Categories: ଜାତୀୟ

କହୁ କହୁ ପାଟିରୁ କଥା ଖସିଗଲା, ସଫେଇ ଦେଲେ ଅଧୀର ରଞ୍ଜନ…

ନୂଆଦିଲ୍ଲୀ,୨୮।୭ : ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହିବା ନେଇ କଂଗ୍ରେସକୁ ଭାଜପା ପକ୍ଷରୁ ଟାର୍ଗେଟ କରାଯାଇଛି। କଂଗ୍ରେସ ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ ଅପମାନ ଜନକ ମନ୍ତବ୍ୟ ଦେଇଥିବା ନେଇ ନିସର୍ତ୍ତ କ୍ଷମା ମାଗିବାକୁ ଭାଜପା ଦାବି କରି ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛି।

ଭାଜପା ଏକ ଛୋଟ କଥାକୁ ନେଇ ଅଡ଼ି ବସିଛି। ତିଳକୁ ତାଳ କରୁଛି। କହୁ କହୁ ପାଟିରୁ ଏଭଳି ମନ୍ତବ୍ୟ ଖସି ଯାଇଥିବା ନେଇ ଅଧୀର ରଞ୍ଜନ ସଫେଇ ଦେଇଛନ୍ତି। ଏହା କହି ସେ ଟୁଇଟରରେ ଭିଡ଼ି ଶେୟାର କରି କ୍ଷମା ମାଗିଛନ୍ତି। ଭିଡିଓ ଟୁଇଟରେ ନିଜ ମନ୍ତବ୍ୟ ଉପରେ ଏକ ସ୍ପଷ୍ଟୀକରଣ ଦେଇ ଏହା କହିଛନ୍ତି। ମୁଦ୍ରାସ୍ଫୀତି, ଅଗ୍ନିପଥ ଯୋଜନା, ବେକାରୀ ସମସ୍ୟା ଆଦି ପ୍ରସଙ୍ଗରୁ ଧ୍ୟାନ ହଟାଇବା ଲାଗି ଭାଜପା ଯୋଜନାବଦ୍ଧ ଭାବେ ଏଭଳି କରୁଥିବା ଅଧୀର ରଞ୍ଜନ ଅଭିଯୋଗ କରିଛନ୍ତି। ଏହି ଭିଡିଓ ଟୁଇଟରେ ନିଜ ମନ୍ତବ୍ୟ ଉପରେ ଏକ ସ୍ପଷ୍ଟୀକରଣ ଦେଇ ଏହା କହିଛନ୍ତି।

ଏଥି ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏନଡିଟିଭି ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ଅଧୀର ରଞ୍ଜନ କ୍ଷମା ମାଗି ସାରିଛନ୍ତି। ଏପରିସ୍ଥଳେ ଭାଜପା ପକ୍ଷରୁ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବାର କୌଣସି ଆବଶ୍ୟକତା ନାହିଁ।

Share