ଆର୍ୟନଙ୍କ ପାଇଁ ଲଢ଼ିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ; ତଥାପି ଆଜି ମିଳିଲାନି ଜାମିନ

ବମ୍ବେ: ଆଜି ବି ମିଳିଲାନି ଜାମିନ। ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ଅଛନ୍ତି ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ। ଏହାକୁ ୩ ସପ୍ତାହରୁ ଅଧିକ ସମୟ ବିତିଲାଣି। ସବୁଥର ପରି ମଙ୍ଗଳବାର ମଧ୍ୟ ତାଙ୍କ ଜାମିନ ଆବେଦନକୁ ମାଜିଷ୍ଟ୍ରେଟ୍‌ କୋର୍ଟ ଏବଂ ଏନ୍‌ଡିପିଏସ୍‌ କୋର୍ଟ ଖାରଜ କରିଦେଇଛନ୍ତି। ଏବେ ଏହି ଆବେଦନର ଶୁଣାଣି ବମ୍ବେ ହାଇକୋର୍ଟରେ ହେବ। ମାମଲାର ପରବର୍ତ୍ତୀ ଶୁଣାଣି ବୁଧବାର ଅପରାହ୍ନ ୨.୩୦ରେ କରାଯିବ ବୋଲି ଜଣାପଡ଼ିଛି।

ଆର୍ୟନଙ୍କ ମାମଲାରେ କୋର୍ଟରେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଦଲିଲ ରଖିଥିଲେ। ସେ ଅଦାଲତକୁ କହିଥିଲେ, ଆର୍ୟନଙ୍କୁ ଭୁଲ ଉପାୟରେ ଗିରଫ କରାଯାଇଛି। ତାଙ୍କ ଉପରେ କ୍ରୁଜ୍‌କୁ ଯାଇଥିବା ଅଭିଯୋଗ ରହିଛି। ହେଲେ ତାଙ୍କ ନିକଟରୁ କିଛି ବି ନିଶାଦ୍ରବ୍ୟ ଜବତ ହୋଇନାହିଁ। ଏନ୍‌ସିବି ନିକଟରେ କ୍ରୁଜ୍‌ରେ ଲୋକ ଡ୍ରଗ୍ସ ସେବନ କରୁଥିବା ନେଇ ପୂର୍ବ ସୂଚନା ରହିଥିଲା। ଏଥିପାଇଁ ଏହାର ଅନେକ ଅଧିକାରୀ ସେଠାରେ ଉପସ୍ଥିତ ଥିଲା। ଟର୍ମିନାଲରେ ଏନ୍‌ସିବି ଥିଲା। ଆର୍ୟନ ଏବଂ ବନ୍ଧୁ ଅରବାଜ ଜାହାଜ ଉପରେ ଚଢ଼ିବା ପୂର୍ବରୁ ଉଭୟଙ୍କୁ ଗିରଫ କରାଯାଇଥିଲା। ଡ୍ରଗ୍ସ ରଖିବା ନଚେତ ସେବନ କରିଥିବା ନେଇ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ତାଙ୍କ ବନ୍ଧୁଙ୍କ ନିକଟରୁ ୬ ଗ୍ରାମ ଚରସ ଜବତ କରାଯାଇଥିଲା। ଏହା ବ୍ୟବସାୟ ସମ୍ବନ୍ଧୀୟ ନ ଥିଲା। ସବୁ ଘଟଣାକ୍ରମକୁ ଦେଖିଲେ ଆର୍ୟନଙ୍କୁ ଫସାଇବାକୁ ଚକ୍ରାନ୍ତ ଚାଲିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ମଜା ଉଡ଼ାଇଲେ ରାମଗୋପାଳ ବର୍ମା

ମୁମ୍ବାଇ: ସୋସିଆଲ ମିଡିଆରେ ଫିଲ୍ମ ନିର୍ଦ୍ଦେଶକ ରାମଗୋପାଳ ବର୍ମା ସଲମାନ ଖାନଙ୍କୁ ପରିହାସ କରିଛନ୍ତି। ସଲମାନଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ସାପ କାମୁଡ଼ିଥିଲା।...

କପିଲଙ୍କ ଶୋ’ରୁ ଭାରତୀ ଆଉଟ୍‌ !

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହେବା ପରେ ବଢ଼ିବାରେ ଲାଗିଛି କମେଡିଆନ ଭାରତୀ ସିଂହଙ୍କ ଅଡ଼ୁଆ। ତାଙ୍କୁ ଏବେ ‘କମେଡି ନାଇଟ୍ସ ଉଇଥ୍‌ କପିଲ’ ଶୋ’ରୁ...

ରେଖାଙ୍କ ଘର ନିକଟରୁ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ

ମୁମ୍ବାଇ,୧୪।୭: ଦୁଇ ଦିନ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କ ସୁରକ୍ଷାକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହାପରେ ରେଖାଙ୍କୁ ବିଏମ୍‌ସି ପକ୍ଷରୁ କରୋନା ଟେଷ୍ଟ କରିବାକୁ...

ଲୋକପ୍ରିୟ ଟେଲି ଅଭିନେତାଙ୍କ ପରଲୋକ

ମୁମ୍ବାଇ,୧୧।୧୧: ଟେଲି ଇଣ୍ଡଷ୍ଟ୍ରିରୁ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାନ୍ତ ବିର ସୁର୍ଯ୍ୟବଂଶୀଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ...

ଓ୍ବେବ ସିରିଜ୍‌ରେ ଡେବ୍ୟୁ କରିବେ ସମନ୍ଥା

ଓ୍ବେବ ସିରିଜ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନାମ ସମନ୍ଥା ଆକିନେନି। ତାହା ପୁଣି ଭେଟେରାନ ଆକ୍ଟର ମନୋଜ ବାଜପେୟୀଙ୍କ ବିପକ୍ଷରେ।...

ଲଣ୍ଡନରେ ୭ କୋଟିର ବଙ୍ଗଳା, ଅଢ଼େଇ କୋଟିର କାର୍‌ର ମାଲିକାଣି ହେଉଛନ୍ତି ଏହି ଅଭିନେତ୍ରୀ; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ବିଦେଶିନୀ ସତ୍ତ୍ୱେ ବଲିଉଡ୍‌ରେ ବେଶ୍‌ ନାମ କମାଇଛନ୍ତି ଅଭିନେତ୍ରୀ କଟ୍ରିନା କୈଫ। ୧୯୮୩ ଆଜିର ଦିନରେ ହଂକଂରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କର ସାତ...

ନୂଆରୂପରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ‘ଦ କପିଲ ଶର୍ମା ଶୋ’

ମୁମ୍ବାଇ: ଲୋକପ୍ରିୟ କମେଡି ଶୋ ‘ଦ କପିଲ ଶର୍ମା ଶୋ’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଏନେଇ କମେଡି କିଙ୍ଗ୍‌ କପିଲ ଶର୍ମା ନିଜେ...

ଟ୍ରାଡିସ୍‌ନାଲ ଲୁକ୍‌ରେ ଆଲିଆ-ରଣବୀର

ମୁମ୍ବାଇ,୮।୬: ବି ଟାଉନର ଚର୍ଚ୍ଚିତ ଯୋଡି ଆଲିଆ ଭଟ୍ଟ ଓ ରଣବୀର କପୁର ଏବେ ବାରଣାସୀରେ ଅଛନ୍ତି। ସେଠାରେ ସେମାନେ ନିଜର ଅପ୍‌ କମିଂ ଫିଲ୍ମ...

Advertisement
Archives

Model This Week