ପୁଅ ଆର୍ୟନଙ୍କ ଏଭଳି ଅବସ୍ଥା ଦେଖି ଭୋ ଭୋ ହୋଇ କାନ୍ଦିଲେ ଗୌରୀ

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ଅଛନ୍ତି କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ୟନ। କୋର୍ଟ ଜାମିନ ନ ଦେବାରୁ ତାଙ୍କୁ ଆର୍ଥର ରୋଡ୍‌ରେ ଥିବା ଜେଲରେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ରଖାଯାଇଛି। ଏହାକୁ ନେଇ ଭାଙ୍ଗିପଡ଼ିଛନ୍ତି ମା’ ଗୌରୀ। ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଏନ୍‌ସିବି ଅଧିକାରୀ ଆର୍ୟନଙ୍କୁ କୋର୍ଟରୁ ନେଇ ଯାଉଛନ୍ତି। ଏହି ସମୟରେ ଗୌରୀ ଭୋ ଭୋ ହୋଇ କାର୍‌ରେ କାନ୍ଦୁଥିବା ଭିଡିଓରେ ଦେଖାଯାଇଛି।

କ୍ରୁଜ୍‌ ସିପ୍‌ରେ ଡ୍ରଗ୍ସ ପାର୍ଟି କରିବା ଅଭିଯୋଗରେ ଆର୍ୟନ ଗିରଫ ହୋଇଛନ୍ତି। ଲଗାତାର ଭାବେ ତାଙ୍କର ଜାମିନ କରିବାକୁ ଚେଷ୍ଟା କରାଯାଉଥିଲେ ହେଁ ତାହା ହୋଇପାରୁ ନାହିଁ। ମୁମ୍ବାଇ ଜିଲା କୋର୍ଟରେ ଶୁକ୍ରବାର ଶୁଣାଶି ପରେ ଶେଷରେ ତାଙ୍କୁ ଜେଲ ଯିବାକୁ ପଡ଼ିଛି। ସେ ଏବେ କୋଭିଡ ନିୟମ ଅନୁଯାୟୀ ୮ ଦିନ ଯାଏ କ୍ୱାରାଣ୍ଟାଇନ୍‌ ସେଲ୍‌ରେ ରହିବେ ବୋଲି କୁହାଯାଉଛି।

Share