Posted inଜାତୀୟ

ଯେପର୍ଯ୍ୟନ୍ତ ଭକ୍ତମାନେ ଜୀବିତ ଅଛନ୍ତି, କେହି ‘ଧର୍ମ’କୁ ଚ୍ୟାଲେଞ୍ଜ କରିପାରିବେ ନାହିଁ: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୭।୯: ତାମିଲନାଡୁର କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବିବୃତ୍ତିକୁ ନେଇ ରାନନୈତିକ ବାକ୍‌ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ। ସନାତନ ଧର୍ମର ସମାପ୍ତି ପ୍ରସଙ୍ଗରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଉପରେ ଭାଜପା କ୍ରମାଗତ ଟାର୍ଗେଟ୍‌ କରୁଛି। ଏହି କ୍ରମରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଉଦୟନିଧିଙ୍କ ବିବୃତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ଦିଲ୍ଲୀର ଦ୍ୱାରକାଠାରେ ଜନ୍ମାଷ୍ଟମୀ ମହୋତ୍ସବରେ ଯୋଗ ଦେଇ ସେ କହିଛନ୍ତି, ଯେଉଁମାନେ ସନାତନ ଧର୍ମକୁ ଚ୍ୟାଲେଞ୍ଜ କରିଛନ୍ତି, ସେମାନଙ୍କ ନିକଟରେ ଆମର ସ୍ବର ପହଞ୍ଚିବା ଉଚିତ୍‌। ଯେପର୍ଯ୍ୟନ୍ତ ଭକ୍ତମାନେ ଜୀବିତ ଅଛନ୍ତି, ଆମର ଧର୍ମ ଏବଂ ବିଶ୍ୱାସକୁ କେହି କ୍ଷତି ପହଞ୍ଚାଇ ପାରିବେ ନାହିଁ।
ତାମିଲନାଡୁ ସରକାରରେ କ୍ରୀଡ଼ା ମନ୍ତ୍ରୀ ଥିବା ଉଦୟନିଧି ଷ୍ଟାଲିନ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସନାତନ ଧର୍ମକୁ ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ରୋଗ ସହ ତୁଳନା କରିଥିଲେ। ଏଥିସହ ସେ ସନାତନ ଧର୍ମକୁ ରଦ୍ଦ କରିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଭିମସାର କର୍ମଚାରୀଙ୍କ ଅଚଳାଚଳ ସମ୍ପତ୍ତି ଠାବ:୧୦ ମୂଲ୍ୟବାନ ପ୍ଲଟ ସହ ବିପୁଳ ଟଙ୍କା

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ…

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

ସଂସଦର ସବୁଠାରୁ ଧନୀ ଏମ୍ପି କିଏ? ଜାଣନ୍ତୁ କେଉଁ ଦଳ ସବୁଠାରୁ ଅଧିକ ମାଲାମାଲ୍!

ନୂଆଦିଲ୍ଲୀ,୩୦।୬: ଦେଶର ସଂସଦରେ ରାଜନୀତି ସହିତ ସମ୍ପତ୍ତିର ପରିମାଣ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୋଟିଏ ପଟେ ଲୋକ ସଭାରେ କୋଟିପତି ଏମ୍ପିଙ୍କ ସଂଖ୍ୟା କ୍ରମାଗତ…

କୋଟି କୋଟି ଗ୍ରାହକଙ୍କୁ ବଡ଼ ଉପହାର! ଜୁଲାଇ ମାସରୁ କମିବ ବିଜୁଳି ଦର

ନୂଆଦିଲ୍ଲୀ,୩୦।୬: ଉତ୍ତର ପ୍ରଦେଶର କୋଟି କୋଟି ବିଦ୍ୟୁତ ଗ୍ରାହକଙ୍କ ପାଇଁ ଜୁଲାଇ ମାସ ବଡ଼ ଆଶ୍ୱସ୍ତି ନେଇ ଆସୁଛି। ଯଦି ଆପଣ ମଧ୍ୟ ପ୍ରତିମାସରେ ମହଙ୍ଗା ବିଜୁଳି…

ବ୍ୟବସ୍ଥିତ ଏସ୍‌.ଆଇ.ଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ

ଛତ୍ରପୁର, ୩୦୬ (ଦିଲ୍ଲୀପ ସାମଲ): ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ନିର୍ଭୁଲତା ଓ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍) କାର୍ଯ୍ୟକ୍ରମକୁ…

ଇପିଏଫ କି ପେନସନ ନାହିଁ: ୪୧ ବର୍ଷ ସରକାରୀ ସେବାପରେ ବିନା ସୁବିଧାରେ ଅବସର ନେଲେ ତ୍ରିନାଥ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ପିଅନ ତ୍ରିନାଥ ପ୍ରଧାନ ମଙ୍ଗଳବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଏନେଇ…

କଟିପାରେ ଏଲପିଜି କନେକ୍ସନ୍, କାଲିଠୁ ବଦଳିବ ବୁକିଂ ନିୟମ…

ନୂଆଦିଲ୍ଲୀ,୩୦।୬: ସିଲିଣ୍ଡର ମୂଲ୍ୟ, ଯୋଗାଣ ଏବଂ ରିଫିଲିଂ ସହିତ ଜଡିତ ନିୟମରେ ବଡ଼ ପରିବର୍ତ୍ତନ ଆଶା କରାଯାଉଛି। ତେଲ କମ୍ପାନୀଗୁଡ଼ିକ ଜୁଲାଇ ୧ରେ ସିଲିଣ୍ଡର ମୂଲ୍ୟରେ ରିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri