ଆର୍ଯ୍ୟନ ଖାଁ କ୍ରୁଜ ଡ୍ରଗ୍ସ ମାମଲା, ସାକ୍ଷୀଙ୍କ ନାମ ଠିକଣା ଲିକ୍‌, ଘରେ ପଶିଲେ ଅଜଣା ଲୋକେ

ମୁମ୍ବାଇ,୧୭ ।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସମସ୍ୟା ଯେମିତି କମିବାର ନାଁ ନେଉନି । ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ୨୦ ଅକ୍ଟୋବରରେ ହେବାର ଅଛି । ହେଲେ ଏହାରି ଭିତରେ ଖବର ଆସିଛି କି ଏହି ମାମଲାର ସାକ୍ଷୀଙ୍କ ନାମ ଠିକଣା ଲିକ୍ ହୋଇଯିବା ଫଳରେ କେତେଜଣ ଅଜ୍ଞାତ ବ୍ୟକ୍ତି ଗଣ ମାଧ୍ୟମ ନାଁରେ ତାଙ୍କ ଘରେ ପଶିଯାଇଥିବା ଅଭିଯୋଗ ହୋଇଛି । ଏନ୍‌ସିବିର ପଞ୍ଚ ଅର୍ଥାତ୍ ସାକ୍ଷୀ ଏ ନେଇ ମୁମ୍ବାଇ ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ସାକ୍ଷୀ ଭାବେ ତାଙ୍କ ନାମ ଠିକଣା ଲିକ୍ ହୋଇ ଯାଇଥିବାରୁ ଏବେ ସେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଏମିତି ମାମଲରେ ଏନ୍‌ସିବି ଚାହିଁଲେ ଲିକ୍ କରିଥିବା ଅଭିଯୋଗରେ ଯାହାକୁ ଧରାଯିବ ତା’ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରେ ଏକ ଡ୍ରଗ୍ସ ପାର୍ଟି ଆୟୋଜନ ହୋଇଥିଲା । ଯେଉଁଥିରେ ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ପୋଲିସ ଗିରଫ କରିଥିଲା । ହେଲେ ଏପର୍ଯ୍ୟନ୍ତ ତାଙ୍କର ଜାମିନ ଆବେଦନର ଚୁଡାନ୍ତ ଶୁଣାଣି ହୋଇ ପାରୁ ନାହିଁ ।

Share