ଲକ୍‌ଡାଉନ୍‌ରେ ପ୍ରଶଂସକଙ୍କୁ ମା’ବାପା ହେବା ଖବର ଦେଇଛନ୍ତି ଏହିସବୁ ସେଲିବ୍ରିଟି

ସାରା ବିଶ୍ୱ କରୋନା ମହାମାରୀ ମୁକାବିଲା କରୁଥିବାବେଳେ କିଛି ସେଲିବ୍ରିଟି ଘରେ ରହି ପ୍ରଶଂସକଙ୍କୁ ଖୁସି ଖବର ଶୁଣାଇଛନ୍ତି। ଅନେକ ପ୍ରସିଦ୍ଧ ସେଲିବ୍ରିଟି ଲକ୍‌ଡାଉନ୍‌ରେ ମାତା/ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଜାଣନ୍ତୁ ସେହି ସେଲିବ୍ରିଟିଙ୍କ ବିଷୟରେ..

ବିରାଟ କୋହଲି-ଅନୁଷ୍କା ଶର୍ମା
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍‌ଶୀଘ୍ର ପିତା ହେବାକୁ ଯାଉଛି। ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ମା’ ହେବାକୁ ଯାଉଛନ୍ତି ବୋଲି ସେ ଘୋଷଣା କରିଛନ୍ତି। ଅନୁଷ୍କାଙ୍କ ସହ ଏକ ଫଟୋ ଶେୟାର କରି ବିରାଟ କହିଛନ୍ତି ୨୦୨୧ରେ ଆମେ ୨ରୁ ୩ ହେବାକୁ ଯାଉଛୁ।

କରିନା କପୁର ଖାନ୍‌- ସୈଫ ଅଲ୍ଲୀ ଖାନ୍‌
ଅଭିନେତ୍ରୀ କରିନା କପୁର ଖାନ୍‌ ଏବଂ ସୈଫ ଅଲ୍ଲୀ ଖାନ୍‌୍‌ ଦ୍ୱିତୀୟଥର ମାତା/ପିତା ହେବେ ବୋଲି ଘୋଷଣା କରିଛନ୍ତି। ପୂର୍ବରୁ ଉଭୟଙ୍କ ତୈମୁର ଅଲ୍ଲୀ ଖାନ୍‌ ନାମରେ ଏକ ପୁଅ ଅଛି।

ନତାଶା ଷ୍ଟାନକୋଭିକ-ହାର୍ଦ୍ଦିକ ପାଣ୍ଡ୍ୟା
ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ପିତା ହୋଇଛନ୍ତି। ସେ ନିଜ ପ୍ରେମିକା ନତାଶା ଷ୍ଟାନକୋଭିକ୍‌ଙ୍କୁ ଲକ୍‌ଡାଉନ୍‌ରେ ବିବାହ କରିଥିଲେ। ପରେ ସେ ପିତା ହେବା ଖବର ସୋସିଆଲ ମିଡିଆରେ ଦେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ।

ସୋଫି ଟର୍ନର- ଜୋ ଜୋନାସ
ହଲିଉଡ୍‌ ଅଭିନେତ୍ରୀ ସୋଫି ଟର୍ନର ଲକ୍‌ଡାଉନ୍‌ରେ ମା’ ହେବା ଖବର ପ୍ରଶଂସକଙ୍କୁ ଜଣାଇଥିଲେ। ଗତ ଜୁଲାଇରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି।

କ୍ୟାଟି ପେରି- ଅର୍ଣ୍ଣନାଣ୍ଡୋ ବ୍ଲୁମ
ଆମେରିକାର ସିଙ୍ଗର କ୍ୟାଟି ପେରୀ ଅଗଷ୍ଟ ୨୭ରେ କନ୍ୟା ସନ୍ତାନର ଅଧିକାରୀ ହୋଇଛନ୍ତି।

Share