ।
ପିଲାଙ୍କର ସାଥ ଦିଅ। ପିଲାଙ୍କୁ କାହିଁକି ଏପରି କଲ ତାଗିଦ ନ କରି, ଗାଳି ନ ଦେଇ ଯଦିପାର ବୁଝାଯାଇପାରେ। ଅବଶ୍ୟ ଏହାର ବିଚାର ତତ୍‌କାଳୀନ ପରିସ୍ଥିତି ଉପରେ ନିର୍ଭର କରେ। ଆଜିକାଲି ଉପଦେଶ ଶୁଣିବା ଲୋକର ଘୋର ଅଭାବ। ଉପଦେଶ ଦେବାକୁ ବା ଶୁଣାଇବାକୁ ସମସ୍ତେ ଆଗ୍ରହୀ। ନିଜର ଶରୀର ପ୍ରତି ଦୃଷ୍ଟି ଦିଅ। ଯଥା ସମୟରେ ଚିକିତ୍ସା କର। ଅର୍ଥ ଥିଲେ ଭଲ, ନ ଥିଲେ ସରକାରୀ ଡାକ୍ତରଖାନାର ସାହାଯ୍ୟ ନିଅ। ପଡିଗଲେ ସେବାଶୁଶ୍ରୂଷା କରିବା ଲୋକ ଏବେ ପରିବାରରେ ପ୍ରାୟତଃ ବିରଳ।
ଧନରୁ ମନ ଛାଡି ଧର୍ମରେ ଦିଅ। ବେଳେ ବେଳେ ପରିବାରରେ ଅସ୍ବାଭାବିକ ଦୁର୍ଘଟଣା ମନକୁ ଆନ୍ଦୋଳିତ କରିପାରେ! ସେଥିରୁ ନିସ୍ତାର ଲଭିବାର ଏକମାତ୍ର ରାସ୍ତା ହେଉଛି ବିଭୁଙ୍କ ଶରଣ। ଏ ଦୁଃସମୟରେ କେବଳ ମନୋବଳ, ଅର୍ଥବଳ ଏବଂ ସର୍ବୋପରି ପାରିବାରିକ ସହଯୋଗିତା ହିଁ ଭାଙ୍ଗିପଡିବାରୁ ବର୍ତ୍ତାଇପାରେ। ଈଶ୍ୱରଙ୍କ ନାମ ଜପି ଏ ଜୀବନଟା ଅଚଳ ନ ହେଇ ସଚଳ ଅବସ୍ଥାରେ ଚାଲିଯାଇ ପାରିଲେ ଏ ବୃଦ୍ଧ ଟିକିଏ ଆଶ୍ୱସ୍ତ ଲଭନ୍ତା। ଦୁଃଖ ପାସୋରା ଓ ସୁଖ ଘୋଷରା ମନଟିଏ ସର୍ବଦା ବିଧେୟ।

ଭଗବାନ ଦାଶ
ଗୁଣ୍ଡିଚାବିହାର, ପୁରୀ
ମୋ: ୮୨୪୯୦୮୨୪୦୦


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri