ଗ୍ରାହକ ହୋଇ ହୋଟେଲରୁ କରିଥିଲେ ଚୋରି, ଧରାଇଦେଲା ସିସି ଟିଭି

ସୁନ୍ଦରଗଡ଼,୨୩।୫(ଡି.ଏନ୍‌.ଏ.): ସ୍ଥାନୀୟ ହୋଟେଲ ଜୟବିଜୟକୁ ଗ୍ରାହକ ଭାବେ ଆସି ଗତ ୧୬ ତାରିଖ ରାତିରେ କ୍ୟାଶ କାଉଣ୍ଟରରୁ ୧ଲକ୍ଷ ୪୦ ହଜାର ଟଙ୍କା ଚୋରିକରି ଫେରାର୍‌ ହୋଇଯାଇଥିବା ୨ଅଭିଯୁକ୍ତଙ୍କୁ ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ରାଞ୍ଚିରୁ ଗିରଫ କରିଛି। ପୋଲିସ ସେମାନଙ୍କଠାରୁ ୭୦ ହଜାର ଟଙ୍କା ଜବତ କରିଛି।

ଗିରଫ ୨ ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚି ଲୋୟର ବଜାର ଥାନା ଚର୍ଚ ରୋଡର ଓ୍ବାକୁଆସ ଆଲମ ଓରଫ ଆବିୟାସ (୨୪) ଓ ହିମ୍ପିରି କୁର୍ବାନ ଛକର ଅରସାଦ ଖାନ ଓରଫ ବଣ୍ଟି (୨୮)। ଉଭୟ ଗତ ୧୫ ତାରିଖରେ ଆସି ଜୟବିଜୟ ହୋଟେଲରେ ଏକ ରୁମ୍‌ ବୁକ କରି ରହିଥିଲେ। ସେହିଦିନ ରାତି ପ୍ରାୟ ୨ଟା ୧୮ରେ କେଶ କାଉଣ୍ଟରକୁ ଆସି ୧ଲକ୍ଷ ୪୦ ହଜାର ଟଙ୍କା ଧରି ଚମ୍ପଟ ମାରିଥିଲେ। ଏନେଇ ହୋଟେଲ ମାଲିକ ଶ୍ରୀକାନ୍ତ ତ୍ରିପାଠୀଙ୍କ ଟାଉନ ଥାନା ଅଭିଯୋଗ କରିଥିେଲେ। ପୋଲିସ ଏକ ମାମଲା (ନଂ.୧୮୯/୨୦୨୨) ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ହୋଟେଲର ସିସିଟିଭି ଫୁଟେଜ ଓ ଅଭିଯୁକ୍ତଙ୍କ ମୋବାଇଲ ନମ୍ବର ତଥା ଅନ୍ୟାନ୍ୟ ତଥ୍ୟ ଆଧାରରେ ସବ୍‌ଇନିସପେକ୍ଟର ବିମ୍ବାଧର ମହାନ୍ତଙ୍କ ନେତୃତ୍ୱରେ ଏକ ଟିମ୍‌ ରାଞ୍ଚି ଯାଇ ଅଭିଯୁକ୍ତ ଦ୍ୱୟଙ୍କୁ ଧରିବାରେ ସଫଳ ହୋଇଥିଲା