Categories: ଜାତୀୟ

ବଢୁଛି ଆର୍ଯ୍ୟନଙ୍କ ସମସ୍ୟା: ସୋମବାର ପୂର୍ବରୁ ହେବନାହିଁ ଜାମିନ ଶୁଣାଣି

ମୁମ୍ବାଇ,୯ ।୧୦: ବଲିଉଡ୍ ବାଦଶାହା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କ ସମସ୍ୟା କମ୍ ହେବାର ନାଁ ନେଉନି । ଶନିବାର-ରବିବାର କୋର୍ଟ ବନ୍ଦ ରହୁଥିବାରୁ ତାଙ୍କ ମାମଲାର ଶୁଣାଣି ହୋଇ ପାରିବ ନାହିଁ ବୋଲି କୁହାଯାଉଛି । ଏମିତି ହେଲେ ଆର୍ଯ୍ୟନଙ୍କୁ ଆଉ ୩ ଦିନ ମୁମ୍ବାଇର ଆର୍ଥର ଜେଲରେ କାଟିବାକୁ ପଡିବ । ଏହାସହ ଜେଲର ଖାଦ୍ୟ ମଧ୍ୟ ଖାଇବାକୁ ପଡିବ । ଯଦି କୋର୍ଟ ଅନୁମତି ପ୍ରଦାନ କରନ୍ତି ତେବେ ତାଙ୍କୁ ଘରର ଖାଦ୍ୟ ମିଳିପାରେ । ସୂଚନାଯୋଗ୍ୟ, ଶୁକ୍ରବାର ମୁମ୍ବାଇର କିଲା କୋର୍ଟ ଆର୍ଯ୍ୟନ ଖାଁ, ଅରବାଜ ମର୍ଚେଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ ଶୁଣାଣିକୁ ରଦ୍ଦ କରି ଦେଇଥିଲେ । ସୂଚନାଯୋଗ୍ୟ, ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜରେ ଚାଲିଥିଲା ଡ୍ରଗ୍ସ ପାର୍ଟି ଯାହାର ଖବର ପାଇ ପୋଲିସ ସାଦା ପୋଷାକରେ ପ କେତେକଙ୍କୁ ଗିରଫ କରିଥିଲା । ଯେଉଁଥିରେ ଆର୍ଯ୍ୟନ ବି ସାମିଲ ଥିଲେ ।

Share